କୃଷିମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବାତିଲକୁ ବିରୋଧୀଙ୍କ ସମାଲୋଚନା

ସମ୍ୱଲପୁର: କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆଜି ସମ୍ୱଲପୁର ଗସ୍ତ ବାତିଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କଳାହାଣ୍ଡି ଓ ନୂଆପଡା ପରେ ମନ୍ତ୍ରୀଙ୍କ ଆଜି ସମ୍ୱଲପୁର ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ସେ ସମ୍ୱଲପୁର ନ ଯାଇ ଭୁବନେଶ୍ୱର ଫେରି ଆସିଥିବା ଜଣାପଡିଛି । ସେପଟେ ବିରୋଧ ଓ କଳାପତାକା ପ୍ରଦର୍ଶନକୁ ଭୟ କରି ମନ୍ତ୍ରୀ ନିଜର ସମ୍ୱଲପୁର ଗସ୍ତକୁ ବାତିଲ କରିଦେଇଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, […]

sambulpur

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 03:30 PM IST

ସମ୍ୱଲପୁର: କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆଜି ସମ୍ୱଲପୁର ଗସ୍ତ ବାତିଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କଳାହାଣ୍ଡି ଓ ନୂଆପଡା ପରେ ମନ୍ତ୍ରୀଙ୍କ ଆଜି ସମ୍ୱଲପୁର ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ସେ ସମ୍ୱଲପୁର ନ ଯାଇ ଭୁବନେଶ୍ୱର ଫେରି ଆସିଥିବା ଜଣାପଡିଛି । ସେପଟେ ବିରୋଧ ଓ କଳାପତାକା ପ୍ରଦର୍ଶନକୁ ଭୟ କରି ମନ୍ତ୍ରୀ ନିଜର ସମ୍ୱଲପୁର ଗସ୍ତକୁ ବାତିଲ କରିଦେଇଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତ କରି ସେମାନଙ୍କ ବିଭାଗର ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ ମହାରଥୀ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ।

Related story