ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଆଜିଠାରୁ ଫେବ୍ରୁଆରୀ ୧୫ ଯାଏ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବ୍ରୁଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ।
ସେହିପରି ୨୦ ଫେବ୍ରୁଆରୀ ୧ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ। ୨୭ ଫେବ୍ରୁଆରୀ ୧ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ।
ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ। କାର୍ଯ୍ୟକାଳ ସରିବାକୁ ଯାଉଥିବା ୫୬ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶେର ୧୦ ଜଣ ସାଂସଦ ଥିବାବେଳେ ମହାରାଷ୍ଟ୍ର ଓ ବିହାରରେ ୬ ଜଣ ଲେଖାଏ, ମଧ୍ୟପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫ ଲେଖାଏ, ଗୁଜରାଟ ଓ କର୍ଣ୍ଣାଟକରେ ୪ ଲେଖାଏ, ଓଡିଶା, ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୩ ଲେଖାଏ, ଏବଂ ଛତିଶଗଡ, ହରିଆଣା ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏ ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
ଓଡ଼ିଶାର ତିନି ରାଜ୍ୟ ସଭା ସିଟ୍ ପାଇଁ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୩ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି। ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି।