ଯାହା ନଖରେ ଛଣ୍ଡିବ, ତାପାଇଁ ଟ୍ୟାଙ୍କ୍ କ’ଣ ଦରକାର: ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢୁଛି  ବିବାଦ। ତେଜୁଛି ରାଜନୀତି। ମୁହାଁମୁହିଁ ବିଜେଡି-ବିଜେପି।ଗତକାଲି ଲିଙ୍ଗରାଜ ମନ୍ଦିରରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟ୍ୱିଟ୍‌ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକ୍‌ରେ ବୁଝାଯାଇନି । ରାଜ୍ୟ ସରକାରୀ ପ୍ରତିନିଧି ଠିକ୍ରେ ଅଧିନିୟମ ଅନୁଧ୍ୟାନ ପାଇଁ […]

lekhashree

lekhashree

Tapas Behera
  • Published: Saturday, 13 February 2021
  • Updated: 13 February 2021, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢୁଛି  ବିବାଦ। ତେଜୁଛି ରାଜନୀତି। ମୁହାଁମୁହିଁ ବିଜେଡି-ବିଜେପି।ଗତକାଲି ଲିଙ୍ଗରାଜ ମନ୍ଦିରରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟ୍ୱିଟ୍‌ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକ୍‌ରେ ବୁଝାଯାଇନି ।

ରାଜ୍ୟ ସରକାରୀ ପ୍ରତିନିଧି ଠିକ୍ରେ ଅଧିନିୟମ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର । ତାପରେ ବି ବିବାଦ ଥମିନି ।  ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଅର୍ଜୁନ ରାମ ମେଘାଓ୍ୱାଲଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ। ତେବେ ବିଜେପି, ବିଜେଡିର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛି । NMAର ନିୟମ ଯାହା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ନିୟମ ରହିଛି । ତେଣୁ କଣ ପାଇଁ ବିଜେଡି ଅଧିନିୟମକୁ ବିରୋଧ କରୁଛି ବୋଲି ଦଳ ଜାଣିବାକୁ ଚାହିଁଛି । ସେହିପରି ଯାହା ନଖରେ ଛଣ୍ଡିବ, ତା ପାଇଁ  ଟ୍ୟାଙ୍କ୍ ବ୍ୟବହାର କଣ ଦରକାର ବୋଲି ପ୍ରଶ୍ନ କରିଛି ବିଜେପି ।

ଐତିହ୍ୟ ସୁରକ୍ଷା ଲାଗି ଉଦ୍ଦିଷ୍ଟ ୧୯୫୮ର ଆମ୍ସାର୍ ଆଇନ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ,  କିର୍ତ୍ତୀରାଜି ପରିସରର ଶହେ ମିଟର ଭିତରେ କିଛି ବି ନିର୍ମାଣ କାମ ହୋଇପାରବ ନାହିଁ । ଆଇନ ଅନୁସାରେ ଏହା ନିଷିଦ୍ଧାଞ୍ଚଳ । ସେହିପରି ନିଷିଦ୍ଧାଞ୍ଚଳଠୁ ୨ଶହ ମିଟର ହେଉଛି ନିୟନ୍ତ୍ରିତ ଅଂଚଳ । ସେହି ଅଞ୍ଚଳରେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସେଠାରେ ନିର୍ମାଣ କାମ କରିହେବ । NMA ବାଇଲରେ ମଧ୍ୟ ସେଇ ବ୍ୟବସ୍ଥା ରହିଛି । ଏଣେ ରାଜ୍ୟ ସରକାରଙ୍କ ୨୦୧୮ ବିଡିଏ ଗେଜେଟ୍ ନୋଟିଫିକେସନ୍ ଓ ଓଡିଶା ଡେଭଲମେଣ୍ଟ ଅଥରଟି ୨୦୨୦ ନିୟମରେ ମଧ୍ୟ ସମାନ ବିଷୟ ଉଲ୍ଲେଖ ରହିଛି।

ତେଣୁ ବାଇ-ଲ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଏହାକୁ ଭଲ ଭାବେ ଅନୁଧ୍ୟାନ କରିଛନ୍ତି ତ? ନା ଲୋକଙ୍କୁ ବିଭ୍ରାନ୍ତ କରି କିର୍ତ୍ତୀରାଜି ସୁରକ୍ଷା ନାଁରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା ଚାଲିଛି ? ଅନ୍ୟପକ୍ଷରେ ବାଇ-ଲ ଚୁଡାନ୍ତ ହୋଇନଥିବା ବେଳେ କେବଳ ଫେବୃଆରୀ ୧୮ ସୁଦ୍ଧା ଆପତ୍ତିଅଭିଯୋଗ ମଗାଯାଇଛି । ଅର୍ଥାତ୍ ସ୍ଥାନୀୟ ଲୋକଙ୍କ ମତମତ ପରେ ଯାଇ ଏହା ଚୂଡ଼ାନ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos