ବିଲକୁ ବିରୋଧ କରିଥିଲା ବିଜେଡି, ୮ରେ ଭାରତ ବନ୍ଦକୁ ସମର୍ଥନ କରିବ ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୩ଟି କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବାବେଳେ କଂଗ୍ରେସ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବନ୍ଦକୁ ରାଜ୍ୟରେ ସଫଳ କରିବ ବୋଲି ସୂଚନା ଦେଇଛି। ତେବେ ସଂସଦରେ ବିଲକୁ ବିରୋଧ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରାକୁ […]

farmers

farmers

Manoranjan Sial
  • Published: Saturday, 05 December 2020
  • Updated: 05 December 2020, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୩ଟି କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବାବେଳେ କଂଗ୍ରେସ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବନ୍ଦକୁ ରାଜ୍ୟରେ ସଫଳ କରିବ ବୋଲି ସୂଚନା ଦେଇଛି। ତେବେ ସଂସଦରେ ବିଲକୁ ବିରୋଧ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରାକୁ ନେଇ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନି।

ସୂଚନା ଅନୁସାରେ, ୨୦୧୪ ମସିହା ପରଠୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଭିନ୍ନ ବିଲ ଓ ପ୍ରସଙ୍ଗରେ ସମର୍ଥନ କରି ଆସୁଥିବା ବିଜେଡି ଗତ ସେପ୍ଟେମ୍ବର ମାସରେ ସଂସଦରେ ଯେଉଁ ୨ଟି କୃଷି ବିଲକୁ ବିରୋଧ କରିଥିଲା, ଏବେ ସେହି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ଅଡ଼ି ବସିଛନ୍ତି। ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଥିବାବେଳେ ଶାସକ ବିଜେଡି ଏଥିରୁ ଗୋଟିଏ ଆଇନ- ଓଡ଼ିଶା ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନ ୨୦୨୦କୁ ସମର୍ଥନ ସହ ଏହାକୁ ବିଧାନସଭାରେ ମଧ୍ୟ ଗୃହୀତ କରାଇସାରିଛି। ବାକି ୨ଟି ଆଇନକୁ ସଂସଦରେ ବିଜେଡି ବିରୋଧ କରିଥିଲା। ଏପରିକି ଏହି ଦୁଇଟି ବିଲକୁ ନେଇ ବିଜେଡି ସଂସଦର ଉଭୟ ଗୃହରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲା, ଯାହାକି ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷା କଥା ଉଠାଇ ବିଲକୁ ଅଧିକ ତର୍ଜମା ନିମନ୍ତେ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଥିଲା। ଆଉ ସଂସଦରେ ବିଜେଡିର ସେଦିନର ଆଭିମୁଖ୍ୟ ହିଁ ସେହିଠାରେ ସମାପ୍ତ ହୋଇଥିଲା। ଦଳ ଏହାକୁ ନେଇ ପରବର୍ତ୍ତୀ ସମୟରେ କୌଣସି ପ୍ରତିକ୍ରିୟା ଦେଖାଇ ନଥିଲା। ଯଦିଓ ସଂସଦରେ ବିଲ ଗୃହୀତ କରାଇବାକୁ ବିଜେଡି ପରୋକ୍ଷରେ ସହଯୋଗ କରିଥିଲା।

ଏବେ ଚାଷୀ ସଂଗଠନଗୁଡ଼ିକ ଦ୍ୱାରା କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିବା ସହ ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବାରୁ ବିଜେଡି ପାଇଁ ଏହା ଅଗ୍ନିପରୀକ୍ଷା ସଦୃଶ ହୋଇଛି। ଯଦି ଭାରତ ବନ୍ଦକୁ ବିଜେଡି ସମର୍ଥନ ଦିଏ ତା’ହେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସହ ଥିବା ସମୀକରଣ ବିଗିଡ଼ିବାର ଆଶଙ୍କା ରହିଛି। ଆଉ ଯଦି ବନ୍ଦକୁ ସମର୍ଥନ ନଦିଏ ତା’ହେଲେ ବିଜେଡିର ଚାଷୀବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିବ। ତେଣୁ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଏବେବି ଅସ୍ପଷ୍ଟ। ବିଜେଡିର ଜଣେ ବରିଷ୍ଠ ସାଂସଦ ଏ ସମ୍ପର୍କରେ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ସଂସଦରେ କେଉଁ ବିଲ୍ ଉପରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଦଳୀୟ ସାଂସଦମାନେ ଜାଣିବା ପୂର୍ବରୁ ବିଜେପିର ରଣନୀତିକାରମାନେ ଜାଣିସାରିଥାନ୍ତି। ୨୦୧୪ ମସିହାରୁ ସେଭଳି ପ୍ରକ୍ରିୟା ଚାଲିଆସୁଛି। କାରଣ ଦିଲ୍ଲୀର ବିଜେପି ନେତାମାନେ(ରଣନୀତିକାର) ସିଧାସଳଖ ଭୁବନେଶ୍ୱରେ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ଯୋଗାଯୋଗରେ ରହିଥାନ୍ତି। ଯଦିଓ ଚାଷୀ ବିଲ୍ ରାଜ୍ୟସଭାରେ ଆଗତ ହେବାବେଳେ ବିଜେପି ରଣନୀତିକାରଙ୍କର ଯୋଗାଯୋଗ ଭୁବନେଶ୍ୱର ସହ ହୋଇପାରିଲା ନାହିଁ ଓ ସେମାନେ ସାଂସଦମାନଙ୍କୁ ବ୍ୟକ୍ତିଗତ ଭାବେ ସମ୍ପର୍କ କରିଥିଲେ। ତେଣୁ ଚାଷୀ ସଂଗଠନର ‘ଭାରତ ବନ୍ଦ’ ଡାକରାକୁ ବିଜେଡି ସମର୍ଥନ କରିବ କି ନାହିଁ ତାହା କେବଳ ଦଳର ସୁପ୍ରିମୋ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର କହିପାରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଦିଲ୍ଲୀ ସୀମାରେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏପଟେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତମାସ ୮ତାରିଖରେ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ପିସିସି ପୂର୍ଣ୍ଣ ସମର୍ଥନ କରୁଛି । ଚାଷୀମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ। କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଙ୍ଗତ। କୃଷକ ସଂଗଠନଗୁଡ଼ିକର ଭାରତ ବନ୍ଦ ଡାକରାକୁ ପିସିସି ନିଜର ସମର୍ଥନ ଜଣାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କର୍ମସ (ପ୍ରମୋସନ ଆଣ୍ଡ ଫେସିଲେସନ) ଆକ୍ଟ-୨୦୨୦), ଫାର୍ମର୍ସ ( ଏମ୍ପାୱେରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍ ପ୍ରାଇସ୍ ଆସ୍ୟୁରାନ୍ସ ଆଣ୍ଡ ଫାର୍ମସ ସର୍ଭିସ ଆକ୍ଟ-୨୦୨୦, ଇସେନସିଆଲ କମୋଡିଟିଜ୍ ସଂଶୋଧନ ଆଇନ-୨୦୨୦କୁ ଚାଷୀମାନେ ସମ୍ପୂର୍ଣ୍ଣ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story