ବିଜେଡିରେ ତ୍ରିମୂର୍ତ୍ତିଙ୍କୁ ଅଣଦେଖା, ବଢ଼ିଲା ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଂଚମ ପାଳି କ୍ଷମତାସୀନ ବିଜେଡିର ସଂଗଠନ ଏବେ ଧୀରେଧୀରେ ଦଳୀୟ ନେତାମାନଙ୍କ ହାତରୁ ଖସିବାରେ ଲାଗିଛି। ସାଂଗଠନିକ ପରିଚାଳନାକୁ ନେଇ ଗତ କିଛିମାସ ଧରି ଦଳର ଅଧିକାଂଶ ବରିଷ୍ଠ ନେତାଙ୍କଠୁ ଆରମ୍ଭ କରି ଯୁବ ଓ ଛାତ୍ର ନେତାମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ନିଆଁରେ ଘିଅ ଢ଼ାଳିବା ସଦୃଶ ଅଗଷ୍ଟ ୧୬ତାରିଖରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ(ୱେବିନାର) ହିଁ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଦୀର୍ଘ […]

bjd

bjd

Manoranjan Sial
  • Published: Monday, 17 August 2020
  • Updated: 17 August 2020, 06:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଂଚମ ପାଳି କ୍ଷମତାସୀନ ବିଜେଡିର ସଂଗଠନ ଏବେ ଧୀରେଧୀରେ ଦଳୀୟ ନେତାମାନଙ୍କ ହାତରୁ ଖସିବାରେ ଲାଗିଛି। ସାଂଗଠନିକ ପରିଚାଳନାକୁ ନେଇ ଗତ କିଛିମାସ ଧରି ଦଳର ଅଧିକାଂଶ ବରିଷ୍ଠ ନେତାଙ୍କଠୁ ଆରମ୍ଭ କରି ଯୁବ ଓ ଛାତ୍ର ନେତାମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ନିଆଁରେ ଘିଅ ଢ଼ାଳିବା ସଦୃଶ ଅଗଷ୍ଟ ୧୬ତାରିଖରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ(ୱେବିନାର) ହିଁ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।

ଦୀର୍ଘ ଦେଢ଼ ଦଶନ୍ଧି ଧରି ବିଜେଡିର ଛାତ୍ର ଓ ଯୁବ ସଂଗଠନକୁ ନିଜ କବଜାରେ ରଖି ଆସିଥିବା ଦଳର ୩ଜଣ ପ୍ରମୁଖ ଯୁବନେତା(ତ୍ରିମୂର୍ତ୍ତି)ଙ୍କୁ ଗତକାଲି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ଆଇଟି ସେଲ୍ ପକ୍ଷରୁ ‘ବିପର୍ଯ୍ୟୟ ପରିଚାଳନା: କୋଭିଡ-୧୯ ନିୟନ୍ତ୍ରଣ ଓ ଓଡ଼ିଶା ସରକାରଙ୍କ ପଦକ୍ଷେପ’ ଶୀର୍ଷକ ଏକ ୱେବିନାର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ୱେବିନାର ମାଧ୍ୟମରେ ଦଳ ଓଡ଼ିଶା ରାଜନୀତିରେ ଅନଭିଜ୍ଞ କିଛି ନେତାଙ୍କୁ ଧରି ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବାକୁ ଯାଉଥିବାର ସନ୍ଦେଶ ଦେବା ସହ ଦୀର୍ଘବର୍ଷ ଧରି ଦଳର ଛାତ୍ର ଓ ଯୁବ ଗୋଷ୍ଠୀଙ୍କ ରିଙ୍ଗମାଷ୍ଟର ସାଜିଥିବା ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସବୁଦିନ ପାଇଁ ବାହାରର ରାସ୍ତା ଦେଖାଇ ଦେଇଛି। ଏଣିକି ଏହି ତ୍ରିମୂର୍ତ୍ତିଙ୍କ ବିନା ଦଳର ଛାତ୍ର ଓ ଯୁବ ସଂଗଠନ ଚାଲିବ ବୋଲି ଗତକାଲି ୱେବିନାର ମାଧ୍ୟମରେ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ପକ୍ଷରୁ ସନ୍ଦେଶ ଦିଆଯାଇଛି।

ସାଂଗଠନିକ ପରିଚାଳନାକୁ ନେଇ ଦୀର୍ଘଦିନ ଧରି ଦଳ ମଧ୍ୟରେ ରହିଥିବା ଅସନ୍ତୋଷ ଗତକାଲି ଏହି ତ୍ରିମୂର୍ତ୍ତିଙ୍କୁ ଅଣଦେଖା ହେବାପରେ ଅଧିକ ତୀବ୍ର ହେବାରେ ଲାଗିଛି। ଯଦିଓ ଦଳୀୟ ଶୃଙ୍ଖଳା ଭଙ୍ଗ ଓ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ନେତାମାନେ ଚୁପ୍ ରହିଛନ୍ତି ତଥାପି ଦଳରେ ବଢ଼ୁଥିବା ଅସନ୍ତୋଷ ଆଗାମୀ କିଛି ମାସ ମଧ୍ୟରେ ବିସ୍ଫୋରକ ପରିସ୍ଥିତିର ରୂପ ନେବାର ଆଶଙ୍କା ରହିଛି। ଯଦିଓ ଗତକାଲିର କାର୍ଯ୍ୟକ୍ରମରେ କେବଳ ଦେବୀପ୍ରସାଦ ମିଶ୍ରଙ୍କୁ ବସାଇ ତାଳିପକା ଉଦ୍ୟମ ହୋଇଥିଲା।

ବିଜେଡି ସୂତ୍ର ଅନୁସାରେ, ସାଂଗଠନିକ ମିଶାଣ-ଫେଡ଼ାଣ ପ୍ରତି ଅବଗତ ନଥାଇ ଉପର ଠାଉଣିଆ ଭାବେ ଦଳର ପଦାଧିକାରୀ ତାଲିକା ପ୍ରସ୍ତୁତ ଯୋଗୁ ବିଜେଡିର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ଦୀର୍ଘ ଦେଢ଼ମାସରୁ ଅଧିକ ସମୟ ହେଲା ଦଳର ପଦାଧିକାରୀ ତାଲିକାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରୁନି। ଦଳର ଛାତ୍ର,ଯୁବ ଓ ମହିଳା ସଂଗଠନର ମୁଖିଆ କିଏ ହେବ ତାହା ମଧ୍ୟ ସ୍ଥିର ହୋଇପାରୁନି। ଘଡ଼ିକେ ଘୋଡ଼ା ଛୁଟିଲା ଭଳି ଏସବୁ ଛାମୁଆ ସଂଗଠନର ମୁଖିଆ ପଦ ପାଇଁ ନିଇତି ନୂଆ ନୂଆ ନାଁ ଉଭା ହେଉଛି। ଦଳର ଯୁବ ସଭାପତି ପଦ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ଛାତ୍ର ସଂଗଠନ ସହ ଜଡ଼ିତ ଥିବା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଯୁବ ବିଜେଡିର ସଭାପତି ଓ ବାଣୀବିହାର ରାଜନୀତି ସହ ଜଡ଼ିତ ଅନ୍ୟ ଜଣେ ଛାତ୍ରନେତାଙ୍କୁ ଛାତ୍ର ବିଜେଡି ସଭାପତି କରିବାକୁ ନେଇ ନବୀନ ନିବାସରେ ଅଙ୍କକଷା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସେପଟେ ନିଜର କାର୍ଯ୍ୟକଳାପ ପାଇଁ ବିଗତ ଦିନରେ ବିବାଦୀୟ ଥିବା ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ଏବେ ଛାତ୍ର ଓ ଯୁବ ବ୍ୟାପାର ଦାୟିତ୍ୱରେ ଅଛନ୍ତି। ଏହି ଦୁଇ ବିଧାୟକଙ୍କ ଓଡ଼ିଶା ଛାତ୍ର ଓ ଯୁବ ସଂଗଠନରେ ପ୍ରଭାବ ଓ ଅଭିଜ୍ଞତା ‘ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା’ରୁ ଦଳର ଭବିଷ୍ୟତ ଦିଶାହୀନ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ବର୍ତ୍ତମାନର ଯୁବ ସଭାପତି ଅମ୍ରେଶ ପତ୍ରୀ ଓ ଛାତ୍ର ସଭାପତି ରାଣାପ୍ରତାପ ପାତ୍ରଙ୍କୁ ପୁଣିଥରେ ସେହି ପଦରେ ଜାରି ରଖିବାକୁ ବି ଗୋଟିଏ ଗୋଷ୍ଠୀ ଚାହୁଁଥିବା ସୂଚନା ମିଳିଛି।

ପ୍ୟାରୀ ମହାପାତ୍ର ବିଜେଡିରେ ସର୍ବେସର୍ବା ଥିବାବେଳେ ଓ ପ୍ୟାରୀ ବିଦା ହେବାପରେ ମଧ୍ୟ ସଞ୍ଜୟ,ଅରୁଣ ଓ ଅତନୁଙ୍କ ବିନା ଦଳର ସାଂଗଠନିକ କାର୍ଯ୍ୟର ପରିକଳ୍ପନା କରାଯାଉନଥିଲା। ଏହି ତିନି ନେତାଙ୍କ ମଧ୍ୟରେ ଗୋଷ୍ଠୀବିବାଦ ଲାଗି ରହିଥିଲେ ମଧ୍ୟ ଦଳର ସବୁ ବର୍ଗର ଛାତ୍ର ଓ ଯୁବନେତାମାନଙ୍କୁ ମନାଇ ସଂଗଠନକୁ ସୁଦୃଢ଼ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। କିନ୍ତୁ ଏବେ ସେହି ନେତାମାନଙ୍କୁ ଦଳ ଅଣଦେଖା କରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟଙ୍କୁ ଆଗକୁ ଆଣୁଥିବାରୁ ବିଜେଡି ସଂଗଠନରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସଂଗଠନ ସମ୍ପାଦକ ଶ୍ରୀ ଦାସ ଏବେ ନିଜର ଟିମ୍ ଗଢ଼ି ଦଳର ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବାରୁ ଅସନ୍ତୋଷ ତୀବ୍ର ହୋଇଛି। ଯଦିଓ କାର୍ଯ୍ୟାନୁଷ୍ଠାନ ଭୟରେ କେହି ମୁହଁ ଖୋଲୁନାହାନ୍ତି, କିନ୍ତୁ ଚାପି ହୋଇ ରହିଥିବା ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story