‘ମେ’ ଦ୍ୱିତୀୟ ସପ୍ତାହରେ କରୋନା ପିକ୍, ସ୍ଥଗିତ କରାଯାଉ ପିପିଲି ଉପନିର୍ବାଚନ‘

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ମହାମାରୀ ଯେଉଁ ଦ୍ରୁତ ଗତିରେ ବଢ଼ିଚାଲିଛି, ତାକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ଓଡ଼ିଶାରେ ମଧ୍ୟ କରୋନାର କୋପ ଧୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପିପିଲି ଉପନିର୍ବାଚନକୁ ସ୍ଥଗିତ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ପ୍ରେସମିଟ୍‌ କରି ଏହି ଦାବି କରିଛନ୍ତି। ସେ କହିଛନ୍ତି, ଅନେକ ବିଶେଷଜ୍ଞ ଓ […]

pradeep-majhi

Ranjit Kumar Jena
  • Published: Tuesday, 27 April 2021
  • , Updated: 27 April 2021, 04:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ମହାମାରୀ ଯେଉଁ ଦ୍ରୁତ ଗତିରେ ବଢ଼ିଚାଲିଛି, ତାକୁ ଦୃଷ୍ଟିରେ ରଖି ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ଓଡ଼ିଶାରେ ମଧ୍ୟ କରୋନାର କୋପ ଧୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପିପିଲି ଉପନିର୍ବାଚନକୁ ସ୍ଥଗିତ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ପ୍ରେସମିଟ୍‌ କରି ଏହି ଦାବି କରିଛନ୍ତି। ସେ କହିଛନ୍ତି, ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକମାନେ କହୁଛନ୍ତି କରୋନାର ପିକ୍ ମେ’ ମାସର ଦ୍ୱିତୀୟ ସପ୍ତାହରେ ଆସିବ। ଯଦି ସେହି ସମୟରେ ନିର୍ବାଚନ କରାଯାଏ, ତାହେଲେ ସ୍ଥିତି ଆହୁରି ଖରାପ ହୋଇଯିବ। କ’ଣ ମଣିଷ ଜୀବନର କିଛି ମୂଲ୍ୟ ନାହିଁ। ନିର୍ବାଚନ କମିଶନଙ୍କ ପାଇଁ ଭୋଟ୍ କଣ ଏବେ ଗୁରୁତ୍ୱପୂର୍ଣ୍ଣ। ଯେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ନିୟନ୍ତ୍ରଣ କରିନାହାନ୍ତି। ସେ ଯାଏ ନିର୍ବାଚନକୁ ସ୍ଥଗିତ କରାଯାଉ।

ପିପିଲିରେ ଏବେ ଲୋକେ ରାଜନେତା ମାନଙ୍କୁ ଗାଁରେ ପୂରେଇ ଦେଉ ନାହାନ୍ତି । ଯଦି କିଏ କାହା ଘରକୁ ଯାଉଛି, ତାହେଲେ ଲୋକେ କବାଟ ବନ୍ଦ କରି ଦେଉଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ କେମିତି ହେବ। ତେଣୁ ସମସ୍ତେ ଜାଣିଛନ୍ତି, ସଂକ୍ରମଣର ସ୍ଥିତି କ’ଣ । ନିର୍ବାଚନ ବନ୍ଦ ରଖିବା ପାଇଁ ଆମେ ଉଭୟ ବିଜେଡି ଓ ବିଜେପିର ସହଯୋଗ ଚାହୁଁଛୁ ବୋଲି ପ୍ରଦୀପ ମାଝୀ କହିଛନ୍ତି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି, ବିଜେଡି। କଂଗ୍ରେସର ଅଭିଯୋଗର କୌଣସି ବାସ୍ତବତା ଓ ସତ୍ୟତା ନାହିଁ। ଏହା କେବଳ ପଲିଟିକାଲ୍ ଗିମିକ୍ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେହିପରି ନିର୍ବାଚନ କମିଶନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି। ଶୋଭାଯାତ୍ରା ନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର।

Related story