ଝାରସୁଗୁଡାର ୫୦ରୁ ଊର୍ଦ୍ଧ୍ୱ ଡାଇରିଆ ଆକ୍ରାନ୍ତ ପରିବାରଙ୍କୁ ମିଳୁନି ଠିକରେ ଚିକିତ୍ସା ସୁବିଧା: ବିଧାୟକ ନବ ଦାସ

ଝାରସୁଗୁଡା: ଲଇକେରା ବ୍ଲକ ଅନ୍ତର୍ଗତ ମୁଦ୍ରାଯୋର ଗ୍ରାମର ୫୦ରୁ ଅଧିକ ପରିବାର ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମାତ୍ର ସେମାନଙ୍କୁ ଠିକ ଭାବେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନ ଥିବା ଝାରସୁଗୁଡା ବିଧାୟକ ନବ ଦାଶ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯାଇଥିବା ସେ ଅଭିଯୋଗ କରିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ […]

jharsuguda

Rakesh Mallick
  • Published: Sunday, 20 September 2015
  • , Updated: 20 September 2015, 12:32 PM IST

ଝାରସୁଗୁଡା: ଲଇକେରା ବ୍ଲକ ଅନ୍ତର୍ଗତ ମୁଦ୍ରାଯୋର ଗ୍ରାମର ୫୦ରୁ ଅଧିକ ପରିବାର ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମାତ୍ର ସେମାନଙ୍କୁ ଠିକ ଭାବେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନ ଥିବା ଝାରସୁଗୁଡା ବିଧାୟକ ନବ ଦାଶ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯାଇଥିବା ସେ ଅଭିଯୋଗ କରିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖା ଦେବା ସହ ବିଦ୍ୟୁତକାଟ ରାଜ୍ୟ ସରକାରଙ୍କ ଅପାରଗାତାକୁ ଦର୍ଶାଉଛି ବୋଲି ସେ ଅଭିଯୋଗ କରିବା ସହ ଶୀଘ୍ର ଏହାର ନିରାକରଣ କରିବାକୁ ଦାବି କରିଛନ୍ତି । ଏହି ଅବସରରେ ୩୦ରୁ ଅଧିକ ବ୍ୟକ୍ତି କଂଗ୍ରେସରେ ଯୋଗଦେଇଥିଲେ ।

Related story