ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଲେ ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ଅନୁଦାନ ନେଇ ବିଜେଡିର ଟାର୍ଗେଟକୁ ନିନ୍ଦା କଲା ବିଜେପି।  ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡିକୁ ପାଲଟା ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଇ ଲେଖାଶ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ନିକଟ ଐତିହ୍ୟକୁ ଭାଙ୍ଗି କବାଡ଼ଇାକୁ ବିକାଯାଉଛି । ଏଭଳି ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରୁଥିବା ଲୋକକୁ କଳାପାହାଡ଼ କୁହାଯାଏ। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ […]

Lekhasri Samantsinghar

Lekhasri Samantsinghar

Tapas Behera
  • Published: Saturday, 06 February 2021
  • Updated: 06 February 2021, 01:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ଅନୁଦାନ ନେଇ ବିଜେଡିର ଟାର୍ଗେଟକୁ ନିନ୍ଦା କଲା ବିଜେପି।  ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡିକୁ ପାଲଟା ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଇ ଲେଖାଶ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ନିକଟ ଐତିହ୍ୟକୁ ଭାଙ୍ଗି କବାଡ଼ଇାକୁ ବିକାଯାଉଛି । ଏଭଳି ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରୁଥିବା ଲୋକକୁ କଳାପାହାଡ଼ କୁହାଯାଏ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି।  ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ନକରି ଲାଞ୍ଚନା ଦେବା ଅତ୍ୟନ୍ତ ନିନ୍ଦନୀୟ। ସୁନ୍ଦରଗଡ଼ ଓ କେନ୍ଦୁଝରରୁ ଟଙ୍କା ଆଣି ଭୁବନେଶ୍ୱରରେ ଖେଳ କରୁଛନ୍ତି। DMF ପଇସାର ୭ ଭାଗରୁ ମାତ୍ର ୧ ଭାଗ ଖର୍ଚ୍ଚ କରିପାରିଛନ୍ତି।

କେତେ ପଇସା ଆସୁଛି, କେତେ ଖର୍ଚ୍ଚ କରୁଛ ତାର ହିସାବ ରାଜ୍ୟବାସୀଙ୍କୁ ଦିଅ ବୋଲି ଲେଖାଶ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos