ଖାତା ଖୋଲି ପାରିବେ ତ ପଦ୍ମିନୀ !

କୋଟପାଡ଼ (ଟି.ଗୌରୀ ଶଙ୍କର): ନବରଙ୍ଗପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ ତାରିଖରେ ହେବ ମତଦାନ। ଏହି ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ କୋରାପୁଟ ଜିଲ୍ଲାର କୋଟପାଡ ବିଧାନସଭା ଆସନ ଗୋଟିଏ। ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। କିଏ କେଉଁ ଆସନ ପାଇବ ଏବଂ କିଏ ହାରିବ ଓ ଜିତିବ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। […]

kotapada

kotapada

Puspanjali Panda
  • Published: Tuesday, 02 April 2019
  • Updated: 02 April 2019, 02:47 PM IST

କୋଟପାଡ଼ (ଟି.ଗୌରୀ ଶଙ୍କର): ନବରଙ୍ଗପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ ତାରିଖରେ ହେବ ମତଦାନ। ଏହି ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ କୋରାପୁଟ ଜିଲ୍ଲାର କୋଟପାଡ ବିଧାନସଭା ଆସନ ଗୋଟିଏ। ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। କିଏ କେଉଁ ଆସନ ପାଇବ ଏବଂ କିଏ ହାରିବ ଓ ଜିତିବ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୈତିକ ସ୍ଥିତି
ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟପାଡ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ। ଏହି ଆସନଟି କଂଗ୍ରେସର ଗଡ କହିଲେ ଭୁଲ ହେବନି। ଏହି ନିର୍ବାଚନମଣ୍ଡଳୀରେ ୧୯୬୧ରୁ ଆଜି ସୁଦ୍ଧା ୧୩ଥର ମତଦାନ ହୋଇଛି। କଂଗ୍ରେସ ଏହି ଆସନରୁ ସର୍ବାଧିକ ୧୧ଥର ଜିତିଥିବାବେଳେ ସ୍ୱତନ୍ତ୍ର ପାର୍ଟି ଏବଂ ଜନତା ଦଳ ହାତରେ ଗୋଟିଏ ଥର ଲେଖାଏ ପଡ଼ିଛି। ୧୯୯୦ ନିର୍ବାଚନକୁ ବାଦ୍‌ ଦେଲେ ୧୯୭୪ରୁ ୨୦୦୯ ପର୍ଯ୍ୟନ୍ତ ଏହି ଆସନରୁ କଂଗ୍ରେସ ହାତକୁ ଯାଇଛି। ଏହି ନିର୍ବାଚନମଣ୍ଡଳୀରୁ ଲଗାତାର ୭ରୁ ୮ଥର ବିଜୟୀ ହୋଇଛନ୍ତି ସ୍ୱର୍ଗତଃ ବାସୁଦେବ ମାଝି।

୧୯୯୦-୯୫ ଥରଟିଏ ମାତ୍ର ଜନତା ଦଳର ପ୍ରାର୍ଥୀ ସଦନ ନାୟକ ଏହିି ଆସନରୁ ବିଜୟୀ ହୋଇଥିଲେ। ୨୦୦୦ରୁ ବିଜେଡି ଓଡ଼ିଶାରେ ଶାସନକୁ ଆସିଥିଲେ ବି ଏଯାଏଁ କୋଟପାଡ ନିର୍ବାଚନମଣ୍ଡଳୀକୁ ଅକ୍ତିଆର କରିପାରିନାହିଁ।

ଚଳିତ ନିର୍ବାଚନରେ କଂଗ୍ରେସ ଟିକଟ ପାଇଛନ୍ତି ବର୍ତ୍ତମାନର ବିଧାୟକ ଚନ୍ଦ୍ରଶେଖର ମାଝୀ । ସେ ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ବାସୁଦେବ ମାଝୀଙ୍କ ଭାଇ। ହେଲେ ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ପଦ୍ମିନୀ ଦିଆନଙ୍କୁ ବିଜେଡି ଟିକଟ ଦେଇଛି। ସେହିପରି ବିଜେପି ଯୁବ ନେତା ଖଗେଶ୍ୱର ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ଚଳିତ ସାଧାରଣ ନିର୍ବାଚନରେ କୋଟପାଡ ନିର୍ବାଚନମଣ୍ଡଳୀରେ ଏକ ରୋମାଞ୍ଚକର ଲଢେଇ ହେବ। ୨୦୧୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ୩୦ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେହି ବ୍ୟବଧାନ ବଜାୟ ରଖିବା ପାଇଁ ଦଳ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷେ ଯେନତେନ ପ୍ରକାରେ କଂଗ୍ରେସ ଗଡ଼କୁ ମାତ ଦେବା ପାଇଁ ଶାସକ ବିଜେଡି ତାର ରଣକୌଶଳ ପ୍ରସ୍ତୁତ କରି  ଗାଁ ଗାଁରେ ସଭା ସମିତି ଜାରି ରଖିଛି।

ବିଜେଡି ପ୍ରାର୍ଥୀ ପଦ୍ମୀନି ଦିଆନ ଜୋରସୋର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ନବୀନଙ୍କ ନାଁ ଉପରେ ଭରସା କରି ସେପଟେ ବିଜେପି ପ୍ରାର୍ଥୀ ଖଗେଶ୍ୱର ପୂଜାରୀ ମଧ୍ୟ ଜୋରସୋର ସଂଗଠନ କରିବା ସହ ଗାଁ ଗାଁରେ ବୁଲି ପ୍ରଚାର ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story