ବିଜେପି ଛାଡ଼ିବେ ଜୟରାମ ପାଙ୍ଗି, କହିଲେ- ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କଲେ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି। ଏହାର ଲକ୍ଷ୍ୟ ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ। ଏହା ସହିତ ବିଜେପି ଛାଡ଼ିବେ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। ଜୟରାମ ପାଙ୍ଗି କହିଛନ୍ତି, ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର। ଦୀର୍ଘ ୪୪ ବର୍ଷ ହେଲା […]

Jayaram Pangi

Jayaram Pangi

Jitendra Garnayak
  • Published: Tuesday, 05 October 2021
  • Updated: 05 October 2021, 02:44 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କଲେ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି। ଏହାର ଲକ୍ଷ୍ୟ ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ। ଏହା ସହିତ ବିଜେପି ଛାଡ଼ିବେ ବୋଲି ଶ୍ରୀ ପାଙ୍ଗି କହିଛନ୍ତି।

ଜୟରାମ ପାଙ୍ଗି କହିଛନ୍ତି, ଦୁଇଟି କାମ ଜଣେ ବ୍ୟକ୍ତି କରିବା କଷ୍ଟକର। ଦୀର୍ଘ ୪୪ ବର୍ଷ ହେଲା ମୁଁ ଦଳୀୟ ରାଜନୀତିରେ ରହିଛି। ଜୀବନର ଶେଷ ପର୍ଯ୍ୟାୟରେ ମୁଁ ମା’, ମାଟି ଓ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ କିଛି କରିବା ପାଇଁ ଚାହୁଁଛି, ଯେଉଁଗୁଡ଼ିକୁ ମୁଁ ଆଜି ପର୍ଯ୍ୟନ୍ତ କରିପାରି ନାହିଁ। ଏଠାରେ ଅନେକ ସମସ୍ୟା ରହିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆନ୍ଧ୍ର ଓ ଛତିଶଗଡ଼ର ସୀମା ରହିଛି। ଏଇ ସବୁ ଅଞ୍ଚଳରେ ଥିବା ମୋର ଆଦିବାସୀ ଭାଇଭଉଣୀମାନେ ଏବେ ବି ସ୍ୱାଧୀନତା ପାଇ ନାହାନ୍ତି। ଏବେ ବି ଗାଁ ଗଣ୍ଡାକୁ ରାସ୍ତାଘାଟ ହୋଇନାହିଁ। ଏହା ସହିତ ଏସବୁ ଅଞ୍ଚଳରେ ଆହୁରି ଅନେକ ମୌଳିକ ସମସ୍ୟା ରହିଛି, ଯେଉଁ ଗୁଡ଼ିକର ସମାଧାନ ହୋଇପାରି ନାହିଁ। ତା’ହେଲେ ମୁଁ କାହିଁକି ରାଜନୀତି କରିବି? ମୁଁ ଏବେ ଯେତେ ସତ କଥା କହିଲେ ମଧ୍ୟ ସରକାର କହିବେ ବିରୋଧୀ ଦଳର ସଦସ୍ୟ ଭାବେ କହୁଛି। ସେଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ମୁଁ ଅବିଭକ୍ତ କୋରାପୁଟ ଜିଲ୍ଲା ସହିତ ପାହାଡ଼ିଆ କନ୍ଧମାଳ ଜିଲ୍ଲା, ଆନ୍ଧ୍ର ସୀମାନ୍ତରେ ଥିବା ଅଞ୍ଚଳ ଓ ବିବାଦୀୟ କୋଟିଆ ଅଞ୍ଚଳର ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଛି। ଆଉ ଏଥିପାଇଁ ଏକମାତ୍ର ବାଟ ହେଉଛି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା। ଏହି ଦାବିକୁ ପରିଚାଳନା କରିବା ପାଇଁ ଗତକାଲି ଆମେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛୁ। ଏହି ପରିଷଦକୁ ଆଗେଇ ନେବା ପାଇଁ ମୋତେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି।

ସେ କହିଛନ୍ତି, ମୁଁ କାହାକୁ ବିରୋଧ କରି ଦଳ ଛାଡ଼ୁ ନାହିଁ। ମୁଁ ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ଏହି ଆନ୍ଦୋଳନକୁ ଆଗକୁ ନେବି। ଆମର ଆଗାମୀ ଦିନରେ ଦାବି ରହିବ ଦଣ୍ଡକରାଣ୍ୟ ପର୍ବତମାଳା ଆଦିବାସୀ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା।

ସୂଚନାଯୋଗ୍ୟ, ଶ୍ରୀ ପାଙ୍ଗି ପଟାଙ୍ଗି ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାୟକ ହୋଇଥିବା ବେଳେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳରୁ କୋରାପୁଟ ଲୋକସଭା ଆସନରୁ ସେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପିରୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story