Advertisment

ବେଙ୍ଗଲରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?

ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସ୍‌ସି)।

Bengal

Bengal

Advertisment

ପଶ୍ଚିମବଙ୍ଗର ସନ୍ଦେଶଖାଲିରୁ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଘଟଣାକୁ ନେଇ ପୂରା ରାଜ୍ୟରେ ହିଂସା ଓ ରାଜନୀତିକ ବାଦବିବାଦ ଲାଗି ରହିଛି। କ୍ଷମତାସୀନ ଟିଏମସର ହେଭିୱେଟ ନେତା ଶେଖ ଶାହଜାହାନ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ସନ୍ଦେଶଖାଲିରେ ରହୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ବିଜେପି ଅଭିଯୋଗ କରିଛି।

Advertisment

ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସ୍‌ସି)।

ଆୟୋଗର ଗୋଟିଏ ଟିମ ଗୁରୁବାର ସନ୍ଦେଶଖାଲି ଗସ୍ତରେ ଯାଇଥିଲେ। ସେମାନେ ସେଠାକାର ସ୍ଥିତି ପରଖି ଥିଲେ। ଆଜି ଆୟୋଗ ପକ୍ଷରୁ ଗୋଟିଏ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। 

Advertisment

ଏନସିଏସ୍‌ସି ଅଧ୍ୟକ୍ଷ ଅରୁଣ ହାଲଦାର କହିଛନ୍ତି, “ରାଜ୍ୟରେ କ୍ଷମତାସୀନ ସରକାର ସହ ଅପରାଧୀମାନେ ହାତ ମିଳାଇଛନ୍ତି। ଏହା ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି।

ଏନସିଏସ୍‌ସି ଟିମ ବେଙ୍ଗଲ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ କୌଣସି ପ୍ରକାରର ସହାୟତା ମିଳି ନଥିଲା। ଆମେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆମକୁ ଅନୁମତି ମିଳି ନଥିଲା। ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିଗିଡ଼ି ଯାଇଛି। ତେଣୁ ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।” 

ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବିଜେପି କିମ୍ବା କଂଗ୍ରେସର କୌଣସି ପ୍ରତିନିଧିମାନଙ୍କୁ ସନ୍ଦେଶଖାଲି ଯିବାକୁ ଦେଉ ନାହିଁ। ଏହାକୁ ନେଇ କଂଗ୍ରେସର ରାଜ୍ୟ ମୁଖ୍ୟ ଅଧିର ରଞ୍ଜନ ଚୌଧୁରୀ ସିଧା ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ସନ୍ଦେଶଖାଲିରେ ବିରୋଧୀଙ୍କ ପ୍ରବେଶ ଉପରେ କାହିଁକି ରୋକ ଲଗା ଯାଉଛି? ରାଜ୍ୟ ସରକାର କ’ଣ ଲୁଚାଇବାକୁ ଚାହୁଁଛନ୍ତି? କାହିଁକି ସେମାନେ ଏହାକୁ ରାଜନୀତିକରଣ କରୁଛନ୍ତି?” ଏହାପୂର୍ବରୁ ବିଜେପିର ପ୍ରତିନିଧି ମଣ୍ଡଳୀଙ୍କୁ ମଧ୍ୟ ସନ୍ଦେଶଖାଲିରେ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା। ତେଣୁ ବିଜେପି ନେତାମାନେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ଭୟବୀତ। ହିନ୍ଦୁ ମହିଳାମାନଙ୍କୁ ଦୁଷ୍କର୍ମ କରାଯାଇଛି। ବେଙ୍ଗଲ ଜଳୁଛି ବୋଲି ସେମାନେ କହିଛନ୍ତି।

ରାଜନୀତିକ ବିବାଦ ଚାଲିଥିବା ବେଳେ ସନ୍ଦେଶଖାଲି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଜଣେ ଆଇନଜୀବୀ ପିଆଇଲ ଦାଖଲ କରି ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe