ପିପିଲିରେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଘଂନ କରୁଛି ସରକାରୀ କଳ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ସରକାରୀ କଳ ଖୋଲାଖୋଲି ଭାବେ ନିର୍ବାଚନ ଆରଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେପି ଅଭିଯୋଗ କରିବା ସହ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି। ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ପିପିଲି ଉପନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ଏବେ ଭୋଟରଙ୍କୁ ସିଧାସଳଖ ପ୍ରଭାବିତ କରୁଛି। ଗୋଟିଏ ପଟେ ବିଜେଡି ନିର୍ବାଚନ ପ୍ରଚାର କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଗଣମାଧ୍ୟମରେ […]

BJP

BJP

Ranjit Kumar Jena
  • Published: Thursday, 22 April 2021
  • Updated: 22 April 2021, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ସରକାରୀ କଳ ଖୋଲାଖୋଲି ଭାବେ ନିର୍ବାଚନ ଆରଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେପି ଅଭିଯୋଗ କରିବା ସହ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି।

ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ପିପିଲି ଉପନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ଏବେ ଭୋଟରଙ୍କୁ ସିଧାସଳଖ ପ୍ରଭାବିତ କରୁଛି। ଗୋଟିଏ ପଟେ ବିଜେଡି ନିର୍ବାଚନ ପ୍ରଚାର କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଗଣମାଧ୍ୟମରେ ପ୍ରଚାର କରୁଥିବାବେଳେ ଅନ୍ୟପଟେ ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ପିପିଲି ଉପନିର୍ବାଚନକୁ ସରକାରୀ ଅଫିସରମାନେ ପ୍ରଭାବିତ କରିବାରେ ଲାଗିଛନ୍ତି।

ପୂର୍ବରୁ ବ୍ଲକ ବିଜେଡି ସଭାପତିଙ୍କ ସହ ବୁଲି ଡେଲାଙ୍ଗ ବ୍ଲକର ତହସିଲଦାର ମହେନ୍ଦ୍ର କୁମାର ବଢ଼େଇ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ମତଦାତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏବେ ପୁରୀ ଉପଜିଲ୍ଲାପାଳ ଓ ପିପିଲି ବିଡିଓଙ୍କ ମାଧ୍ୟମରେ ଶାସକ ବିଜେଡି ଭୋଟରଙ୍କୁ ପ୍ରଭାବିତ କରୁଛି। ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଘଂନ କରି ଶାସକ ବିଜେଡି ଯେଉଁ ଭଳି ଭାବେ ସରକାରୀ କଳ ଓ ଅଧିକାରୀମାନଙ୍କୁ ବ୍ୟବହାର କରି ଭୋଟ ହାତେଇବାର ଚକ୍ରାନ୍ତ କରୁଛି, ତାହା ଗଣତନ୍ତ୍ର ପ୍ରତି ବିପଦ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଂଚାୟତ ପିଡିଏସ ବଣ୍ଟନର ଦାୟିତ୍ୱ ସେହି ପଂଚାୟତକୁ ଦିଆଯାଇଥିଲା। କିନ୍ତୁ ଲକ୍ଷ୍ମୀନାରାୟଣପୁର ପଂଚାୟତ ଅନ୍ତର୍ଗତ ତିଗିରିଆରେ ପୁରୀ ଉପଜିଲ୍ଲାପାଳ ଓ ପିପିଲି ବିଡିଓ ସାଧାରଣ ବଂଟନ ବ୍ୟବସ୍ଥା ଦାୟିତ୍ୱ ମହାବୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଛନ୍ତି।

ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ । ଅନ୍ୟପଟେ ସେହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବଂଟନ କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ଲିଖିତ ଭାବେ ଜଣାଇ ସାରିଛନ୍ତି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିବର୍ତ୍ତେ ଜଣେ ନିର୍ଦ୍ଦିଷ୍ଟ ରାଜନୀତିକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଯାଇଛି। ଏହା ଦ୍ୱାରା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ ହୋଇଛି ଓ ସରକାରଙ୍କ ଏଭଳି ନିଷ୍ପତ୍ତି ସାଧାରଣ ଭୋଟରଙ୍କୁ ପ୍ରଲୋଭିତ, ଭୟଭୀତ ଓ ପ୍ରଭାବିତ କରିବା ପାଇଁ ହୋଇଛି ବୋଲି ବିଜେପି ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଭାବେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos