ଦଳୀୟ ସାଂସଦଙ୍କ ପ୍ରଶଂସାକୁ ବି ହଜମ କରିପାରୁନି ବିଜେଡି: ଅସହିଷ୍ଣୁତା ନା ଅଶାଳୀନତା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ୬ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସାକୁ ଖୋଦ୍ ତାଙ୍କ ଦଳ ସହଜରେ ଗ୍ରହଣ କରିପାରୁନି। ଅସହିଷ୍ଣୁତା ଏଭଳି ଚରମ ସୀମାରେ ପହଂଚିଛି ଯେ, ବିଜେଡି ସଂଗଠନ ସମ୍ପାଦକଙ୍କୁ ଟ୍ୱିଟର ମାଧ୍ୟମରେ କଟାକ୍ଷ କରିବାକୁ ପଡ଼ୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଶ୍ରୀ ମହତାବଙ୍କୁ ପ୍ରଶଂସା କରାଯିବାକୁ ନେଇ ବିଜେଡିର ଅସହିଷ୍ଣୁତା ପ୍ରକଟ କରିବାପରେ ଏବେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି […]

Bhartruhari Mahtab and Dharmendra Pradhan

Ordigital Desk
  • Published: Tuesday, 13 April 2021
  • Updated: 13 April 2021, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ୬ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସାକୁ ଖୋଦ୍ ତାଙ୍କ ଦଳ ସହଜରେ ଗ୍ରହଣ କରିପାରୁନି। ଅସହିଷ୍ଣୁତା ଏଭଳି ଚରମ ସୀମାରେ ପହଂଚିଛି ଯେ, ବିଜେଡି ସଂଗଠନ ସମ୍ପାଦକଙ୍କୁ ଟ୍ୱିଟର ମାଧ୍ୟମରେ କଟାକ୍ଷ କରିବାକୁ ପଡ଼ୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଶ୍ରୀ ମହତାବଙ୍କୁ ପ୍ରଶଂସା କରାଯିବାକୁ ନେଇ ବିଜେଡିର ଅସହିଷ୍ଣୁତା ପ୍ରକଟ କରିବାପରେ ଏବେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଅବଶ୍ୟ ବିଜେଡି ସଂଗଠନ ସମ୍ପାଦକଙ୍କ ଏଭଳି ମନ୍ତବ୍ୟ ନିଜ ଦଳର ଜଣେ ବରିଷ୍ଠ ସାଂସଦଙ୍କ ପ୍ରତି ଶାଳୀନତାର ଲକ୍ଷ୍ମଣରେଖାକୁ ଲଂଘନ କରୁଥିବା ଚର୍ଚ୍ଚା।

ସୋମବାର କଟକରେ ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ‘ବିଷୁବ ମିଳନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହୋଇଥିଲେ। ସେହି କାର୍ଯ୍ୟକ୍ରମରେ ସେ ପ୍ରଜାତନ୍ତ୍ରର ପୃଷ୍ଠପୋଷକ ତଥା ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଶଂସା କରିବା ସହ ତାଙ୍କର ଜ୍ଞାନଗାରିମାକୁ ତାଙ୍କ ଦଳ ବିଜେଡି କାହିଁକି କାମରେ ଲଗାଉନାହିଁ ବୋଲି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ। ତେବେ ନିଜର ଦଳୀୟ ସାଂସଦଙ୍କୁ ସାର୍ବଜନୀନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସାକୁ ବିଜେଡି ସକରାତ୍ମକ ଭାବେ ଗ୍ରହଣ କରି ତାଙ୍କୁ ସାଧୁବାଦ ଦେବା ପରିବର୍ତ୍ତ କଟାକ୍ଷ କରିବାକୁ ପଛାଇ ନାହିଁ।

ଭର୍ତ୍ତୃହରିଙ୍କ ପ୍ରତି ବିଜେଡିର ଅସହିଷ୍ଣୁତା ଏଭଳି ବଢ଼ିଯାଇଛି ଯେ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟର ମାଧ୍ୟମରେ ଦଳର ଆଭିମୁଖ୍ୟ ରଖିବାକୁ ପଡ଼ିଛି। ଆଉ କେନ୍ଦ୍ରମନ୍ତ୍ରୀ କାହିଁକି ପ୍ରଶଂସା କଲେ ସେଥିପାଇଁ ବି ତାଙ୍କୁ କଟାକ୍ଷ କରିବାକୁ ବିଜେଡି ପଛାଇ ନାହିଁ। ବିଜେଡିର ଏଭଳି ଅସହିଷ୍ଣୁତା ମାନସିକତାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି।

ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସ ଟ୍ୱିଟର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଟାକ୍ଷ କରି କହିଛନ୍ତି ଯେ, “ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।”

https://twitter.com/pranabpdas/status/1381815969237016579?s=20

ତେବେ ବିଜେଡିର ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସିଧାସଳଖ ପ୍ରଣବପ୍ରକାଶଙ୍କୁ କଟାକ୍ଷ କରି କହିଛନ୍ତି ଯେ, “ମହତାବଙ୍କ ନାଁ ଶୁଣି ଆପଣ ଏତେ ଅସହିଷ୍ଣୁ କାହିଁକି। ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟାରେ ନଭେମ୍ବର ୨୬କୁ ଆଜି ସମଗ୍ର ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ତାଙ୍କର ଯୋଗଦାନକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି । ତା’ଛଡ଼ା ମହତାବ ବାବୁ ଓଡ଼ିଆ ଲୋକ ଓ ବିଜେଡିର। ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି। ମହତାବ ପରିବାରର ଦେଶର ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି । ଏକଥା ଆପଣ ନିଜ ବାପାଙ୍କଠୁ ଶୁଣିଥିବେ। ନହେଲେ ବରିଷ୍ଠମାନଙ୍କ ସହ ପରାମର୍ଶ କରି ମନ୍ତବ୍ୟ ଦିଅନ୍ତୁ। ଧର୍ମେନ୍ଦ୍ର ପ୍ରଧାନ କଲମ୍ବସ ନୁହଁନ୍ତି ବରଂ ଓଡ଼ିଶା ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗଦାନ ଦେଉଛନ୍ତି।”

ସେହିପରି ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି ଯେ, ବବିଙ୍କ ପାଠ କମ୍‌, ବସ୍ତାନୀ ବଡ଼ । ଓଡ଼ିଆ ଜାତି ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ସମ୍ମାନ କଲେ ବବିଙ୍କୁ କଷ୍ଟ ହୁଏ। ଏଭଳି ମନ୍ତବ୍ୟ ଦେଇ ସେ ନିଜର ଓ ଦଳର ଗାରିମା ନଷ୍ଟ କରିଛନ୍ତି।
ଏହାପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡ଼ିଶା ଇତିହାସ’ର ହିନ୍ଦି ସଂସ୍କରଣକୁ ଏପ୍ରିଲ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲ।। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଶ୍ରୀ ମହତାବ ମଧ୍ୟ ଉପସ୍ଥିତ ଥିଲେ।

https://twitter.com/sambitswaraj/status/1381877973121298432?s=20
ସୂଚନାଯୋଗ୍ୟ, ଭର୍ତ୍ତୃହରି ମହତାବ ୧୯୯୮ ମସିହାରୁ କ୍ରମାଗତ ବିଜେଡି ସାଂସଦ ଭାବେ କଟକ ଆସନରୁ ଜିତି ଆସୁଛନ୍ତି । ବିଜେଡି ତାଙ୍କର ଜ୍ଞାନଗାରିମାକୁ ସମ୍ମାନ ଦେଇ ତାଙ୍କୁ ପ୍ରଥମେ ଲୋକସଭାରେ ଦଳର ମୁଖ୍ୟ ସଚେତକ ଓ ପରେ ସଂସଦୀୟ ଦଳ ନେତା ଭାବେ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିଲା। ଏବେ ଶ୍ରୀ ମହତାବ ବିଜେଡି ସାଂସଦ ଥିଲେ ମଧ୍ୟ ଦଳ ପାଇଁ ଅଲୋଡ଼ା ହୋଇ ରହିଛନ୍ତି।

୨୦୧୭ରେ ସେ ଦେଶର ଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ। ଶ୍ରୀ ମହତାବ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭାବେ କାର୍ଯ୍ୟ କରିବାବେଳେ ବର୍ତ୍ତମାନର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ବିଜେଡି ତ ବିଜେଡି, ରାଜନୀତିରେ ବି ପ୍ରବେଶ କରିନଥିଲେ। ଆଉ ଏବେ ସୋସିଆଲ ମିଡିଆରେ ଭର୍ତ୍ତୃହରି ମହତାବ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଟାକ୍ଷ କରି ପ୍ରଣବପ୍ରକାଶ ନିଜର ଜ୍ଞାନଗାରିମା ଓ ଗୁରୁଜନଙ୍କ ପ୍ରତି ଅଶାଳୀନତାର ପରିଚୟ ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story