ଏମାନେ କ’ଣ ଆଇନରୁ ଊର୍ଦ୍ଧ୍ୱରେ, କେବେ ହେବ ବିଜେଡି ଯୁବ ଓ ମହିଳା ମୁଖିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାଂସ୍କୃତିକ, ରାଜନୀତିକ, ଧାର୍ମିକ ସମାବେଶ ଓ ଶୋଭାଯାତ୍ରା ଆଦି ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ବାରମ୍ବାର ଗଣମାଧ୍ୟମରେ କରୋନାରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସନ୍ଦେଶ ଦେଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶକୁ ତାଙ୍କ ଦଳର ଯୁବ ଓ ମହିଳା ୱିଙ୍ଗ ମୁଖିଆ ଖୋଲାଖୋଲି ବେଖାତିର କରିଛନ୍ତି। ସରକାରଙ୍କ […]

BJD

BJD

Ordigital Desk
  • Published: Monday, 26 April 2021
  • Updated: 26 April 2021, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାଂସ୍କୃତିକ, ରାଜନୀତିକ, ଧାର୍ମିକ ସମାବେଶ ଓ ଶୋଭାଯାତ୍ରା ଆଦି ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ବାରମ୍ବାର ଗଣମାଧ୍ୟମରେ କରୋନାରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସନ୍ଦେଶ ଦେଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶକୁ ତାଙ୍କ ଦଳର ଯୁବ ଓ ମହିଳା ୱିଙ୍ଗ ମୁଖିଆ ଖୋଲାଖୋଲି ବେଖାତିର କରିଛନ୍ତି।

ସରକାରଙ୍କ କରୋନା ନିୟମକୁ ଜାଣିଶୁଣି ଉଲ୍ଲଘଂନ କରି ରାଜନୀତିକ ସଭାସମିତି ଓ ସମାବେଶ କରିବା ସହ ଅନେକ ନିରୀହ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ସରକାର କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ଚାପ ପକାଉଥିଲେ ମଧ୍ୟ ବିଜେଡି ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିୟମ ଭାଙ୍ଗିବାକୁ ୪୮ଘଣ୍ଟା ପୁରୁଲାଣି କିନ୍ତୁ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ସକ୍ଷମ ହୋଇପାରିନି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ସାଢ଼େ ୪କୋଟି ଲୋକ ତାଙ୍କ ପରିବାର ଓ ପ୍ରତ୍ୟେକଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି କହି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କ୍ରମାଗତ ପରାମର୍ଶ ଦେଉଛନ୍ତି। ସରକାରଙ୍କ ଗାଇଡଲାଇନ୍ ମାନିବାକୁ ଓ ଅମାନିଆଙ୍କୁ ସାବାଡ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରିତାପର କଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ନିଜ ନିର୍ବାଚନମଣ୍ଡଳୀରେ ମିଶ୍ରଣପର୍ବ ଓ ସମାବେଶ ଆୟୋଜନ କରି ଲୋକଙ୍କ ଜୀବନ ସହ ଖେଳ ଖେଳିବାକୁ ପଛାଉ ନାହାନ୍ତି। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏହି ଜିଲ୍ଲାରେ କରୋନାର ପ୍ରଭାବ ଅଧିକ ଥିବା ସତ୍ତ୍ୱେ କ୍ଷମତାର ଅପବ୍ୟବହାର କରି ଶ୍ରୀ ରାୟ ରବିବାର ସେଠାରେ ଦଳୀୟ ମିଶ୍ରଣ ପର୍ବ ଆୟୋଜନ କରିଥିଲେ। କଂଗ୍ରେସ ଓ ବିଜେପିରୁ ଲୋକଙ୍କୁ ଆଣି ଶ୍ରୀ ରାୟଙ୍କ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲାବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସ୍ଥାନୀୟ ତିହିଡ଼ି ବ୍ଲକ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିଲା।

ସେହିପରି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ କରି ଶହ ଶହ ଲୋକଙ୍କୁ ଏକଜୁଟ କରି ଶୋଭାଯାତ୍ରାଠୁ ଆରମ୍ଭ କରି ସଭା ପର୍ଯ୍ୟନ୍ତ କରିଥିଲେ। ଶନିବାର ଶ୍ରୀମତୀ ଛୁରିଆଙ୍କ ଭେଡେନ୍ ବ୍ଲକର ଦଳୀୟ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ କରୋନା ଗାଇଡଲାଇନକୁ ଉଲ୍ଲଘଂନ କରାଯାଇଥିଲା। ବରଗଡ଼ ଜିଲ୍ଲା ଏବେ କରୋନାର ରେଡ୍ ଜୋନ୍ ମଧ୍ୟରେ ଥିବାବେଳେ ଶ୍ରୀମତୀ ଛୁରିଆ କିଭିଳି ନିଜ ନିର୍ବାଚନମଣ୍ଡଳୀ ଅତାବିରାରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରହି ଏସବୁ କାର୍ଯ୍ୟକ୍ରମ ଆୟୋଜନ କଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ନିଜ ନିର୍ବାଚନମଣ୍ଡଳୀ ଜଗନ୍ନାଥପ୍ରସାଦ ବ୍ଲକରେ ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ସରକାରଙ୍କ ନିର୍ଦ୍ଦେଶନାମାଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅପିଲା ପର୍ଯ୍ୟନ୍ତ ସବୁଥିରେ କରୋନା ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତିକ ସଭା,ସମିତି ଓ ଶୋଭାଯାତ୍ରା କିଭଳି ଆୟୋଜନ ହେଲା ଏବଂ ଏଥିପାଇଁ ସ୍ଥାନୀୟ ପ୍ରଶାସନ କିଭଳି ଅନୁମତି ଦେଲା। ଯୁବ ବିଜେଡି ସଭାପତି ଓ ମହିଳା ବିଜେଡି ସଭାନେତ୍ରୀ କ’ଣ ଆଇନରୁ ଊର୍ଦ୍ଧ୍ୱରେ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଏପ୍ରିଲ ୧୯ରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଏହି ନେତାମାନେ କାହିିଁକି ବେଖାତିର ଓ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଓ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ମାମଲା ରୁଜୁ କରିବାରେ ଜିଲ୍ଲା ପ୍ରଶାସନ ଟାଳଟୂଳ ନୀତି ଆପଣାଇବା ସାଧାରଣରେ ଚକିତ କରିଛି।

କରୋନା ଗାଇଡଲାଇନ୍ ଉଲ୍ଲଘଂନ କରୁଥିବାରୁ ଅନେକ ବ୍ୟକ୍ତିବିଶେଷଙ୍କୁ ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ୁଥିଲେ ମଧ୍ୟ ବିଜେଡିର ଦୁଇ ଛାମୁଆ ସଂଗଠନର ମୁଖିଆଙ୍କ ଏଭଳି ଖୋଲାଖୋଲି କରୋନା ନିୟମକୁ ଫୁ’କରିବା ତଥା ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ପାଇଁ କୌଣସି ଦଣ୍ଡବିଧି ହୋଇନାହିଁ।

କରୋନା ଯେଉଁ ଗତିରେ ବଢ଼ିବାରେ ଲାଗିଛି, ତା’ର ଭୟାବହତକୁ ଆକଳନ କରି ମୁଖ୍ୟମନ୍ତ୍ରୀ ଅନ୍ତତଃପକ୍ଷେ ଆଗକୁ ଆସି ନିଜର ଏହି ନେତାମାନଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସ୍ତ କଲେ ହିଁ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସାଧାରଣ ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହେବ। ଆଉ କରୋନା ଲଢ଼େଇରେ ସମସ୍ତେ ସହଯୋଗୀ ପାଲଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story