ରେଳ ପ୍ରକଳ୍ପ ପାଇଁ ସହଯୋଗ କରୁନି ରାଜ୍ୟ, ଧରାପଡ଼ିଗଲା ବିଜେଡିର ଚାଲାକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ବଜେଟରେ କେତେ ଟଙ୍କା ଆବଣ୍ଟନ ହୋଇଛି ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ରେଳବାଇ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ନହେବାପଛରେ ରାଜ୍ୟ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି। ନୂଆପଡ଼ା-ଗୁଣୁପୁର-ଥେରୁଭାଲି ନୂଆ ରେଳଲାଇନ୍ ହେଉ କି ପୁରୀ-କୋଣାର୍କ ରେଳମାର୍ଗ ସବୁଥିରେ ଓଡ଼ିଶା ସରକାର ନିଷ୍ପତ୍ତି ନେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାବେଳେ ଶାସକ ବିଜେଡି ଓଲଟା କେନ୍ଦ୍ର ସରକାରଙ୍କୁ […]

train

train

Manoranjan Sial
  • Published: Friday, 05 February 2021
  • Updated: 05 February 2021, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ବଜେଟରେ କେତେ ଟଙ୍କା ଆବଣ୍ଟନ ହୋଇଛି ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବାବେଳେ ରେଳବାଇ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ନହେବାପଛରେ ରାଜ୍ୟ ସରକାରଙ୍କ ବିଳମ୍ବିତ ନିଷ୍ପତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି। ନୂଆପଡ଼ା-ଗୁଣୁପୁର-ଥେରୁଭାଲି ନୂଆ ରେଳଲାଇନ୍ ହେଉ କି ପୁରୀ-କୋଣାର୍କ ରେଳମାର୍ଗ ସବୁଥିରେ ଓଡ଼ିଶା ସରକାର ନିଷ୍ପତ୍ତି ନେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାବେଳେ ଶାସକ ବିଜେଡି ଓଲଟା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି। ତେବେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଆଜି ରାଜ୍ୟସଭାରେ ଦେଇଥିବା ପ୍ରଶ୍ନର ଲିଖିତ ଉତ୍ତର ବିଜେଡି ଓ ରାଜ୍ୟ ସରକାରଙ୍କ ରେଳବାଇ ପ୍ରକଳ୍ପକୁ ନେଇ କୁମ୍ଭୀରକାନ୍ଦଣାର ଅସଲ ମୁଖା ଖୋଲି ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି ଯେ, ଓଡ଼ିଶା ପ୍ରତି ଏନଡିଏ ସରକାର ବୈମାତୃକ ମନୋଭାବ ଓ ଅନ୍ୟାୟ କରୁଛନ୍ତି। ବ୍ରିଟିଶ ଶାସନ ଭଳି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ, ଗତ ୭ବର୍ଷ ମଧ୍ୟରେ ଯେଉଁ ଗୋଟିଏ ରେଳଲାଇନ୍ (ନୂଆପଡ଼ା-ଗୁଣୁପୁର-ଥେରୁଭାଲି) ପାଇଁ କେନ୍ଦ୍ରର ଏନଡିଏ ସରକାର ସମ୍ମତି ଦେଇଥିଲେ ତା’ପାଇଁ ମାତ୍ର ହଜାରେ ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ପୁରୀ-କୋଣାର୍କ ରେଳମାର୍ଗର କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ମଧ୍ୟ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କେନ୍ଦ୍ର ସରକାରଙ୍କୁ ଆଜି ତୀବ୍ର ସମାଲୋଚନା କରିବାକୁ ପଛାଇ ନାହାନ୍ତି। ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କୁ ଏଭଳି ତଥ୍ୟଭିତ୍ତିକ ଟାର୍ଗେଟ୍ କରିବା ସହ ବିତର୍କ ପାଇଁ ମଧ୍ୟ ବିଜେପିକୁ ଆହ୍ୱାନ କରିବାକୁ ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ପଛାଇ ନାହାନ୍ତି। କିନ୍ତୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲ ଯେଉଁ ତଥ୍ୟ ରଖିଛନ୍ତି ତାହା ଓଡ଼ିଶା ସରକାରଙ୍କର ରେଳବାଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ରହିଥିବା ଆନ୍ତରିକତାର ବାସ୍ତବତାକୁ ପଦାରେ ପକାଇଛି।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲ ଆଜି ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ନୂଆପଡ଼ା-ଗୁଣୁପୁର ନୂଆ ଲାଇନର ଥେରୁଭାଲି ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଅନୁମୋଦନ ଦିଆଯିବା ସହ ୨୦୧୭-୧୮ ବଜେଟରେ ସାମିଲ କରାଯାଇଥିଲା। ଏହି ନୂଆ ରେଳମାର୍ଗର ଡିପିଆର ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଓଡ଼ିଶା ସରକାରଙ୍କୁ ପ୍ରକଳ୍ପ ନିର୍ମାଣ ଖର୍ଚ୍ଚର ୫୦% ଅର୍ଥ ସହ ମାଗଣାରେ ଜମି ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର କେବଳ ମାଗଣାରେ ଜମି ଦେବେ ବୋଲି ସହମତି ଜଣାଇଥିଲେ। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କୁ ଉଭୟ ମାଗଣା ଜମି ଓ ୫୦% ପ୍ରକଳ୍ପ ନିର୍ମାଣ ଅର୍ଥ ବହନ କରିବାକୁ ଅନୁରୋଧ କରାଯାଇଛି। ସେହିପରି ୨୦୧୯ ଜୁଲାଇ ୨ତାରିଖରେ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ନୂଆପଡ଼ା-ଥେରୁଭାଲି ରେଳମାର୍ଗ ନିର୍ମାଣ ପାଇଁ ୧୨୭୩.୭୪କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୭୯.୪କିମି ମାର୍ଗ ରେଳବାଇ ପାଇଁ ବ୍ୟବସାୟିକ ଦୃଷ୍ଟିରୁ ଫାଇଦା ଦେବନି। ମାତ୍ର ୩.୧୯% ଅର୍ଥ ରିଟର୍ଣ୍ଣ ମିଳିବ। ତେବେ ଯଦି ରାଜ୍ୟ ସରକାର ମାଗଣା ଜମି ଓ ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ବହନ କରିବେ ତା’ହେଲେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଟୋକେନ୍ ଅର୍ଥ ପ୍ରତିବର୍ଷ ବଜେଟରେ ମଞ୍ଜୁର କରୁଛନ୍ତି।

ସେହିପରି ଶ୍ରୀ ଗୋଏଲ ଆଜି କହିଛନ୍ତି ଯେ, ୩୩କିମି ବିଶିଷ୍ଟ ପୁରୀ-କୋଣାର୍କ ରେଳମାର୍ଗ ପାଇଁ ୨୦୧୫-୧୬ରେ ସର୍ଭେ ଶେଷ ହୋଇଥିଲା। ପ୍ରସ୍ତାବିତ ରେଳଲାଇନ୍ ବାଲୁଖଣ୍ଡ ବନ୍ୟଜନ୍ତୁ ଅଭୟାରଣ୍ୟ ଦେଇ ଅତିକ୍ରମ କରୁଥିବାରୁ ପୁଣିଥରେନୂଆ ସର୍ଭେ ପାଇଁ ମଞ୍ଜୁରୀ ଦିଆଯାଇଛି। ଖାଲି ସେତିକି ନୁହେଁ ଭୁବନେଶ୍ୱର ଷ୍ଟେସନର ପୁନଃବିକାଶ (ନୂଆ ଷ୍ଟେସନ ଭବନ ଓ ପ୍ଲାଟଫର୍ମ ସହ ନୂଆ ଲାଇନ) ନିମନ୍ତେ ୨୦୧୯ ସେପ୍ଟମ୍ବର ୧୯ତାରିଖରେ ରାଜ୍ୟ ସରକାରଙ୍କ ସହ ଏମଓୟୁ ହୋଇଥିଲା। ଏହି ଷ୍ଟେସନକୁ ମଲଟି ମଡେଲ ହବ୍ ଭାବେ ଡିଜାଇନ କରିବା ଓ ଏହାର ଆଖପାଖକୁ ସ୍ମାର୍ଟସିଟି ବିକାଶ ସହ ଏକୀକୃତ କରିବା ନିମନ୍ତେ ବିଡିଏ ଦ୍ୱାରା ଏକ ପରାମର୍ଶଦାତା ନିଯୁକ୍ତି କରାଯାଇଛି।

ତେଣୁ ମନ୍ତ୍ରୀ ଶ୍ରୀ ଗୋଏଲଙ୍କ ଏହି ଉତ୍ତର ପରେ ରାଜ୍ୟରେ ରେଳବାଇ ପ୍ରକଳ୍ପର ମନ୍ଥରତା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ଶାସକ ବିଜେଡିର ଅପାରତା ପଦାରେ ପଡ଼ିଯାଇଛି ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story