ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ମୋ ନିଖୋଜ ପୋଷ୍ଟର ଲଗାଅ: ଦିଲ୍ଲୀରୁ ଫେରିଲେ ଏମିତି କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।  ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିବା ପରେ ସେ କହିଛନ୍ତି, ସଂସଦର ବଜେଟ ଅଧିବେଶନ ପାଇଁ ସେ ଜାନୁଆରି ୨୯ରୁ ଫେବ୍ରୁଆରି ୨୩ ତାରିଖ ଯାଏ ଦିଲ୍ଲୀରେ ଥିଲେ।  ଯେଉଁମାନେ ନିଖୋଜ ପୋଷ୍ଟର ଲଗାଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା। ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ପୁଣି ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଦିଲ୍ଲୀ ଯିବାକୁ ପଡ଼ିବ।  ଯେଉଁମାନେ ତାଙ୍କର ନିଖୋଜ ପୋଷ୍ଟର […]

iop

iop

Tapas Behera
  • Published: Monday, 15 February 2021
  • Updated: 15 February 2021, 03:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।  ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିବା ପରେ ସେ କହିଛନ୍ତି, ସଂସଦର ବଜେଟ ଅଧିବେଶନ ପାଇଁ ସେ ଜାନୁଆରି ୨୯ରୁ ଫେବ୍ରୁଆରି ୨୩ ତାରିଖ ଯାଏ ଦିଲ୍ଲୀରେ ଥିଲେ।  ଯେଉଁମାନେ ନିଖୋଜ ପୋଷ୍ଟର ଲଗାଇଛନ୍ତି, ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା।

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ପୁଣି ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଦିଲ୍ଲୀ ଯିବାକୁ ପଡ଼ିବ।  ଯେଉଁମାନେ ତାଙ୍କର ନିଖୋଜ ପୋଷ୍ଟର ମାରିଥିଲେ, ଏହି ସମୟରେ ଆହୁରି ଅଧିକ ପୋଷ୍ଟର ଲଗାନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଏଥର ବହୁତ କମ୍ ଲାଗୁଥିଲା ବୋଲି କଟାକ୍ଷ କରିଛନ୍ତି ଅପରାଜିତା । ଏମିତି ହେଲେ ମୋତେ ବହୁତ ସାହାଯ୍ୟ ମିଳୁଛି। ମୁଁ ଭାବୁଛି ସମଝଦାରକୁ ଇଶାରା କାଫି।

ଲିଙ୍ଗରାଜ ମନ୍ଦିର NMA ବାଇ-ଲ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ କହିବେ ବୋଲି ସୂଚନା ଦେଇଛନ୍ତି ଅପରାଜିତା । ସୂଚନା ଅନୁଯାୟୀ NMA ବାଇ-ଲକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଦୁଇ ଦିନ ପୂର୍ବେ କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତି  ଲେଖିଥିଲେ ଯେ, ବିଜେଡିର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଓ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ପାଇଁ ଆସିଥିବା ବାଇ-ଲକୁ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲୁ।

ତେଣୁ ମୁଁ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ଏମପି  ଅପରାଜିତା ଷଡ଼ଙ୍ଗୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲି। ହେଲେ ସେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ। ତେବେ ଅନୁଭବଙ୍କ ଏହି ଟ୍ୱିଟ୍‌ର ଜବାବ ଦେଇଥିଲେ ଅପରାଜିତା। ସେ ରି-ଟ୍ୱିଟ୍‌ କରି ଲେଖିଥିଲେ ଯେ, ବିନା କାରଣରେ କିଛି ଘଟି ନାହିଁ। ମୁଁ ଯଥା ସୟମରେ ଏହି ପ୍ରସଙ୍ଗ ଉଠାଇବି। ସେହିପରି କିଛି ଦିନ ପୂର୍ବରୁ ରାଜଧାନୀରେ ସାଂସଦ ନିଖୋଜ ନେଇ ମଧ୍ୟ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story