ନବୀନଙ୍କ ମନ୍ତ୍ରୀଙ୍କ ଫତୱା: ନିଜ ଭୋଟରଙ୍କୁ ଭେଟିବେ ମାତ୍ର ୨ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ରାଜସ୍ୱ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ ନିଜ ନିର୍ବାଚନମଣ୍ଡଳୀ ବିଞ୍ଝାରପୁରବାସୀଙ୍କ ପାଇଁ ଅଭିନବ ଫତୱା ଜାରି କରିଛନ୍ତି । ଯେଉଁମାନଙ୍କ ଭୋଟ୍ ପାଇଁ ପ୍ରମିଳା ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ସେହି ଭୋଟର ବା ସାଧାରଣ ଲୋକ ନିଜର ଆବଶ୍ୟକତା ଅନୁସାରେ ତା’ର ସମସ୍ୟା ବା ଆପତ୍ତି-ଅଭିଯୋଗ ଶୁଣାଇପାରିବ ନାହିଁ । ସପ୍ତାହକୁ ମାତ୍ର ୨ଦିନ ହିଁ ନିଜ ଭୋଟରଙ୍କ ଅଭିଯୋଗ ଶୁଣିବେ ବୋଲି […]

Pramila

Pramila

Ordigital Desk
  • Published: Tuesday, 19 July 2022
  • Updated: 19 July 2022, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ରାଜସ୍ୱ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ ନିଜ ନିର୍ବାଚନମଣ୍ଡଳୀ ବିଞ୍ଝାରପୁରବାସୀଙ୍କ ପାଇଁ ଅଭିନବ ଫତୱା ଜାରି କରିଛନ୍ତି । ଯେଉଁମାନଙ୍କ ଭୋଟ୍ ପାଇଁ ପ୍ରମିଳା ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ସେହି ଭୋଟର ବା ସାଧାରଣ ଲୋକ ନିଜର ଆବଶ୍ୟକତା ଅନୁସାରେ ତା’ର ସମସ୍ୟା ବା ଆପତ୍ତି-ଅଭିଯୋଗ ଶୁଣାଇପାରିବ ନାହିଁ । ସପ୍ତାହକୁ ମାତ୍ର ୨ଦିନ ହିଁ ନିଜ ଭୋଟରଙ୍କ ଅଭିଯୋଗ ଶୁଣିବେ ବୋଲି ତାଙ୍କ ଅଫିସ ପକ୍ଷରୁ ସୂଚନା ଜାରି ହୋଇଛି ।
ତେବେ କ୍ରମାଗତ ପଂଚମ ପାଳି ରାଜ୍ୟରେ କ୍ଷମତାସୀନ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ‘ଲୋକମାନଙ୍କ ସେବକ’ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବିଜେଡିର ପ୍ରଭାବଶାଳୀ ନେତ୍ରୀ ପ୍ରମିଳା ମଲ୍ଲିକ ଦୀର୍ଘ ୧୧ବର୍ଷର ବ୍ୟବଧାନରେ ମନ୍ତ୍ରୀ ପଦ ଫେରିବା ପରେ ତାଙ୍କର ଆଚରଣ-ଉଚ୍ଚାରଣରେ ଅଚାନକ ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ପ୍ରମିଳାଙ୍କ ବ୍ୟକ୍ତିଗତ ସଚିବ ଜୁଲାଇ ୧୫ତାରିଖରେ ବିଂଝାରପୁରବାସୀଙ୍କ ନିମନ୍ତେ ଏକ ନିବେଦନ କରିଛନ୍ତି । ସୋସିଆଲ ମିିଡିଆରେ ଘୁରି ବୁଲୁଥିବା ଏହି ନିବେଦନରେ ଉଲ୍ଲେଖ ରହିଛି ଯେ, “ପ୍ରତ୍ୟେକ ସପ୍ତାହର କେବଳ ମଙ୍ଗଳବାର ଓ ଶୁକ୍ରବାର ଦିବସଗୁଡ଼ିକରେ ବିଂଝାରପୁର ନିର୍ବାଚନମଣ୍ଡଳୀ ଜନସାଧାରଣ ମାନ୍ୟବର ମନ୍ତ୍ରୀଙ୍କୁ ଅଭିଯୋଗ ନିମନ୍ତେ ସାକ୍ଷାତ କରିବାକୁ ଅନୁରୋଧ । ଅଭିଯୋଗ ପ୍ରକୋଷ୍ଠକୁ ଆସିବା ପୂର୍ବରୁ ମାନ୍ୟବର ମନ୍ତ୍ରୀଙ୍କ ଅବସ୍ଥିତି ବିଷୟରେ ଜାଣିବା ନିମନ୍ତେ ଯୋଗାଯୋଗ କରି ଆସିବାକୁ ଅନୁରୋଧ ।” ମନ୍ତ୍ରୀଙ୍କ ଅବସ୍ଥିତି ଜାଣିବା ପାଇଁ ତାଙ୍କ କାର୍ଯ୍ୟାଳୟ ନମ୍ବର ଓ ଗୋଟିଏ ମୋବାଇଲ ନମ୍ବର ମଧ୍ୟ ଉଲ୍ଲେଖ ରହିଛି ।
ତେବେ ପ୍ରଶ୍ନ ଉଠୁଛି, ପ୍ରମିଳା କ’ଣ ନବୀନ ସରକାରରେ ଏକମାତ୍ର ମନ୍ତ୍ରୀ, ଯିଏ ସରକାରୀ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥିବା ଭୋଟରଙ୍କୁ ସେ ସପ୍ତାହର ସବୁଦିନ ଭେଟିପାରିବେ ନାହିଁ । କେବଳ ମଙ୍ଗଳବାର ଓ ଶୁକ୍ରବାର ହିଁ ଭେଟିବେ, ତା’ପୁଣି ଫୋନରେ ଅନୁମତି ମିଳିଲେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟର ହିଁ ସର୍ବେସର୍ବା ହୋଇଥିବାବେଳେ ଜଣେ ଜନପ୍ରତିନିଧିଭାବେ ପ୍ରମିଳା ଏ କି ମାନସିକତା ଭିତରକୁ ଠେଲି ହୋଇଯାଇଛନ୍ତି । ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ମନ୍ତ୍ରୀ ଥିବାବେଳେ କାହିଁକି ପ୍ରମିଳା ନିଜର ନିର୍ବାଚନମଣ୍ଡଳୀ ଭୋଟରଙ୍କୁ ଭେଟିବା ଉପରେ ଏଭଳି ଫତୱା ତ ଜାରି କରିନଥିଲେ ।
୭୦୦କୋଟି ଟଙ୍କାର ଡାଲି ଦୁର୍ନୀତି ମାମଲାରେ ୨୦୧୧ ଫେବୃୟାରୀ ମାସରେ ନିଜର ମନ୍ତ୍ରୀ ପଦ ହରାଇ ଥିବା ପ୍ରମିଳାଙ୍କୁ ଦୀର୍ଘ ୧୧ବର୍ଷ ପରେ ମନ୍ତ୍ରୀ ପଦ ମିଳିଥିଲାବେଳେ ସେ ଏବେ ନିଜର ହିଟଲରୀ ଫତୱା ଜାରି କରିବା କେତେଦୂର ସମୀଚୀନ ତାକୁ ନେଇ ନାକେବଳ ତାଙ୍କ ନିର୍ବାଚନମଣ୍ଡଳୀ ବରଂ ରାଜ୍ୟ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି।
ନବୀନ ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିରାଡ଼ମ୍ବର ଜୀବନଯାପନ ସହ ଲୋକ(ଭୋଟର)ଙ୍କ  ସୁଖଦୁଃଖରେ ସବୁ ସମୟରେ ଉପଲବ୍ଧ ରହିବା ପାଇଁ ପରାମର୍ଶ ଦେଉଥିବାବେଳେ ପ୍ରମିଳାଙ୍କ ଅଫିସ୍ କିଭଳି ଏପରି ଏକ ଲିଖିତ ଫତୱା ଜାରି କଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେବଳ ପ୍ରମିଳା ଏପରି ଫତୱା ଜାରି କରିଛନ୍ତି ନା ନବୀନଙ୍କ ଅନ୍ୟ ମନ୍ତ୍ରୀ ଓ ବିଧାୟକ ଅନୁରୂପ ଫତୱା ନିଜ ଭୋଟରଙ୍କ ପାଇଁ କରିଛନ୍ତି ତାହା ବି ସନ୍ଦେହ ଘେରରେ । ନୀତି ଓ ନୈତିକତା ଦୃଷ୍ଟିରୁ ଜଣେ ଜନପ୍ରତିନିଧି ନିଜର ଜୀବନକୁ ସାଧାରଣ ଲୋକଙ୍କ ପାଇଁ ସମର୍ପିତ କରିଥାଏ । ମାତ୍ର ପ୍ରମିଳାଙ୍କ ଭଳି ବରିଷ୍ଠ ନେତ୍ରୀଙ୍କ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଓଲଟା ହୋଇଯାଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story