ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ: ବର୍ଷିଲେ ବିଜେପି ଓ କଂଗ୍ରେସ, ମହାପ୍ରଭୁଙ୍କ ନାଁରେ ଖସିବାକୁ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ‘ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ’ ବାଚନିକ ଭୋଟରେ ପ୍ରସ୍ତାବ ପାରିତ ହେବାପରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ମହାପ୍ରଭୁଙ୍କ ନାଁ ନେଇ ରାଜ୍ୟର ଜ୍ୱଳନ୍ତ ସମସ୍ୟା ଉପରୁ ନଜର ହଟାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୃହ ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଉଭୟ ବିଜେପି ବିଧାୟକ ଦଳ ଓ କଂଗ୍ରେସ ବିଧାୟକ ଦଳ ସମର୍ଥନ କରିଥିବାବେଳେ ପ୍ରଦେଶ କଂଗ୍ରେସ […]

bjp and congress

bjp and congress

Ordigital Desk
  • Published: Saturday, 27 February 2021
  • Updated: 27 February 2021, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଆଜି ‘ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ’ ବାଚନିକ ଭୋଟରେ ପ୍ରସ୍ତାବ ପାରିତ ହେବାପରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ମହାପ୍ରଭୁଙ୍କ ନାଁ ନେଇ ରାଜ୍ୟର ଜ୍ୱଳନ୍ତ ସମସ୍ୟା ଉପରୁ ନଜର ହଟାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୃହ ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଉଭୟ ବିଜେପି ବିଧାୟକ ଦଳ ଓ କଂଗ୍ରେସ ବିଧାୟକ ଦଳ ସମର୍ଥନ କରିଥିବାବେଳେ ପ୍ରଦେଶ କଂଗ୍ରେସ ଏବଂ ରାଜ୍ୟ ବିଜେପି ଏହି ସଂକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି।

ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସାମିଲ ହୋଇ ‘ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ’ ରେ ୩ଟି ପ୍ରସ୍ତାବ ଉପରେ ଗୃହର ମତାମତ ଲୋଡ଼ିଥିଲେ। ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ସଂକଳ୍ପ ନେବା ସହ କାର୍ଯ୍ୟକୁ ନିଷ୍ଠାର ସହ ଶୀଘ୍ର ସାରିବାକୁ ଉଦ୍ୟମ କରିବା, ପ୍ରତି ଓଡ଼ିଆ-ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଏବଂ ତୃତୀୟତଃ ଏହି ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବା। ମୁଖ୍ୟମନ୍ତ୍ରୀଙ୍କ ଏହି ୩ ପ୍ରସ୍ତାବ ଉପରେ ଗୃହର ମତ ଲୋଡ଼ିବା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମ୍ପର୍କରେ ବିବୃତ୍ତି ରଖିଥିଲେ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପ ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁ ନେଇ ରାଜ୍ୟର ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ମଣ୍ଡିରେ ଚାଷୀର ଧାନ ଉଜୁଡ଼ୁଛି, ପରୀ ହତ୍ୟା ଓ ମହାଙ୍ଗା ଡବଲ ମର୍ଡର ସମେତ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ବିଶେଷକରି ରାଜ୍ୟର ସୀମାକୁ ସୁରକ୍ଷିତ ରଖିବାରେ ଏ ସରକାର ସକ୍ଷମ ହୋଇନି। ଏସବୁ ପ୍ରସଙ୍ଗରେ ନିଜର ଅପାରଗତା ଓ ସାଧାରଣ ଲୋକଙ୍କ ନଜର ହଟାଇବାକୁ ରାଜ୍ୟ ସରକାର ଏବେ ଏଭଳି ସଂକଳ୍ପ ପାରିତ କରିଛନ୍ତି। ଏ ସରକାରଙ୍କ ସମୟରେ ହିଁ ଅତୀତରେ ମହାପ୍ରଭୁଙ୍କ ପ୍ରତି ଅଧିକ ଅବହେଳା ହୋଇଛି। ରଥଯାତ୍ରାକୁ ବନ୍ଦ କରିବାର ଷଡ଼ଯନ୍ତ୍ର ଏ ସରକାର କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରଥଯାତ୍ରା ସମ୍ଭବପର ହୋଇପାରିଲା।

ରତ୍ନଭଣ୍ଡାରର ଚାବି ହଜିବା, ବ୍ରହ୍ମ ବିଭ୍ରାଟ ଆଦି ବିଜେଡି ସରକାର ସମୟରେ ହୋଇଛି। ବିଧାନସଭାରେ ଏହି ସଂକଳ୍ପ ପାରିତ ହେବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଗୋଟିଏ ନିର୍ବାଚିତ ସରକାର ଶାସନ ଗାଦିରେ ବସିବା ପୂର୍ବରୁ ଆଇନ ଓ ବିଧି ଦ୍ୱାରା ସମ୍ମତ କାର୍ଯ୍ୟ କରିବା ନିମନ୍ତେ ଶପଥ ନେଇଥାଏ। ତେଣୁ ମହାପ୍ରଭୁଙ୍କ କାର୍ଯ୍ୟକୁ ନିଷ୍ଠା ଓ ଠିକ୍ ସମୟରେ ସାରିବା ଗୋଟିଏ ନିର୍ବାଚିତ ସରକାରର କର୍ତ୍ତବ୍ୟ । ଏଥିପାଇଁ ବିଧାନସଭାରେ ସଂକଳ୍ପ ପାରିତ କରିବାର କ’ଣ ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ତ ବିଧାନସଭା ବାହାରେ ଏସବୁ କରିପାରିଥାନ୍ତେ। କେବଳ ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ କରି ଶ୍ରୀଜଗନ୍ନାଥଙ୍କ ନାଁରେ ରାଜ୍ୟର ଜ୍ୱଳନ୍ତ ସମସ୍ୟାକୁ ସ୍ୱାହା କରିଦେବାକୁ ଏ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସେହିପରି କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, ଲୋକଙ୍କ ବାସ୍ତବ ସମସ୍ୟାକୁ ଏଡ଼ାଇଯିବା ଓ ନିଜକୁ ବିଜ୍ଞାପନ କରିବା ନିମନ୍ତେ ଏହାକୁ ଏକ ଭଲ ସୁଯୋଗ ଭାବେ ବିଜେଡି ସରକାର ଭାବି ଏଭଳି ସଂକଳ୍ପ ଆଣିଛି। ଏହାର ଆଇନଗତ ଆବଶ୍ୟକତା ହିଁ ନଥିଲା। ପୁରୀର ଐତିହ୍ୟ ଓ ସଂସ୍କୃତିକୁ ନେଇ କେହି ଦ୍ୱିମତ ନୁହଁନ୍ତି। ଏହା କେବଳ ଉତ୍କଳ ଭୂଖଣ୍ଡର ନୁହେଁ ସମଗ୍ର ବିଶ୍ୱର ଏକ ପରିଚୟ। କିନ୍ତୁ ଏହି ଐତିହ୍ୟ ଓ ସଂସ୍କୃତି ନାଁରେ ନିଜର ବିଜ୍ଞାପନ କରାଇବା ଆମ ସଂସ୍କୃତିର ସବୁଠୁ ବଡ଼ ବିରୋଧାଭାସ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମନେ ପକାଇଲେ ଏହାକୁ ସମସ୍ତେ ସ୍ୱୀକାର କରିବେ। କାରଣ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କିଏ କରିଛି ତାହା ଯେପରି କେହି ମନେ ନରଖନ୍ତୁ ତାହା ରାଜା ଇନ୍ଦ୍ରଦ୍ୟୁମ୍ନ ଚାହୁଁଥିଲେ। କିନ୍ତୁ ଏବେ ତ ଏ ସରକାରର ସବୁଠୁ ବଡ଼ଧର୍ମ ହୋଇଛି ନିଜକୁ ମହାପ୍ରଭୁଙ୍କ ନାଁରେ ବିଜ୍ଞପିତ କରିବା ଓ ଭଲ ପ୍ରଚାର କରାଇବା ବୋଲି ଶ୍ରୀ କାନୁନଗୋ କ୍ଷୋଭର ସହ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ମାସରେ ରାଜ୍ୟ କ୍ୟାବିନେଟରେ ‘ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଯୋଜନା’କୁ ଅନୁମୋଦନ ମିଳିଥିଲା। ୩ବର୍ଷ ମଧ୍ୟରେ ପୁରୀ ସହରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ନିମନ୍ତେ ଅଭଡ଼ା ଯୋଜନାରେ ୩୨୦୮କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ବାରମ୍ବାର ଏହି ଯୋଜନାର ସମୀକ୍ଷା କରିବା ସହ ପୁରୀର ଜମି ହରାଇଥିବା ଲୋକଙ୍କ ତ୍ୟାଗକୁ ସାବାସି ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପାଖରେ ଥିବା ବହୁ ପ୍ରାଚୀନ ମଠ ମନ୍ଦିରକୁ ମନଇଚ୍ଛା ସରକାର ମଧ୍ୟ ଭାଙ୍ଗି ଦେଇଥିଲେ। କିନ୍ତୁ ଜାତୀୟ ଐତିହ୍ୟ ପ୍ରାଧିକରଣର ଚିଠା ବାଇ-ଲ’କୁ ନେଇ ସମସ୍ୟା ଉପୁଜିବା ପରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଯୋଜନାକୁ ବହୁ ବିଳମ୍ବରେ ଅର୍ଥାତ୍ ପ୍ରାୟ ଦେଢ଼ବର୍ଷ ପରେ ଚଳିତମାସ ୧୫ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ କରାଇଥିଲେ। ପରିଚାଳନା କମିଟି ଏହି ଐତିହ୍ୟ କରିଡର ଯୋଜନାରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ ନିମନ୍ତେ ବିଧିବଦ୍ଧ ଭାବେ ଜାତୀୟ ଐତିହ୍ୟ ପ୍ରାଧିକରଣ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣକୁ ଆବେଦନ କରିବ ବୋଲି ସୂଚନା ଦେଇଥିଲା। ଆଜି ଏହି ପୁଣି ଶ୍ରୀମନ୍ଦିର ପରିକ୍ରମାର ସଂକଳ୍ପ ବିଧାନସଭାରେ ପାରିତ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story