ମହାମାରୀବେଳେ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଅମାନବୀୟ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ଜୀବନଜୀବିକା ପାଇଁ ଲଢ଼େଇ କରୁଥିବା ସାଧାରଣ ଲୋକଙ୍କ ଉପରେ ବିଜୁଳି ଦର ବୃଦ୍ଧି ଏକ ଶକ୍ତ ଆଘାତ ଓ ଏହା ଅତ୍ୟନ୍ତ ଅମାନବୀୟ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି। ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ତୀବ୍ର ବିରୋଧ କରି କହିଛନ୍ତି ଯେ, ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଅପରିଣାମଦର୍ଶୀ ଓ ଅମାନବୀୟ। କରୋନା ଯୋଗୁ ଲୋକମାନେ ଜୀବିକା ହରାଇ ଏବେ ବଂଚିବା […]

CONGRESS

CONGRESS

Manoranjan Sial
  • Published: Wednesday, 23 September 2020
  • Updated: 23 September 2020, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ଜୀବନଜୀବିକା ପାଇଁ ଲଢ଼େଇ କରୁଥିବା ସାଧାରଣ ଲୋକଙ୍କ ଉପରେ ବିଜୁଳି ଦର ବୃଦ୍ଧି ଏକ ଶକ୍ତ ଆଘାତ ଓ ଏହା ଅତ୍ୟନ୍ତ ଅମାନବୀୟ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି।

ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ତୀବ୍ର ବିରୋଧ କରି କହିଛନ୍ତି ଯେ, ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଅପରିଣାମଦର୍ଶୀ ଓ ଅମାନବୀୟ। କରୋନା ଯୋଗୁ ଲୋକମାନେ ଜୀବିକା ହରାଇ ଏବେ ବଂଚିବା ପାଇଁ ସଂଘର୍ଷ କରୁଥିବାବେଳେ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ପରିତାପର ବିଷୟ। ସମସ୍ତ ଦୋକାନୀ କ୍ଷୁଦ୍ର ଓ ମଧ୍ୟମଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଂଟା ସଳଖି ନାହାନ୍ତି। ଏଭଳି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ନିଷ୍ପତ୍ତି ଆଦୌ ଯୁକ୍ତିଯୁକ୍ତ ନୁହେଁ। ଓଇଆରସିଙ୍କ ବିଚାର ଆଦୌ ଠିକ୍ ମାର୍ଗରେ ଯାଇନାହିଁ । ରାଜ୍ୟ ସରକାର ମଧ୍ୟ ଏହା ବନ୍ଦ କରିବାକୁ ଉଦ୍ୟମ କରିନାହାନ୍ତି। ଏପରି ଦର ବୃଦ୍ଧି କ୍ରସ ସବସିଡ୍ ହିସାବକୁ ନେଲେ ୟୁନିଟ୍ ପିଛା ୭ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି। ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ଭାଗ ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି। ସମସ୍ତ ଫର୍ମାଲ ବିଦ୍ୟୁତ ଉତ୍ପାଦନ ଓ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟ ମୂଲ୍ୟ ସର୍ବମୋଟ ଟ ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ ଥାଇ ବିକ୍ରି ଖର୍ଚ୍ଚ କାହିଁକି ବଢ଼ାଗଲା ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିିଛନ୍ତି ବିଭିନ୍ନ ବିତରକ କମ୍ପାନୀ ଉପରେ ପ୍ରାୟ ୨ ହଜାର କୋଟି ଟଙ୍କା ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପ୍ରାୟ ୪ହଜାର କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ଅଢ଼େଇ ହଜାର ଟଙ୍କା ବକେୟା ରହିଛି। ଏସବୁ ଏପର୍ଯ୍ୟନ୍ତ ଆଦାୟ ହୋଇନାହିଁ । ଓଇଆରସି ତଥା ରାଜ୍ୟ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟୀକରଣ ଦେବା ଉଚିତ୍ । ରାଜ୍ୟର ସବୁବର୍ଗର ଉପଭୋକ୍ତା ଏପରି ଅଯୁକ୍ତିକ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ଶ୍ରୀ କାନୁନଗୋ ନିବେଦନ କରିଛନ୍ତି ।

ସେହିପରି ରାଜ୍ୟ ସମାଜବାଦୀ ପାର୍ଟି ମଧ୍ୟ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ତୁରନ୍ତ ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛି । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ବିଜୁଳି ପରିବହନ କ୍ଷତିକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନନେଇ କମ୍ପାନୀମାନଙ୍କର କ୍ଷତିକୁ ଭରଣା ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯିବା ଅତ୍ୟନ୍ତ ପରିତାପର ବିଷୟ। ଏହା କେବଳ ସାଧାରଣ ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ସେହିପରି ୫୩୭୬କୋଟି ଟଙ୍କାର ବକେୟା ପଡ଼ିଥିବାବେଳେ ତାକୁ ଆଦାୟ କାହିଁକି କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜୁଳି ଶୁଳ୍କ ବଢ଼ାଇବା ପୂର୍ବରୁ ବିଦ୍ୟୁତ୍ ସଂସ୍କାର ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଶ୍ରୀ ବେହେରା ଦାବି କରିବା ସହ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story