୧୭ଟି କାର୍ଯ୍ୟଦିବସ ଥାଇ ସରିଲା ବିଧାନସଭା: ହଟ୍ଟଗୋଳ ଯୋଗୁ ଦିନଟିଏ ବି ଚାଲିଲାନି ଗୃହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳର ହଟ୍ଟଗୋଳ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଶାସକ ଦଳର ଜିଦ୍ ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ୨୧ଦିନ ପୂର୍ବରୁ ଶେଷ ହୋଇଛି । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ଉଭୟ ବିରୋଧୀ ଓ ଶାସକ ସଭ୍ୟମାନେ ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ମଧ୍ୟ ନିଜର ଅସହାୟତା ପ୍ରକଟ କରିଥିଲେ। ଦିବ୍ୟଶଙ୍କରଙ୍କ ବହିଷ୍କାର ବିନା ଅନ୍ୟ କୌଣସି ସର୍ତ୍ତରେ ବିରୋଧୀ […]

Assembly

Assembly

Ordigital Desk
  • Published: Friday, 10 December 2021
  • Updated: 10 December 2021, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳର ହଟ୍ଟଗୋଳ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଶାସକ ଦଳର ଜିଦ୍ ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ୨୧ଦିନ ପୂର୍ବରୁ ଶେଷ ହୋଇଛି । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ଉଭୟ ବିରୋଧୀ ଓ ଶାସକ ସଭ୍ୟମାନେ ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ମଧ୍ୟ ନିଜର ଅସହାୟତା ପ୍ରକଟ କରିଥିଲେ। ଦିବ୍ୟଶଙ୍କରଙ୍କ ବହିଷ୍କାର ବିନା ଅନ୍ୟ କୌଣସି ସର୍ତ୍ତରେ ବିରୋଧୀ ଦଳ ରାଜି ନଥିବାରୁ ଶାସକ ଦଳ ଆଜି ଗୃହକୁ ପୂର୍ବ ନିର୍ଦ୍ଧାରିତ ୨୧ଦିନ ପୂର୍ବରୁ ଅବା ୧୭ଟି କାର୍ଯ୍ୟଦିବସ ଥାଇ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ମୁଲତବୀ ପାଇଁ ପ୍ରସ୍ତାବ ଆଣିଥିଲା। ଆଉ ବିରୋଧୀଙ୍କ ଘଣ୍ଟନାଦ ଓ ହୋ-ହାଲ୍ଲା ଭିତରେ ଆଜି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇ ଗୃହ ଭିତରେ ହଟ୍ଟଗୋଳ, ଗଙ୍ଗାଜଳ ଛିଂଚା, ଫ୍ଲାଗ କାର୍ଡ ଫିଙ୍ଗା, ସ୍ଲୋଗାନ ଆଦି କରିବା ଯୋଗୁ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ଗୋଟିଏ ଦିନଟି ସ୍ୱାଭାବିକ ଭାବେ ଚାଲିପାରିନି। ଏପରିକି କୌଣସି ଗୋଟିଏ ଦିନ ବି ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ହୋଇପାରିନି କିମ୍ବା ଏକକାଳୀନ ଅଧଘଣ୍ଟାଏ ମଧ୍ୟ ଚାଲିପାରିନି । ଚଳିତ ଶୀତ ଅଧିବେଶନରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ରହିଥିଲା। ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ ଓ ହକି ବିଶ୍ୱ କପ୍ ଟ୍ରଫି ଦେବା କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଗୃହକୁ ଆସୁନଥିଲେ। କେବଳ ୩ଥର ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିବାବେଳେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚଳିତ ଅଧିବେଶନରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ରହିଛନ୍ତି।

ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ୩ଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଉଭୟ ବିରୋଧୀ ଓ ଶାସକ ଦଳର ଜିଦ୍ ଯୋଗୁ ଗୃହ ଚାଲିବା ସମ୍ଭବପର ହୋଇପାରିନଥିଲା । ଗୃହ ଭିତରେ ଗଙ୍ଗା ଜଳ ଛଂଚିବା, ଘଣ୍ଟନାଦ ଓ ବାଚସ୍ପତିଙ୍କ ଉପରକୁ ଫ୍ଲାଗ କାର୍ଡ ଫିଙ୍ଗିବା ଭଳି ଅଭିନବ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ଗୃହରେ ଉଭୟ ଦଳର ସଭ୍ୟମାନେ ହଟ୍ଟଗୋଳ କରୁଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜେ କ୍ଷୁବ୍ଧ ହେବା ସହ ବିଶୃଙ୍ଖଳିତ ସଭ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅସହାୟତା ପ୍ରକଟ କରିଥିଲେ।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଶୀତ ଅଧିବେଶନ ଡିସେମ୍ବର ୧ରୁ ୩୧ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା। ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଥିଲା। କିନ୍ତୁ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁ ଗୃହକୁ ଆଜି ୧୭ଟି କାର୍ଯ୍ୟଦିବସ ଥାଇ ବନ୍ଦ କରିଦିଆଯାଇଛି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ଶାସକ ଦଳ ପକ୍ଷରୁ ଶୀତ ଅଧିବେଶନକୁ ସମାପ୍ତ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା, ଯାହାକୁ ବହୁମତରେ ପାରିତ କରାଯାଇଥିଲା।

ଚଳିତ ଶୀତ ଅଧିବେଶନରେ ଗୃହ ମୋଟ ୯ଦିନ ଚାଲିଥିବାବେଳେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟମଞ୍ଜୁରୀ ବିଲକୁ ଆଜି ପାରିତ କରାଯାଇଛି । ଏହି ଗୋଟିଏ ବିଲକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଲ୍ ଗୃହରେ ଆସିନାହିଁ । ସେହିପରି ୩ଟି ସିଏଜି ରିପୋର୍ଟ, ଗୋଟିଏ ସଂକଳ୍ପ(ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ) ସମେତ ୧୧ଟି ବାର୍ଷିକ ରିପୋର୍ଟ , ଗୋଟିଏ କମିଟି ରିପୋର୍ଟ ଓ ୩୫ଟି ପେପର ଉପସ୍ଥାପିତ ହୋଇଛି। ସେହିପରି ଚଳିତ ଅଧିବେଶନରେ ମୋଟ ୧୪୭୫ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ବିଭାଗୀୟ ମନ୍ତ୍ରୀମାନେ ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ଶେଷ ଦିନରେ ମଧ୍ୟ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଅଟଳ ରହିଥିଲେ। ଶାସକ ଦଳ ମଧ୍ୟ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବଂଚାଇବା ନିମନ୍ତେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ ଆଳ କରି ଗୃହରେ ପାଲଟା ଜବାବ ଦେଇଥିଲା। ଯେଉଁଥିପାଇଁ ଗୃହ ଚାଲିବା ସମ୍ଭବପର ହୋଇନଥିଲା। ଯଦିଓ ଗୃହକୁ ଚଳାଇବା ଦାୟିତ୍ୱ ଶାସକ ଦଳର, କିନ୍ତୁ ଶାସକ ଦଳ ଗୃହରେ ସ୍ୱାଭାବିକ ଅବସ୍ଥା ଫେରିବା ନିମନ୍ତେ କୌଣସି ପ୍ରୟାସ ବି କରିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story