ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବିଧାୟକଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସାଂସଦଙ୍କ ପତ୍ନୀ। ତେଜିବାରେ ଲାଗିଛି ବିବାଦ । ଏକ ସୋଶାଲ ମିଡିଆ ପୋଷ୍ଟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୁହାଁମୁହିଁ ହୋଇଥିବା ୨ ଜଣ ହେଲେ ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଓ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ।
ଦେବଗଡ ସହରରେ ଟାଉନ୍ ହଲ ନିର୍ମାଣ ଚାଲିଥିବା ବେଳେ ଏହାର ପାଚେରି କାମ ବି ଚାଲିଛି। ମୁକ୍ତା ଯୋଜନାରେ ପୌର ପରିଷଦ ପକ୍ଷରୁ ହୋଇଥିବା ନିର୍ମାଣ କାର୍ଯ୍ୟକୁ ଏକ ଏସ୍ଏସ୍ଜି କରୁଛି । ଏଥିନିମନ୍ତେ ୧୪ ଲକ୍ଷ ୬୫ ହଜାର ଟଙ୍କାର ବିଲ୍ ମଞ୍ଜୁର ହୋଇଛି।
[caption id="attachment_795860" align="aligncenter" width="650"]
ମାତ୍ର ବିନା କୌଣସି ସୂଚନାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ଉକ୍ତ ପାଚେରିକୁ ଭଙ୍ଗାରୁଜା କରିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲୁଥିବା ବେଳେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଏହାକୁ ନିଜ ସୋଶାଲ ମିଡିଆ ପେଜ୍ରେ ପୋଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ଏହା ବିଧାୟକଙ୍କ ଦାଦାଗିରି ବୋଲି ବି ଉଲ୍ଲେଖ କରିଛନ୍ତି ।ଏହି ଘଟଣାରେ ସମ୍ପୃକ୍ତ ଏସ୍ଏସଜି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।
ଅନ୍ୟପକ୍ଷରେ ଏହି ପ୍ରକଳ୍ପ ନିର୍ମାଣ ଲାଗି ପୌର ପରିଷଦରେ ପ୍ରସ୍ତାବ ଗୃହୀତ ହୋଇ ନ ଥିବା ଅଭିଯୋଗ କରିଛନ୍ତି ବିଜେପି କାଉନସିଲ । ଏହି ଘଟଣା ସେ ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିବା କହିଛନ୍ତି ବିଜେପି ନେତା ତଥା ଦେବଗଡ଼ ମ୍ୟୁନିସିପାଲିଟି ଉପାଧ୍ୟକ୍ଷ । ତେବେ ଘଟଣାକୁ ନେଇ ବିଜେପି ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବିଜେପି ବିଧାୟକ ଓ ସାଂସଦଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦର ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ତଳେ ଦେବଗଡ ସହରରେ ହକି ବିଶ୍ୱକପ୍ ଟଫି ପରିକ୍ରମା ବେଳେ ବିଜେପି ଜିଲ୍ଲା ଉପସଭାପତି ତଥା ବିଧାୟକଙ୍କ ସମ୍ପର୍କୀୟ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଥିଲେ ସାଂସଦଙ୍କ ପତ୍ନୀ ।