‘ମୋ ବୁଥ, କରୋନା ମୁକ୍ତ’ ଅଭିଯାନ ଆରମ୍ଭ କରିବ ଯୁବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲାରେ ସହଯୋଗ କରିବା ପାଇଁ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନ ଆରମ୍ଭ କରିବାକୁ ରାଜ୍ୟ ଯୁବ ବିଜେପି ନିଷ୍ପତ୍ତି ନେଇଛି। ଯୁବ ବିଜେପିର କର୍ମୀମାନେ ଗତକାଲିଠୁ ଘରକୁ ଘର ବୁଲି କରୋନା ସଂକ୍ରମିତ କି ନାହିଁ ସେ ନେଇ ସର୍ଭେ ଆରମ୍ଭ କରିଥିବାବେଳେ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନରେ ସାମିଲ ହେବାକୁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ କରିଛି। ରାଜ୍ୟ ଯୁବ ବିଜେପି ସଭାପତି ଇରାସିସ୍ ଆଚାର୍ଯ୍ୟ କରୋନା ଲଢ଼େଇରେ ପ୍ରମୁଖ ଭୂମିକା […]

BJP

BJP

Manoranjan Sial
  • Published: Thursday, 20 May 2021
  • Updated: 20 May 2021, 11:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୁକାବିଲାରେ ସହଯୋଗ କରିବା ପାଇଁ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନ ଆରମ୍ଭ କରିବାକୁ ରାଜ୍ୟ ଯୁବ ବିଜେପି ନିଷ୍ପତ୍ତି ନେଇଛି। ଯୁବ ବିଜେପିର କର୍ମୀମାନେ ଗତକାଲିଠୁ ଘରକୁ ଘର ବୁଲି କରୋନା ସଂକ୍ରମିତ କି ନାହିଁ ସେ ନେଇ ସର୍ଭେ ଆରମ୍ଭ କରିଥିବାବେଳେ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନରେ ସାମିଲ ହେବାକୁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ କରିଛି।

ରାଜ୍ୟ ଯୁବ ବିଜେପି ସଭାପତି ଇରାସିସ୍ ଆଚାର୍ଯ୍ୟ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ - କରୋନା ମୁକ୍ତ’ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍‌କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଗୁରୁତ୍ୱ ଦେଇ ଦଳମତ ନିର୍ବିଶେଷରେ କୋଭିଡ୍ ଟେଷ୍ଟିଂ ଅଭିଯାନରେ ସମସ୍ତଙ୍କୁ ସାମିଲ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ । କରୋନା ମହାମାରୀର ଦ୍ୱିତୀୟ ଲହରରେ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟର ସର୍ବାଧିକ ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାର ଏଥିରେ ପଛୁଆ ଅଛନ୍ତି ।

ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ମାତ୍ର ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗତକାଲି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ‘ଡୋର୍ ଟୁ ଡୋର’ ସର୍ଭେ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ନିମ୍ନଧରଣର ଭିତ୍ତିଭୂମି କାରଣରୁ ସ୍ୱାସ୍ଥ୍ୟସେବାଠାରୁ କୋଷ ଦୂରରେ ଥିବା ସାଧାରଣ ଲୋକଙ୍କ ନିକଟକୁ ଯାଇ ଯୁବମୋର୍ଚ୍ଚା କର୍ମର୍ତ୍ତାମାନେ ସାବଧାନତାର ସହ ଇନଫ୍ରାରେଡ଼ ଥର୍ମୋମିଟର ଏବଂ ଅକ୍ସିଜେନ ମିଟର ନେଇ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିଥିଲେ ।

ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ୨୬ଟି ସାଂଗଠନିକ ଜିଲ୍ଲାରେ ଗତକାଲି ଏହି ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହୋଇ ଯାଇଥିଲାବେଳେ ଆଜି ମଧ୍ୟ ଅନେକ ସାଂଗଠନିକ ଜିଲ୍ଲାରେ ଏହି ପ୍ରକ୍ରିୟାର ଆରମ୍ଭ ହୋଇଛି । ଯୁବମୋର୍ଚ୍ଚାର ଏହି ପ୍ରଚେଷ୍ଟା ସାଧରଣ ଜନତାଙ୍କ ଦ୍ୱାରା ଆଦୃତ ହୋଇଛି । ଆଗାମୀ ଦିନରେ ଏହାକୁ ବୁଥସ୍ତରରେ ପହଂଚାଇବାକୁ ଯୋଜନା ନିର୍ଦ୍ଧାରିତ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos