'ବୃତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ‘ପର୍ବତର ମୂଷିକ ପ୍ରସବ’ ସଦୃଶ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଆର୍ଥିକବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତି ‘ପର୍ବତର ମୂଷିକ ପ୍ରସବ’ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦରିଦ୍ର‌୍ୟ ପ୍ରତି ଉପହାସ। ଏହି ଛାତ୍ରବୃତ୍ତିକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଶୀର୍ଷକ କିମ୍ବା ହେଡ୍‌ଲାଇନ୍‌ରୁ ଯେ କେହି ଠକିଯିବେ […]

niranjan

niranjan

Ranjit Kumar Jena
  • Published: Tuesday, 05 January 2021
  • Updated: 05 January 2021, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଆର୍ଥିକବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତି ‘ପର୍ବତର ମୂଷିକ ପ୍ରସବ’ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦରିଦ୍ର‌୍ୟ ପ୍ରତି ଉପହାସ। ଏହି ଛାତ୍ରବୃତ୍ତିକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଶୀର୍ଷକ କିମ୍ବା ହେଡ୍‌ଲାଇନ୍‌ରୁ ଯେ କେହି ଠକିଯିବେ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବେ। କିନ୍ତୁ ତାହା ଭିତରକୁ ଗଲେ, ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କର ଦଳିତ ବିରୋଧୀ ଅସଲ ଚେହେରା ପ୍ରକାଶ ପାଉଛି।

କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ ଜଣେ ଦଳିତ ଛାତ୍ର ଦୈନିକ ମାତ୍ର ୪.୯୩ ଟଙ୍କା ଅର୍ଥାତ ଚା’ କପ୍ ଟିଏ କିମ୍ବା ଆଳୁଚପ୍ ଟିଏର ଦାମ ପାଂଚ ଟଙ୍କାଠୁ ବି କମ୍ ପାଇବେ। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ପାଂଚ ବର୍ଷର୍ରେ ୪କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ୫୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପତିଶତ ହିସାବରେ ଧାର୍ଯ୍ୟ ହୋଇଛି। ଅର୍ଥାତ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫,୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ।

ଏହାକୁ ହିସାବ କଲେ ବାର୍ଷିକ ୭,୧୦୬ କୋଟି ଅର୍ଥାତ ଜଣେ ଦଳିତ ଛାତ୍ରଛାତ୍ରୀ ବାବଦରେ ବାର୍ଷିକ ୧୭୭୭ ଟଙ୍କା ପାଇବେ। ଅର୍ଥାତ ମାସିକ ୧୪୮ ଟଙ୍କା ବା ଦୈନିକ ୪.୯୩ ଟଙ୍କା ପାଇବେ। ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆହୁରି ମଧ୍ୟ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ।

ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ ୧୨ହଜାର ଟଙ୍କା ନିଜସ୍ୱ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ କଂଗ୍ରେସ ଦାବି କରୁଛି। କେବଳ ଦଳିତ ଛାତ୍ର ବୃତ୍ତି ନୁହେଁ, ମୋଦି ସରକାର ସମସ୍ତ ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ମାସିକ ଏକ ହଜାର ଟଙ୍କା ହିସାବରେ ଛାତ୍ରବୃତ୍ତି ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos