ପଦ୍ମପୁର ଉପନିର୍ବାଚନ: ବିଜେଡି ଡାକିଲା ବୈଠକ, କଂଗ୍ରେସ ଗଢ଼ିଲା କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ରାଜନୀତିକ ଦଳଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ପଦ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଆଜି ନିଜର ଏକ କମିଟି ଗଠନ କରିଥିବାବେଳେ ବିଜେପି ଖୁବଶୀଘ୍ର ନିଜର ପ୍ରାର୍ଥୀ ଚୟନ କରିବ ବୋଲି କହିଛି । ଏପଟେ ବିଜେଡି ନିଜର ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତାକାଲି ପୂର୍ବାହ୍ନରେ ବରଗଡ଼ ଜିଲ୍ଲାର ସମସ୍ତ ଦଳୀୟ ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀଙ୍କ […]

Congress-and-BJD

Congress-and-BJD

Ordigital Desk
  • Published: Saturday, 05 November 2022
  • Updated: 05 November 2022, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ରାଜନୀତିକ ଦଳଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ପଦ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଆଜି ନିଜର ଏକ କମିଟି ଗଠନ କରିଥିବାବେଳେ ବିଜେପି ଖୁବଶୀଘ୍ର ନିଜର ପ୍ରାର୍ଥୀ ଚୟନ କରିବ ବୋଲି କହିଛି । ଏପଟେ ବିଜେଡି ନିଜର ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତାକାଲି ପୂର୍ବାହ୍ନରେ ବରଗଡ଼ ଜିଲ୍ଲାର ସମସ୍ତ ଦଳୀୟ ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀଙ୍କ ବୈଠକ ଡାକିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେପି ପଦ୍ମପୁର ଆସନରେ ନିଜର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ଦଳର ପଦ୍ମପୁର ଉପନିର୍ବାଚନ ପାଇଁ ସାଂଗଠନିକ ଦୃଷ୍ଟିରୁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ପ୍ରାର୍ଥୀ ଚୟନ ପାଇଁ ଦଳ ଖୁବଶୀଘ୍ର ନିଷ୍ପତ୍ତି ନେବ ବୋଲି ବିଜେପି କହିଛି । ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ କମ୍ ଭୋଟ୍ ବ୍ୟବଧାନରେ ହାରିଥିବାରୁ ବିଜେପି ସେଠାରେ ଜିତିବା ନେଇ ନିଶ୍ଚିତ ଥିବା ଜଣାପଡ଼ିଛି ।

ସେହିପରି କଂଗ୍ରେସ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏହି କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ଏସ୍ ରାଜନ ଏକ୍କା ଅଛନ୍ତି । କମିଟି ପଦ୍ମପୁର ଗସ୍ତ କରି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ବାଛି ପିସିସି ନିକଟକୁ ପଠାଇବ । ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ପଦ୍ମପୁରରେ ଦଳର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ଅଛନ୍ତି । ସେ ପୂର୍ବରୁ ବିଧାୟକ ଓ ଦଳର ସଚେତକ ହିସାବରେ କାମ କରିଛନ୍ତି । ସେଠାରେ କଂଗ୍ରେସ ଭଲ କରିବ । ଅବଶ୍ୟ କିଏ ପ୍ରାର୍ଥୀ ହେବ ତାହା ହାଇକମାଣ୍ଡ ବିଚାର କରିବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ସେହିପରି ବିଜେଡିର ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ କହିଛନ୍ତି ଯେ, ପ୍ରାର୍ଥୀ ଚୟନର ମାଲିକ ହେଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ କିଏ ହେବ ଖୁବଶୀଘ୍ର ଜଣାପଡ଼ିବ । ବିଜେଡିରେ ଲବି କାମ କରେନି । ସର୍ଭେ ରିପୋର୍ଟରୁ ପ୍ରାର୍ଥୀ ଚୟନ ହେବେ । ପଦ୍ମପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ବରଗଡ଼ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ସମେତ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଯାଇଛି । ସମସ୍ତ ବିଜେଡି ନେତାମାନଙ୍କୁ ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହି ବୈଠକରେ ବରଗଡ଼ ଜିଲ୍ଲାର ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟଙ୍କ ସମେତ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ପଦ୍ମପୁର ବିଧାନସଭା ମଣ୍ଡଳୀ ନିମନ୍ତେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ରାଜେନ୍ଦ୍ର ଠୋଲକିଆ, ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ସରୋଜ ମେହେର ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସାମିଲ ହେବେ । ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଅବଶ୍ୟ ଏହି ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ କି ନାହିଁ ତାହା ଜଣାପଡ଼ିନି ।

ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୫ତାରିଖରେ ପଦ୍ମପୁର ଆସନ ନିମନ୍ତେ ଭୋଟଗ୍ରହଣ ହେବ । ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି, ୧୭ରେ ନାମାଙ୍କନ ପତ୍ର ଦାଖଲ ଶେଷ, ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡିସେମ୍ବର ୮ତାରିଖରେ ଫଳାଫଳ ଘୋଷଣା ହେବ । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story