ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପଛରେ ରାଜ୍ୟ ଗୃହ ବିଭାଗ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଫେରାର ହେବା ପଛରେ ରାଜ୍ୟ ଗୃହ ବିଭାଗର ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ରାଜ୍ୟ ସରକାର ଓ ବହୁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ନିଜେ ରାଜ୍ୟରେ ଅପରାଧ ଓ ଅପରାଧୀଙ୍କୁ ପ୍ରୋତ୍ସାହନ […]

lekhashree samantsinghar

lekhashree samantsinghar

Ordigital Desk
  • Published: Tuesday, 20 April 2021
  • Updated: 20 April 2021, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଫେରାର ହେବା ପଛରେ ରାଜ୍ୟ ଗୃହ ବିଭାଗର ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ରାଜ୍ୟ ସରକାର ଓ ବହୁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ନିଜେ ରାଜ୍ୟରେ ଅପରାଧ ଓ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ସ୍ପଷ୍ଟ ପ୍ରମାଣ ମିଳିଛି। ଓଡ଼ିଶା ଜେଲ ମାନୁଏଲ ନିୟମ ଅନୁସାରେ କୌଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲର ମେଡିକାଲ ଅଫିସର ଓ ଜେଲ ଅଧୀକ୍ଷକଙ୍କ ସୁପାରିଶକ୍ରେମ ଜେଲ ଡିଜି ଅନୁମତି ପ୍ରଦାନ କରିବା ଆବଶ୍ୟକ। କଏଦୀଟି ବାହାରେ ରହି ଚିକିତ୍ସିତ ହେଉଥିବାବେଳେ ଜେଲ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ପ୍ରତିଦିନ ଏକ ରିପୋର୍ଟ ଜେଲ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ। ମାତ୍ର କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ଦାଇଦର କ୍ଷେତ୍ରରେ ଜେଲ କର୍ତ୍ତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜାଣିଶୁଣି ଅବହେଳା ପ୍ରଦର୍ଶନ କରିବା ସହ ଅକ୍ଷମଣୀୟ ଅପରାଧ କରିଛନ୍ତି। ହାଇଦର ଖସିଯିବା ପଛରେ ଗୃହ ବିଭାଗ ରହିଛି ଓ ଏଥିପାଇଁ ରାଜ୍ୟ ଗୃହ ବିଭାଗ ସମ୍ପୂର୍ଣ୍ଣ ଦାୟୀ। ମାତ୍ର ଏବେସୁଦ୍ଧା ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲ ସୁପରିଟେଣ୍ଡେଣ୍ଟ ଓ ଜେଲ ଚିକିତ୍ସାଧିକାରୀଙ୍କୁ ଉତ୍ତରଦାୟୀ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଜେଲ କର୍ତ୍ତୃପକ୍ଷ ଓ ପୁଲିସ ସହାୟତାରେ କୁଖ୍ୟାତ ଅପରାଧୀ ହାଇଦରକୁ ଖସାଇ ଦିଆଗଲା। ତେଲେଙ୍ଗାନା ରାଜ୍ୟ ପୁଲିସ ହାଇଦରକୁ ଧରିଲେ। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟ ଗୃହ ବିଭାଗ ପୁଲିସ ଜରିଆରେ ଗଣମାଧ୍ୟମକୁ ଆସି ଧରିଥିବାର କହି ବାହାବା ସାଉଁଟିଲେ । ଦୁଇ ଥର ଆଜୀବନ କାରାଦଣ୍ଡ ଭୋଗି ସମ୍ବଲପୁର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ହାଇଦର ଚିକିତ୍ସା ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା। ତା’ପାଖରେ ମୋବାଇଲ ଫୋନ୍ , ନଗଦ ଟଙ୍କା ଆଦି କେମିତି ରହୁଥିଲା? ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ରହି ସେ ବିରିୟାନୀ କିପରି ଖାଉଥିଲା?

ଡାକ୍ତର ଚିକିତ୍ସିତ ହେଉଥିବାବେଳେ ହାଇଦର ପାଖରେ ପୁଲିସ ସୁରକ୍ଷା ବ୍ୟବସ୍ଥା ନଥିଲା, କିନ୍ତୁ ତା’ର ଯୁବତୀ ବନ୍ଧୁ ଓ ଅନ୍ୟ ଅପରାଧୀମାନେ ତା’ସାଙ୍ଗରେ ରହୁଥିଲେ। ଶେଷରେ କେମିତି ଓ କାହା ସହାୟତାରେ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଏହି ଷଡ଼ଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି ଓ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ ବୋଲି ଡଃ ସାମନ୍ତସିଂହାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଶକାତର ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ରାଜ୍ୟର ସମସ୍ତ ୯୧ଟି ଜେଲରେ ପରିସ୍ଥିତି କ’ଣ ଅଛି ତା’ର ଏକ ରିପୋର୍ଟ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos