କଂଗ୍ରେସ ଛାଡ଼ିଲେ ନବୀନ ନନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ନନ୍ଦ ଲେଖିଛନ୍ତି ଯେ ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି। କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ […]

Nabin Nanda

Nabin Nanda

Jitendra Garnayak
  • Published: Thursday, 14 October 2021
  • Updated: 14 October 2021, 01:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ନନ୍ଦ ଲେଖିଛନ୍ତି ଯେ ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି।

କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୦୧୯ରେ ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।
୨୦୦୯ରେ ନବୀନ ନନ୍ଦ ଏନ୍‌ସିପି ଟିକେଟ୍‌ରେ ଢେଙ୍କାନାଳ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ସେହି ଗୋଟିଏ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଶ୍ରୀ ନନ୍ଦ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ତେବେ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ଇଚ୍ଛୁକ ଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିପାରିବନି ବୋଲି କହିଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଓ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଏହି ନିର୍ବାଚନରେ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos