ପୁରୁଣା କଥା ଦୋହରାଇଲେ ଦିବ୍ୟଶଙ୍କର; କହିଲେ- ମୁଁ ସନ୍‌ସାଇନ୍‌ ସ୍କୁଲ ଯାଇନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ପୁରୁଣା କଥା ଦୋହରାଇଛନ୍ତି। ହତ୍ୟାରେ ତାଙ୍କର କୌଣସି ସଂପୃକ୍ତି ନଥିବା କହିଛନ୍ତି ଦିବ୍ୟଶଙ୍କର। ମୋ ଦ୍ୱାରା କୌଣସି ବେଆଇନ୍‌ କାର୍ଯ୍ୟ ହେବନି କହିଛନ୍ତି ଦିବ୍ୟଶଙ୍କର। ସେ କହିଛନ୍ତି-“ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ। ଦେଶପାଇଁ ଲଢ଼ିଛି। ମୋ ଦ୍ୱାରା କୌଣସି ଘୃଣ୍ୟ ଓ ବେଆଇନ୍‌ କାମ ହୋଇପାରିବନି। ଘଟଣା ଘଟିଛି ସନସାଇନ ପବ୍ଲିକ […]

Dibya-and-Govinda

Manoranjan Sial
  • Published: Wednesday, 17 November 2021
  • , Updated: 17 November 2021, 03:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ପୁରୁଣା କଥା ଦୋହରାଇଛନ୍ତି। ହତ୍ୟାରେ ତାଙ୍କର କୌଣସି ସଂପୃକ୍ତି ନଥିବା କହିଛନ୍ତି ଦିବ୍ୟଶଙ୍କର। ମୋ ଦ୍ୱାରା କୌଣସି ବେଆଇନ୍‌ କାର୍ଯ୍ୟ ହେବନି କହିଛନ୍ତି ଦିବ୍ୟଶଙ୍କର।

ସେ କହିଛନ୍ତି-“ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ। ଦେଶପାଇଁ ଲଢ଼ିଛି। ମୋ ଦ୍ୱାରା କୌଣସି ଘୃଣ୍ୟ ଓ ବେଆଇନ୍‌ କାମ ହୋଇପାରିବନି। ଘଟଣା ଘଟିଛି ସନସାଇନ ପବ୍ଲିକ ସ୍କୁଲରେ। ସେଠାକୁ ମୁଁ କେବେ ଯାଇନି। ସ୍ଥାନୀୟ ବିଧାୟକ ଭାବେ ମୁଁ ମହାଲିଙ୍ଗ କଲେଜ ଗଭର୍ଣ୍ଣି ବଡ଼ିର ସଭାପତି ରହିଛି। ସନସାଇନ ସ୍କୁଲ ମାଲିକ ଉକ୍ତ ଗଭର୍ଣ୍ଣିଂ ବଡିର ଜଣେ ସଦସ୍ୟ। ଏହାକୁ ଯୋଡ଼ି ରାଜନୈତିକ ଷଡ଼ଯନ୍ତ୍ର କରାଯିବା ଅତି ଦୁର୍ଭାଗ୍ୟଜନକ। ମୁଁ ନିର୍ଦ୍ଦୋଷ, ମୋତେ ଦଣ୍ଡଦେବାକୁ ଚାଲିଥିବା ପ୍ରୟାସ ସଫଳ ହେବନି। ମମିତା ହତ୍ୟା ଜଘନ୍ୟ କାଣ୍ଡ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେବ।”

ତେବେ ଏଠି ପ୍ରଶ୍ନ ଉଠୁଛି, ମହାଲିଙ୍ଗ +୩ କଲେଜ କ୍ୟାମ୍ପସ ପରିସରରେ ରହିଛି ସନ୍‌ସାଇନ୍‌ ପବ୍ଲିକ ସ୍କୁଲ। ପ୍ରଥମ ଦୁଇ ମହଲା(ପ୍ରଥମ ଓ ଦ୍ୱିତୀୟ)ରେ ଯୁକ୍ତ ତିନି କଲେଜ ଚାଲିଥିବା ବେଳେ ତୃତୀୟ ମହଲାରେ ଚାଲିଥିଲା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌। ଯଦି ମନ୍ତ୍ରୀ ମହାଶୟ ମହାଲିଙ୍ଗ କଲେଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ, ତାହାହେଲେ ସନ୍‌ସାଇନ୍‌ ସ୍କୁଲକୁ ଯାଇନଥିବା କହିବା ହାସ୍ୟାସ୍ପଦ କଥା।

ଗତ ୮ ତାରିଖରେ ମମିତାଙ୍କୁ ହତ୍ୟା କରାଯାଇଥିଲା। ଗୋବିନ୍ଦ ସାହୁ ନିଜ କାର ଭିତରେ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ସନ୍ଧ୍ୟା ନଇଁବା ପରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଗାତ ଖୋଳି କାର୍ଡ଼ବୋର୍ଡ ଓ ଟାୟାର ପକାଇ ପୋଡି ଦେଇଥିଲା। ତା’ପର ଦିନ ଭୋରୁ ଆସି ଗାତ ପୋତି ଦେଇଥିଲା ଗୋବିନ୍ଦ।

ସେପଟେ ମମିତା ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଥାନାକୁ ଆଣି ଜେରା କରିଥିଲା। ମାତ୍ର ଗୋବିନ୍ଦ ବାରାକରୁ ଚମ୍ପଟ ମାରିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ବଲାଙ୍ଗିର ଏସ୍‌ପି ପୁରସ୍କାର ଘୋଷଣା କରିଥିଲେ। ପୁରସ୍କାର ଘୋଷଣା ହେବାର ପ୍ରାୟ ଘଣ୍ଟାଏ ପରେ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ ଆଖୁ କିଆରିରୁ ଗିରଫ କରିଥିଲା। ମମିତା ହତ୍ୟା ନେଇ ଗୋବିନ୍ଦ ସ୍ୱୀକାର କରିଥିବା ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ମମିତା ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଯାହାକୁ ନେଇ ଗାଁଠୁ ସହର ଉଠୁଛି ଓ ପଡ଼ୁଛି। ମନ୍ତ୍ରୀଙ୍କ ବହିସ୍କାର ଓ ଗିରଫ ଦାବିରେ ବିଭିନ୍ନ ରାଜନୈତିକ ଦଳମାନେ ପ୍ରତିବାଦ କରୁଛନ୍ତି।

https://youtu.be/QoouLkh9hvg

Related story