ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକ: ଶିରୋନାସ୍ତି ଶିରୋପୀଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରାୟ ବର୍ଷକ ତଳେ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲା । ଏବେ ପୁଣି ସେହି ୬ଜଣିଆ ତାଲିକାରୁ ୨ଜଣଙ୍କୁ ବାଦ୍ ଦେଇ ପୁଣିଥରେ ସାନି ୬ଜଣିଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଆଜି ଦଳ ପକ୍ଷରୁ ଜାରି ହୋଇଛି । ତେବେ ବିଜେଡିର ଏହି ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା କେବଳ ଶିରୋନାସ୍ତି ଶିରୋପୀଡ଼ା ସଦୃଶ ହୋଇଛି । ୨୦୨୧ ଜୁନ୍ ୨୬ ତାରିଖରେ ଦଳ […]

bjd-odisha

bjd-odisha

Ordigital Desk
  • Published: Thursday, 18 August 2022
  • Updated: 18 August 2022, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରାୟ ବର୍ଷକ ତଳେ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲା । ଏବେ ପୁଣି ସେହି ୬ଜଣିଆ ତାଲିକାରୁ ୨ଜଣଙ୍କୁ ବାଦ୍ ଦେଇ ପୁଣିଥରେ ସାନି ୬ଜଣିଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଆଜି ଦଳ ପକ୍ଷରୁ ଜାରି ହୋଇଛି । ତେବେ ବିଜେଡିର ଏହି ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା କେବଳ ଶିରୋନାସ୍ତି ଶିରୋପୀଡ଼ା ସଦୃଶ ହୋଇଛି ।

୨୦୨୧ ଜୁନ୍ ୨୬ ତାରିଖରେ ଦଳ ପକ୍ଷରୁ ଯେଉଁ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଆବଂଟିତ ହୋଇଥିଲା, ସେମାନେ ସେସବୁ ଜିଲ୍ଲାର ସଂଗଠନ କଥା ବୁଝିବା ତ ଦୂରର କଥା, ସେମାନଙ୍କୁ କୌଣସି ଜିଲ୍ଲାରେ ଦଳୀୟ ସାଂଗଠନିକ ସଭାରେ ବି ଦେଖିବାକୁ ମିଳିନଥିଲା । ଏବେ ପୁଣିଥରେ ଅନୁରୂପ ୬ଜଣିଆ ବରିଷ୍ଠ ତାଲିକା ଜାରି କରି ଦଳ କେବଳ ନିଜର ସଂଗଠନ ଏସବୁ ନେତାମାନଙ୍କ ଉପରେ ନ୍ୟସ୍ତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରୁଛି । ବାସ୍ତବ କ୍ଷେତ୍ରରେ ବିଜେଡିରେ ୨-୩ଜଣଙ୍କ ହାତରେ ସମ୍ପୂର୍ଣ୍ଣ ସଂଗଠନ ରହିଛି ଓ ସେମାନେ ନିଜ ଇଚ୍ଛାରେ ଦଳକୁ ପରିଚାଳିତ କରୁଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ଜୁନ୍ ୨୬ତାରିଖରେ ବିଜେଡି ସମସ୍ତ ୩୦ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରସନ୍ନ ଆଚାର୍ଯ୍ୟ, ବିକ୍ରମ କେଶରୀ ଆରୁଖ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର ଓ ମହେଶ୍ୱର ମହାନ୍ତିଙ୍କୁ ସଂଗଠନ ଦାୟିତ୍ୱ ନ୍ୟସ୍ତ କରିଥିଲା । ତେବେ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ କାର୍ଯ୍ୟ କରୁଥିବାରୁ ତାଙ୍କୁ ସଂଗଠନ ଦାୟିତ୍ୱରୁ ମୁକ୍ତ କରାଯାଇ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଯେଉଁ ୫ଟି ଜିଲ୍ଲା ଯଥା- ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ଓ ଗଜପତି ଥିଲା ତାକୁ ଏବେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ନ୍ୟସ୍ତ ହୋଇଛି ।

ସେହିପରି ନିଜର ସମ୍ବାଦପତ୍ର ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ସୌମ୍ୟରଞ୍ଜନଙ୍କୁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ପଦରୁ ବିଦା କରାଯାଇଛି । ତାଙ୍କ ପାଖରେ ଥିବା ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ସୋନପୁର,ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ମନ୍ତ୍ରୀ ପଦ ହରାଇଥିବା ପ୍ରତାପ ଜେନାଙ୍କୁ ନ୍ୟସ୍ତ ହୋଇଛି । ଅନ୍ୟ ୪ଜଣ ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଖରେ ଥିବା ଜିଲ୍ଲାରେ କୌଣସି ପରିବର୍ତ୍ତନ ହୋଇନି ।

ମାତ୍ର ପ୍ରଶ୍ନ ଉଠୁଛି, ଏସବୁ ଜିଲ୍ଲା ଦାୟିତ୍ୱରେ ଦଳର ଏହି ବରିଷ୍ଠ ନେତାମାନେ ଥିବା ସତ୍ତ୍ୱେ ସେମାନଙ୍କୁ କୌଣସି ଦିନ ଏହି ଜିଲ୍ଲାର ସାଂଗଠନିକ କାର୍ଯ୍ୟର ତଦାରଖ ଅବା ସେସବୁ ଜିଲ୍ଲାରେ ଦଳୀୟ ସଭାସମିତି କରିବା କେହି ଦେଖିନାହାନ୍ତି । ଏପରିକି ପଂଚାୟତ ଓ ପୌର ନିର୍ବାଚନବେଳେ ମଧ୍ୟ ଏହି ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ଦେଖିବାକୁ ମିଳି ନଥିଲା । ବରଂ ୨୦୨୧ ଜୁନ୍ ୨୬ରେ ୩୦ଟି ଜିଲ୍ଲା ପାଇଁ ଯେଉଁ ଦଳୀୟ ପର୍ଯ୍ୟବେକ୍ଷକଙ୍କ ତାଲିକା ଜାରି ହୋଇଥିଲା,ସେମାନେ ଯାହାକିଛି ସଂଗଠନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଯଦିଓ ଦଳର ସମସ୍ତ ନିଷ୍ପତ୍ତି ଉପରଆଡ଼ୁ ଲଦି ଦିଆଯାଉଥିଲା ଓ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ତାକୁ ମାନିବାକୁ ବାଧ୍ୟ ହେଉଥିଲେ ।

ବିଜେଡି ସୂତ୍ର ଅନୁସାରେ, ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଟିକେଟ୍ ଚୂଡ଼ାନ୍ତବେଳେ ମଧ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କର କୌଣସି ଭୂମିକା ନଥିଲା । ଦଳ ପକ୍ଷରୁ ଯେଉଁ ତାଲିକା ପ୍ରସ୍ତୁତ ହେଉଥିଲା ତାକୁ ମାନିବାକୁ କୁହାଯାଉଥିଲା । ତେବେ ଏହି ତାଲିକା କେଉଁ ନେତାଙ୍କ ସୁପାରିଶରେ ପ୍ରସ୍ତୁତ ହେଉଥିଲା ତାହା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଓ ଜିଲ୍ଲାସ୍ତରର ପର୍ଯ୍ୟବେକ୍ଷକମାନେ ଜାଣିପାରୁନଥିଲେ । ତେଣୁ ଆଜି ଯେଉଁ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି କେବଳ ଶିରୋନାସ୍ତି ଶିରୋପୀଡ଼ା ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story