ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପତ୍ତା ମିଳିଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସୀଙ୍କ ପତ୍ତା ମିଳିଛି। ରୀନା କୋରାପୁଟରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଥିବା ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି। ନିଜ କାମରେ କୋରାପୁଟ ଯାଇଥିବା କହିଛନ୍ତି ରୀନା। ସେ କାଲିମେଳା ଜିଲ୍ଲା ପରିଷଦ ଜୋନ ୨ ପାଇଁ ନାମାଙ୍କନ ଦାଖଲ କରିଥିଲେ। ନିଖୋଜ ପୂର୍ବରୁ ରୀନା ନାମାଙ୍କନ ପ୍ରତ୍ୟାହାର କରିଥିବା ସନ୍ଦେହ କରାଯାଉଛି। ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ବିଜେପି ସଭାପତି। ତୁମ୍ବାଗୁଡା ଗ୍ରାମର ରୀନା […]

Rina Kabasi

Manoranjan Sial
  • Published: Tuesday, 25 January 2022
  • , Updated: 25 January 2022, 10:35 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସୀଙ୍କ ପତ୍ତା ମିଳିଛି। ରୀନା କୋରାପୁଟରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଥିବା ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି। ନିଜ କାମରେ କୋରାପୁଟ ଯାଇଥିବା କହିଛନ୍ତି ରୀନା। ସେ କାଲିମେଳା ଜିଲ୍ଲା ପରିଷଦ ଜୋନ ୨ ପାଇଁ ନାମାଙ୍କନ ଦାଖଲ କରିଥିଲେ। ନିଖୋଜ ପୂର୍ବରୁ ରୀନା ନାମାଙ୍କନ ପ୍ରତ୍ୟାହାର କରିଥିବା ସନ୍ଦେହ କରାଯାଉଛି। ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ବିଜେପି ସଭାପତି।

ତୁମ୍ବାଗୁଡା ଗ୍ରାମର ରୀନା କବାସୀ କାଲିମେଳା ଜିଲ୍ଲା ପରିଷଦ ଜୋନ୍‌-୨ର ବିଜେପି ପ୍ରାର୍ଥୀ ହୋଇଥିଲେ। ଏପରିକି ସେ ନିଜେ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ସୋମବାରଠାରୁ ସେ ନିଖୋଜ ଥିଲେ। ଦଳୀୟ କର୍ମୀମାନେ ତାଙ୍କୁ ଖୋଜି ପାଉନଥିଲେ। ତାଙ୍କ ମୋବାଇଲ୍‌ ମଧ୍ୟ ଲାଗୁନଥିଲା। ପରିବାର ଲୋକ ଏନେଇ ମୁହଁ ଖୋଲୁନଥିଲେ। ରୀନାଙ୍କୁ ନପାଇ ବିଜେପି ପକ୍ଷରୁ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରୀନା କୋରାପୁଟରେ ତାଙ୍କ ସମ୍ପର୍କୀୟ ଘରେ ଥିବା ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି।

Related story