ମୁଖ୍ୟମନ୍ତ୍ରୀଙ୍କ ଆଗରେ କଥା କଟାକଟି ହେଲେ ବିଧାୟକ-ସାଂସଦ

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ କଥା କଟାକଟି ହେଲେ ବିଧାୟକ ଓ ସାଂସଦ। ବ୍ରହ୍ମଗିରିରେ ଚାଲିଥିବା ସ୍ମାର୍ଟ କାର୍ଡ ବଣ୍ଟନ ସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ […]

Lalitendu and pinaki Mishra

Manoranjan Sial
  • Published: Thursday, 07 October 2021
  • , Updated: 07 October 2021, 07:42 PM IST

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ କଥା କଟାକଟି ହେଲେ ବିଧାୟକ ଓ ସାଂସଦ। ବ୍ରହ୍ମଗିରିରେ ଚାଲିଥିବା ସ୍ମାର୍ଟ କାର୍ଡ ବଣ୍ଟନ ସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି।

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ସ୍ମାର୍ଟ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ସଭାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗଦେଇ କରିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାନ୍ତୁ। ଏହା ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ। ସେହିପରି ଜନ ପ୍ରତିନିଧିଙ୍କୁ ଦଳମତ ନିର୍ବିଶେଷରେ କାମ କରିବା ସୁଯୋଗ ମିଳୁ ବୋଲି ଲଳିତେନ୍ଦୁ କହିଛନ୍ତି।

ଲଳିତେନ୍ଦୁଙ୍କ ଆରୋପର ଜବାବ ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ସେ କହିଛନ୍ତି, ଆୟୁଷ୍ମାନ ଯୋଜନାଠାରୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ। ଦିନ ଆସିବ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁସରଣ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେପଟେ ଲଳିତେନ୍ଦୁଙ୍କ ଜନ ପ୍ରତିନିଧିଙ୍କୁ ଦଳମତ ନିର୍ବିଶେଷରେ କାମ କରିବା ସୁଯୋଗ ମିଳୁ ଆରୋପର ଜବାବ ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ସେ କହିଛନ୍ତି, କେବଳ ଓଡ଼ିଶାରେ ହିଁ ଏହି ସୁଯୋଗ ମିଳୁଛି। ଅନ୍ୟ ରାଜ୍ୟରେ ବିରୋଧୀ ବିଧାୟକମାନେ ମାଡ଼ ଖାଉଛନ୍ତି। କେବଳ ନବୀନ ସରକାରରେ ବିରୋଧୀ ବିଧାୟକଙ୍କୁ ସମ୍ମାନ ମିଳୁଛି ବୋଲି ପିନାକୀ କହିଛନ୍ତି।

ପୂର୍ବରୁ ମଧ୍ୟ ଏପରି ଦୃଶ୍ୟ ବଲାଙ୍ଗିରିରେ ଦେଖିବାକୁ ମିଳିଥିଲା। ସ୍ମାର୍ଟକର୍ଡ ବଣ୍ଟନ ସଭାରେ ମୁହାଁମୁହିଁ ହୋଇଥିଲେ ସାଂସଦ ସଙ୍ଗୀତା ସିଂଦେଓ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

Related story