ସବୁ ଲୋକଙ୍କୁ ମାଗଣା ଟିକା ଦିଅନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାବେଳେ ଓଡ଼ିଶା ସରକାର ତୁରନ୍ତ ରାଜ୍ୟବାସୀଙ୍କ ମାଗଣା ଟିକାକରଣ ନିମନ୍ତେ ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ତାଙ୍କ ପୁରୁଣା କଥା ମନେ ପକାଇ ଦେଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କୋଭିଡ୍ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କିଛି ସ୍ୱତନ୍ତ୍ର ଅଧିକାର ରହିବା ଆବଶ୍ୟକ ବୋଲି ଓଡ଼ିଶା ସରକାର ବାରମ୍ବାର କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି […]

BJP

BJP

Ordigital Desk
  • Published: Thursday, 22 April 2021
  • Updated: 22 April 2021, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାବେଳେ ଓଡ଼ିଶା ସରକାର ତୁରନ୍ତ ରାଜ୍ୟବାସୀଙ୍କ ମାଗଣା ଟିକାକରଣ ନିମନ୍ତେ ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ତାଙ୍କ ପୁରୁଣା କଥା ମନେ ପକାଇ ଦେଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କୋଭିଡ୍ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କିଛି ସ୍ୱତନ୍ତ୍ର ଅଧିକାର ରହିବା ଆବଶ୍ୟକ ବୋଲି ଓଡ଼ିଶା ସରକାର ବାରମ୍ବାର କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ପ୍ରସ୍ତାବ ଦେଇଥିଲେ। ଯାହାକି ଗଣମାଧ୍ୟମରେ ବି ପ୍ରଚାର ହୋଇଥିଲା। କୋଭିଡ୍ ଟିକା ଖୋଲାବଜାରରେ ଉପଲବ୍ଧ ହେଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ଏହି ପ୍ରସଙ୍ଗରେ ବିଶେଷଜ୍ଞ, ଡାକ୍ତର, ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସହ କେନ୍ଦ୍ର ସରକାର ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଓ ଖୋଲା ବଜାର ପାଇଁ ୫୦ ପ୍ରତିଶତ ଟିକା ଉପଲବ୍ଧ କରାଇବାର ବ୍ୟବସ୍ଥା କଲେ। ଆସନ୍ତା ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓ ଘୋଷଣା ପରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଭଳି କିଛି ରାଜ୍ୟ ନିଜ ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଅନୁରୂପ ଭାବେ ନିଜ ଆଡ଼ୁ ଆଗେଇ ଆସି ଆବଶ୍ୟକ ପରିମାଣର ଟିକା କିଣି ମାଗଣାରେ ରାଜ୍ୟବାସୀଙ୍କୁ ଟିକାକରଣ ପାଇଁ ଯୋଗାଇ ଦିଅନ୍ତୁ ବୋଲି ବିଜେପି ଦାବି କରୁଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଶତପ୍ରତିଶତ କୋଭିଡ୍ ଟିକାକରଣ କରାନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀର ବିସ୍ତାର ଓ ଏହାର ସଠିକ୍ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏବେସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ସ୍ୱାସ୍ଥ୍ୟ ବିଭାଗ କି ରାଜ୍ୟ ସରକାର ଦେଇନାହାନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story