ପଞ୍ଚାୟତୱାରି ‘କାଳିଆ’ ତାଲିକା ସାର୍ବଜନୀନ କର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ଆଜି ୩୧୮କୋଟି ଟଙ୍କା କୋଭିଡ୍ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାକୁ ନେଇ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଛି। ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି କହିଛି। ଏହାସହିତ ତୁରନ୍ତ ପଂଚାୟତିୱାରି କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ ଦାବି କରିଛି। ବିଜେପି ମୁଖପାତ୍ର […]

Golaka Mohapatra

Golaka Mohapatra

Ordigital Desk
  • Published: Wednesday, 30 June 2021
  • Updated: 30 June 2021, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ଆଜି ୩୧୮କୋଟି ଟଙ୍କା କୋଭିଡ୍ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାକୁ ନେଇ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଛି। ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି କହିଛି। ଏହାସହିତ ତୁରନ୍ତ ପଂଚାୟତିୱାରି କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ ଦାବି କରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି।

ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟ ସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର। ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଉଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ। କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି।

ଗୋଟିଏ ପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ପ୍ରତ୍ୟେକ କିସ୍ତିରେ ହିତାଧିକାରୀ ତାଲିକାରୁ ଓଡିଆ ଚାଷୀଙ୍କ ନାଁକୁ କାଟୁଛନ୍ତି । ଯଦି କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ବଢୁଛି ତେବେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ନାଁ ଯୋଡୁ ନାହାନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

କାଳିଆ ଯୋଜନାର ଟଙ୍କାକୁ ଦଳୀୟ ଭିର୍ତିରେ ବଂଟନ କରାଯାଉଛି । ପ୍ରକୃତ ଯୋଗ୍ୟ ଚାଷୀ କାଳିଆ ଟଙ୍କା ପାଇବାରୁ ବଂଚିତ ରହୁଛି। ଫାଇଭ-ଟି କଥା କହୁଥିବା ସରକାରଙ୍କର ଟ୍ରାନ୍ସପରେନ୍ସି ନାହିଁ । କେବଳ ବଡ଼ ବଡ଼ ବିଜ୍ଞାପନରେ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ଯଦି ବାସ୍ତବରେ ରାଜ୍ୟ ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କାଳିଆ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ଲଗାନ୍ତୁ।

କାଳିଆ ହିତାଧିକାରୀ ବିଜେଡି କର୍ମୀ ନା ପ୍ରକୃତ ଚାଷୀ ତାଲିକାରୁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମଏସପି ଅନୁସାରେ ମିଲରମାନେ ରାଜ୍ୟରେ ଧାନ କିଣୁନାହାଁନ୍ତି କାହିଁକି ? ଧାନ କିଣାରେ କାହିଁକି ଅନିୟମିତତା ହେଉଛି ଓ ସରକାରଙ୍କ ଚାଷୀମାରଣ ନୀତିକୁ ପଦାରେ ପକାଇଛି ବୋଲି ବିଜେପି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story