ମନରେଗାରେ ଶ୍ରମଦିବସ ୧୫୦ଦିନ ହେବାକୁ ରାଜ୍ୟ ସରକାରଙ୍କ ସ୍ୱାଗତ, ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏମଜିଏନଆରଇଜିଏସରେ ଶ୍ରମଦିବସ ବଢାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି। ଏପଟେ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜବକାର୍ଡ ଥାଇ ଲୋକଙ୍କୁ ୧୦୦ ଦିନର କାମ ଯୋଗାଇ ପାରୁ ନ ଥିବା ରାଜ୍ୟ ସରକାର ୧୫୦ ଦିନର କାମ କେମିତି ଦେବେ ବୋଲି ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏ ନେଇ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ […]

mg1

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 04:02 PM IST

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏମଜିଏନଆରଇଜିଏସରେ ଶ୍ରମଦିବସ ବଢାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି। ଏପଟେ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜବକାର୍ଡ ଥାଇ ଲୋକଙ୍କୁ ୧୦୦ ଦିନର କାମ ଯୋଗାଇ ପାରୁ ନ ଥିବା ରାଜ୍ୟ ସରକାର ୧୫୦ ଦିନର କାମ କେମିତି ଦେବେ ବୋଲି ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ଏ ନେଇ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପର୍ଯ୍ୟାପ୍ତ ପରିମାଣର କାମ ଯୋଗାଇ ଦେବାକୁ ଏମଜିଏନଆରଇଜିଏସ ଏକ ଭଲ ମାଧ୍ୟମ । ଶ୍ରମଦିବସ ୧୦୦ରୁ ୧୫୦ ଦିନକୁ ବଢିବା ପରେ ଲୋକେ ଉପକୃତ ହେବେ । ସ୍ୱଳ୍ପ ବୃଷ୍ଟିପାତ ଓ ମରୁଡି ଅଞ୍ଚଳ ଲାଗି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ୧୫୦ ଦିନର କାମ ଯୋଗାଇ ଦେବ । ତେବେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ କେନ୍ଦ୍ରର ଏପରି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଏମଜିଏନଆରଇଜିଏସରେ ତଳସ୍ତରରେ ଲୋକେ କାମ ପାଉନାହାନ୍ତି । ବ୍ଲକସ୍ତରରେ ସରକାର ଏହାର ତଦାରଖ କରିବାର ଆବଶ୍ୟକତା ରହିଛି । ୧୫୦ ଦିନ ଶ୍ରମଦିବାସ ଘୋଷଣାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି । ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆବଶ୍ୟକ ଅର୍ଥ ଥିଲେ ବି ରାଜ୍ୟ ସରକାର ଲୋକଙ୍କୁ ୧୦୦ ଦିନର କାମ ଯୋଗାଇ ପାରୁନାହାନ୍ତି । ଏବେ ୧୫୦ ଦିନର କାମ କିପରି ଯୋଗାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦାଦନ ସମସ୍ୟାକୁ ଦେଖି ୨୦୧୩ରୁ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୬ଟି ବ୍ଲକରେ ଜବକାର୍ଡଧାରୀଙ୍କୁ ଶହେ ଦିନ ବଦଳରେ ୧୫୦ ଦିନର କାମ ଯୋଗାଇ ଦିଆଯାଉଛି । ତଥାପି ଏ ଅଞ୍ଚଳରେ ଦାଦନ ସମସ୍ୟା କମ ହୋଇନାହିଁ । ଚଳିତବର୍ଷ ବର୍ଷା କମ୍ ଯୋଗୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଚାଷ ଉଜୁଡିଯିବାର ଆଶଙ୍କ। ରହିଛି। ସେହିପରି ରାଜ୍ୟର ୮ଟି ଜିଲ୍ଲାର ୧୦୩ ବ୍ଲକରେ ମରୁଡ଼ି ଆଶଙ୍କ। ବଢିଯାଇଛି। ତେଣୁ କାମ ପାଇଁ ଲୋକେ ବାହାର ରାଜ୍ୟକୁ ଯିବା ସମ୍ଭାବନା ଅଧିକ ରହିଛି । ମରୁଡି ପ୍ରଭାବିତ ଅଞ୍ଚଳରେ ଶ୍ରମିକମାନଙ୍କୁ ମନରେଗାରେ ୧୫୦ ଦିନ କାମ ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଏହା କେତେଦୂର ଦାଦନ ସମସ୍ୟାକୁ ଦୂର କରିପାରିବ ତାହା ଦେଖିବାକୁ ବାକି ରହିଲା ।

ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଏମଜିଏନଆରଜିଏରେ ରାଜ୍ୟରେ ୬ କୋଟି ୪ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏକ ହଜାର ୩୭ କୋଟି ଟଙ୍କ। ଖର୍ଚ୍ଚ ହୋଇଥିଲା। ୧୮ ଶହ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଥିଲେ ବି ଠିକ୍ ସମୟରେ ପଇସା ନ ଆସିବାରୁ କିଛି ସ୍ଥାନରେ କାମ ବାଧାପ୍ରାପ୍ତ ହୋଇଥିଲା। ଚଳିତବର୍ଷ ପ୍ରଥମ ୬ ମାସରେ ୭୯୨ କୋଟି ଟଙ୍କ। ଖର୍ଚ୍ଚ ହୋଇଥିବା ବେଳେ ପୁରାବର୍ଷରେ ୨୩ ଶହ ୪୦ କୋଟି ଟଙ୍କ। ଖର୍ଚ୍ଚରେ ୭ କୋଟି ୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

Related story