କେତେବେଳେ ମୁଖ୍ୟମନ୍ତ୍ରୀ ବନ୍ଦି ତ କେତେବେଳେ ବନ୍ଧନରେ ଥିବା କହୁଛି ବିଜେପି। କେନ୍ଦ୍ରରୁ ଆସୁଥିବା ନେତା କଡା ଟିପ୍ପଣୀ ଦେବା ପରେ ରାଜ୍ୟ ବିଜେପି ନେତା ଏହାକୁ ନେଇ ପ୍ରତିବାଦ କରିବା ସହିତ ପୁଲିସ ଡିଜିଙ୍କୁ ଚିଠି ଲେଖି ଦାବିପତ୍ର ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।