୨୪ରୁ ୩୩ ଦିନିଆ ବିଧାନସଭା ଶୀତ ଅଧିବେଶନ, ଚାଲିବ କେତେ ଦିନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ତାରିଖରୁ ବିଧାନସଭାର ୩୩ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ଏଥିପାଇଁ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ସରକାର ତଥା ଷୋଡ଼ଶ ବିଧାନସଭାରେ ଏପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ୧୩ଦିନରୁ ଅଧିକ ଚାଲିପାରିନି […]

Assembly

Assembly

Ordigital Desk
  • Published: Thursday, 03 November 2022
  • Updated: 03 November 2022, 03:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ତାରିଖରୁ ବିଧାନସଭାର ୩୩ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ଏଥିପାଇଁ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ସରକାର ତଥା ଷୋଡ଼ଶ ବିଧାନସଭାରେ ଏପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ୧୩ଦିନରୁ ଅଧିକ ଚାଲିପାରିନି । ଯଦିଓ ଅଧିବେଶନର ଅବଧି ୨୬ରୁ ୪୦ଦିନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି । ଏପରିକି ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୨୦୦୦ ମସିହାରୁ ମାତ୍ର ୩ଥର ବିଧାନସଭା ଅଧିବେଶନ ବର୍ଷକୁ ୬୦ ଦିନ ବସିପାରିଛି ।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦ୍ୱାଦଶ ବିଧାନସଭା ଏକାଦଶ ଅଧିବେଶନ(ଶୀତ ଅଧିବେଶନ) ନଭେମ୍ବର ୨୪ତାରିଖରୁ ଆରମ୍ଭ ହେବ ଓ ଉକ୍ତ ଦିନ ହିଁ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ବ୍ୟୟମଞ୍ଜୁରୀ ବିଲ୍ ଡିସେମ୍ବର ୨ତାରିଖରେ ଉପସ୍ଥାପିିତ ହେବ । ଏହି ୩୩ଦିନିଆ କାର୍ଯ୍ୟଦିବସରେ ନଭେମ୍ବର ୨୫, ଡିସେମ୍ବର ୯, ୧୬, ୨୩ ,୨୮ ଓ ୩୦ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଭାବେ ନିର୍ଦ୍ଧାରଣ କରାଯାଇଛି ।

ଅନ୍ୟପକ୍ଷରେ ନବୀନଙ୍କ ପଂଚମ ପାଳିର ସରକାର ଅବା ଷୋଡ଼ଶ ବିଧାନସଭାରେ ଶୀତକାଳୀନ ଅଧିବେଶନର ଅବଧି କ୍ରମାଗତ ଭାବେ ଅଧିକ ଦିନ ପାଇଁ ଉଦ୍ଦିଷ୍ଟ ରହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଗୃହ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ଚାଲିପାରୁନଥିବା ଜଣାପଡ଼ିଛି । ୨୦୧୯ ମସିହାରେ ଶୀତ ଅଧିବେଶନ ନଭେମ୍ବର ୧୩ରୁ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ମୋଟ ୩୦ଦିନ ବସିବାର ଥିବାବେଳେ ମାତ୍ର ୧୩ଦିନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ସେହିପରି ୨୦୨୦ ମସିହାରେ ଶୀତ ଅଧିବେଶନ ନଭେମ୍ବର ୨୦ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ମୋଟ ୪୦ଦିନ ବସିବାର ଥିବାବେଳେ ମାତ୍ର ୯ଦିନ ଚାଲିପାରିଥିଲା । ସେହିପରି ୨୦୨୧ ମସିହାରେ ଶୀତ ଅଧିବେଶନ ଡିସେମ୍ବର ୧ରୁ ୩୧ତାରିଖ ପର୍ଯ୍ୟନ୍ତ ମୋଟ ୨୬ଦିନ ବସିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । କିନ୍ତୁ ଶାସକ ଦଳର ସଂଖ୍ୟାବଳ ଓ ମନମୁଖୀ ଆଭିମୁଖ୍ୟ ଯୋଗୁ ଗୃହ ଉକ୍ତ ଶୀତ ଅଧିବେଶନରେ ମାତ୍ର ୯ଦିନ ଚାଲିଥିଲା । ତା’ପୁଣି ମୋଟ ୨ ଘଣ୍ଟା ପାଇଁ। ଅର୍ଥାତ୍‌ ୯ ଦିନରେ ଗୃହ ମାତ୍ର ୨ ଘଣ୍ଟା ଚାଲିବା ସମ୍ଭବପର ହୋଇପାରିଥିଲା।

ବିଧାନସଭା ପ୍ରତିବର୍ଷ ଅତିକମରେ ୬୦ଦିନ ବସିବାର ପ୍ରାବଧାନ ଥିବାବେଳେ ଏହାକୁ ନବୀନ ପଟ୍ଟନାୟକ ସରକାର ନିଜ ମନମୁଖୀ ଓ ସୁହାଇବା ଭଳି ହ୍ରାସ ଓ ବୃଦ୍ଧି କରିବାକୁ ପଛାଇ ନାହାନ୍ତି । ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ବିଧାନସଭା ମାତ୍ର ୩ଥର ଅର୍ଥାତ ୨୦୦୬,୨୦୦୯ ଓ ୨୦୧୨ ମସିହାରେ ବିଧାନସଭାର ଅଧିବେଶନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬୦ଦିନ ବସିପାରିଥିଲା ।

ତେଣୁ ନବୀନ ସରକାରଙ୍କ ଟ୍ରାକ ରେକର୍ଡକୁ ଦେଖିଲେ ଆଗାମୀ ୩୩ ଦିନିଆ ଶୀତ ଅଧିବେଶନ ଯେ, ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରିତ ବସିବ ତାକୁ ନେଇ ଆଶଙ୍କା ରହିଛି । ବିଭିନ୍ନ ଦଳର ବିଧାୟକମାନେ ନିଜ ନିଜ ଅଂଚଳର ସୁବିଧା-ଅସୁବିଧାକୁ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ ଚାପ ସୃଷ୍ଟି କରିବା ନିମନ୍ତେ ବିଧାନସଭା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ହୋଇଥିଲେ ମଧ୍ୟ ଶାସକ ଦଳର ମନମୁଖୀ ଆଚରଣ ଯୋଗୁ ବିଧାୟକମାନଙ୍କୁ ଏଥିରୁ ବଂଚିତ ହେବାକୁ ପଡ଼ୁଛି ତଥା ଗୃହ ନିର୍ଦ୍ଧାରିତ ଅବଧିର ବହୁ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story