ଶରତ ହେଲେ ପିସିସି ମୁଖିଆ: ସୁଧୁରିବ ନା ଆହୁରି ବିଗିଡ଼ିବ କଂଗ୍ରେସ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଆଗାମୀ ଦିନରେ ସୁଧୁରିବ ନା ଅଧିକ ବିଗିଡ଼ିବ ତାକୁ ନେଇ ଆଶଙ୍କା ଦେଖାଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବା ରାଜନୀତିକ ମହଲରେ ଆକଳନ କରାଯାଉଥିଲେ ମଧ୍ୟ ଦୀର୍ଘବର୍ଷ ଧରି […]

Congress

Congress

Ordigital Desk
  • Published: Monday, 23 May 2022
  • Updated: 23 May 2022, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଆଗାମୀ ଦିନରେ ସୁଧୁରିବ ନା ଅଧିକ ବିଗିଡ଼ିବ ତାକୁ ନେଇ ଆଶଙ୍କା ଦେଖାଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବା ରାଜନୀତିକ ମହଲରେ ଆକଳନ କରାଯାଉଥିଲେ ମଧ୍ୟ ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହୋଇଛି । ଏପଟେ ଦଳର ଦୁଇ ଜଣ ପ୍ରଭାବଶାଳୀ ବିଧାୟକଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଶରତଙ୍କୁ ପିସିସି ମୁଖିଆ ଭାବେ ଦାୟିତ୍ୱ ମିଳିବା ସେହି ଦୁଇ ନେତାଙ୍କୁ ଶକ୍ତ ଧକ୍କା ଲାଗିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ବଲାଙ୍ଗିରର ଦୁଇଥରର ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇପାରେ ବୋଲି ସୂଚନା ମିଳିଥିଲା । ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖୋଲାଖୋଲି ଶରତ ପଟ୍ଟନାୟକଙ୍କ ପିସିସି ସଭାପତି ନିଯୁକ୍ତିକୁ ବିରୋଧ କରିବା ଓ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେବାକୁ ଦାବି କରି ଆସୁଥିବାରୁ ଶରତଙ୍କ ନିଯୁକ୍ତିକୁ ନେଇ ଆଶଙ୍କା ଲାଗି ରହିଥିଲା । ଏପରିକି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାକ୍ଷାତ କରିବାବେଳେ ସେ ନରସିଂହ ମିଶ୍ରଙ୍କୁ ଅଧିକ ଗୁରୁତ୍ୱ ଦେଇଥିବାରୁ ପିସିସି ସଭାପତି ନିଯୁକ୍ତିରେ ତାଙ୍କ କଥାକୁ ରହିପାରେ ବୋଲି କଂଗ୍ରେସରେ ଚର୍ଚ୍ଚା ହେଉଥିଲା । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶରତଙ୍କୁ ପିସିସି ମୁଖିଆ ଭାବେ ଅବସ୍ଥାପିତ କରାଯାଇଛି । ଏହାସହିତ ୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଚାହୁଁଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପିସିସିରୁ ଦାୟିତ୍ୱ ମୁକ୍ତ କରାଯାଇଛି । ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟରେ ଥିବା ଶରତ ପଟ୍ଟନାୟକ ନିଜର ନୂଆ ନିଯୁକ୍ତି ପାଇଁ ଉଭୟ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଥିବାବେଳେ ସେ ସମସ୍ତଙ୍କୁ ନେଇ ଚାଲିବେ ଓ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସମୟରେ ରାଜ୍ୟରେ କଂଗ୍ରେସର କାହିଁକି ଅଧପତନ ହେଉଛି ତାହା ସେମାନଙ୍କଠୁ ଜାଣିବାକୁ ଚାହିଁଥିଲେ । ଆଉ ସେମାନଙ୍କ ମତାମତ ଆଧାରରେ ବିଜେଡି ସହ ଲିଙ୍କରେ ରହିଥିବା ବିଧାୟକମାନଙ୍କ ଅସଲ ଚେହେରାକୁ ଜାଣିବାକୁ ସୁଯୋଗ ପାଇଥିଲେ । ଆଉ ସେହି କାରଣ ପାଇଁ ଶରତ ପଟ୍ଟନାୟକଙ୍କ ସପକ୍ଷରେ ଶ୍ରୀ ଚେଲାକୁମାର ନିଜର ପ୍ରସ୍ତାବ ଦେଇଥିଲେ । ଏପରିକି ବଲାଙ୍ଗିର ଜିଲ୍ଲାର ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ମଧ୍ୟ ଖୋଲାଖୋଲି ଭାବେ ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ସପକ୍ଷରେ ଦୀର୍ଘଦିନ ଧରି ମତ ଦେଇ ଆସୁଥିଲେ।

ତେବେ ପ୍ରଶ୍ନ ଉଠୁଛି, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ନଦେବାକୁ ଚାପ ପକାଇ ଆସୁଥିବା ବିଧାୟକମାନଙ୍କ ସ୍ଥିତି ଓ ଆଭିମୁଖ୍ୟ ଏବେ କ’ଣ ରହିବ? ଯେଉଁ କଂଗ୍ରେସ ନେତାମାନେ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ବସାଇବାକୁ କହୁଥିଲେ ସେମାନେ କ’ଣ ଶରତଙ୍କୁ ସହଯୋଗର ହାତ ବଢ଼ାଇବେ କି? ନା’ ସେଭଳି ବିରୋଧାଭାସ ଲାଗି ରହିବ । ଅବଶ୍ୟ ଏହା ସତ୍ୟ ଯେ, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ଦେଇ କଂଗ୍ରେସ ହାଇକମାଣ୍ଡ ପରୋକ୍ଷରେ ଏହି ତଥାକଥିତ ବିଧାୟକମାନଙ୍କ ମାମଲାତି ଉପରେ ଶକ୍ତ ପ୍ରହାର ଦେଇଛନ୍ତି । ବିଜେଡି ସହ ଭିତରି ବୁଝାମଣାରେ ଥିବା ବିଧାୟକମାନଙ୍କ ଅସଲ ଚେହେରା ବି ଉଜାଗର ହୋଇସାରିଛି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ କଂଗ୍ରେସ ହାଇକମାଣ୍ଡ ଚାହୁଁଥିବାରୁ ଦଳୀୟ ବ୍ୟାପାରରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଦିଲ୍ଲୀ ଗସ୍ତରେ ଯାଇଥିବା ନେତାମାନଙ୍କୁ ରୋକଠୋକ୍ ଭାବେ ରାହୁଲ ଗାନ୍ଧି ଜଣାଇ ଦେଇଥିଲେ । ତେଣୁ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିବା ଶରତଙ୍କୁ ନିଜର ଦ୍ୱିତୀୟ ପାଳିରେ ଏହି ବିଧାୟକମାନଙ୍କ ସହଯୋଗ ନମିଳିପାରେ । ମାତ୍ର ନିଜର ଏକ ସନ୍ତୁଳିତ ଟିମ୍ ଗଠନ ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ ମାଧ୍ୟମରେ ଶରତ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବାରେ ସକ୍ଷମ ହେବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story