ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ କାହିଁକି ଦଳରୁ ଇସ୍ତଫା ଦେଲେ, ସେ ନେଇ ସେଥିରେ କିଛି ଉଲ୍ଲେଖ କରି ନାହାନ୍ତି।
ସୁକାନ୍ତ କୁମାର ନାୟକ ପ୍ରଥମେ ବିଜେଡିରେ ଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଓ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସୁକାନ୍ତ କୁମାର ନାୟକ ପୁଣି ବିଜେଡିକୁ ଫେରିବା ନା କ’ଣ କରିବେ, ତାହା ଜଣାପଡ଼ିନାହିଁ। ନିଜ ସମର୍ଥକଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେହିପରି କାହିଁକି ବିଜେପି ଛାଡ଼ିଲେ, ସେ ନେଇ ମଧ୍ୟ କିଛି କହି ନାହାନ୍ତି। ପରବର୍ତ୍ତୀ ସମୟରେ ଏ ସଂପର୍କରେ କହିବେ ବୋଲି କହିଛନ୍ତି ସୁକାନ୍ତ କୁମାର ନାୟକ।
ବିଜେପିରୁ ଆଜି ଆଉ ଜଣେ ନେତା ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳର କଟକ ଜିଲ୍ଲା ସଭାପତି ଥିବା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଇସ୍ତଫା ଦେଇଛନ୍ତି।
ବିଜେପିରୁ ସୁକାନ୍ତ ନାଏକ ଓ ପ୍ରକାଶ ବେହେରାଙ୍କ ଇସ୍ତଫା ପ୍ରସଙ୍ଗରେ ଦଳର ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ବିଜେଡିର ୬ ଥରର ସାଂସଦ କାଲି ବିଜେପିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ୨ ଥରର ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିକୁ ଅଧିକ ଲୋକ ଆସୁଛନ୍ତି। ଯାହାର କ୍ଲିନ ଇମେଜ ଅଛି ସେମାନେ ବିଜେଡି ଛାଡ଼ି ବିଜେପିକୁ ଆସୁଛନ୍ତି।
#ବିଜେପି_ଛାଡ଼ିଲେ_ସୁକାନ୍ତ
— Odisha Reporter (@OdishaReporter) March 29, 2024
ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। #Odisha #Balasore #BJP pic.twitter.com/hS5uMwMFMQ