ଶିକ୍ଷିତ ପ୍ରାର୍ଥୀଙ୍କୁ ଭରସା କରିଛି ବିଜେପି

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାଜି ସାରିଛି ନିର୍ବାଚନୀ ବିଗୁଲ। ସବୁ ରାଜନୈତିକ ଦଳର ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରି ଓହ୍ଲାଇ ସାରିଛନ୍ତି ନିର୍ବାଚନୀ ମଇଦାନକୁ। ଏବେ ଭୋଟରଙ୍କୁ କିଏ କିଭଳି ନିଜ ସପକ୍ଷରେ ମନାଇବେ ସେ ନେଇ ଆରମ୍ଭ ହୋଇଛି ଜୋରଦାର କସରତ। ଆଉ ଏସବୁ ଭିତରେ ଏବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନର୍ବାଚନ ମଣ୍ଡଳୀରେ ସବୁ ନେତାଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନମଣ୍ଡଳୀ ପାତାଳୀ ଶ୍ରୀକ୍ଷେତ୍ର ଓ ବିନିକାର ପାପକ୍ଷୟ […]

Biramaharajpur-pics

Biramaharajpur-pics

Puspanjali Panda
  • Published: Wednesday, 03 April 2019
  • Updated: 03 April 2019, 05:48 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବାଜି ସାରିଛି ନିର୍ବାଚନୀ ବିଗୁଲ। ସବୁ ରାଜନୈତିକ ଦଳର ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରି ଓହ୍ଲାଇ ସାରିଛନ୍ତି ନିର୍ବାଚନୀ ମଇଦାନକୁ। ଏବେ ଭୋଟରଙ୍କୁ କିଏ କିଭଳି ନିଜ ସପକ୍ଷରେ ମନାଇବେ ସେ ନେଇ ଆରମ୍ଭ ହୋଇଛି ଜୋରଦାର କସରତ। ଆଉ ଏସବୁ ଭିତରେ ଏବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନର୍ବାଚନ ମଣ୍ଡଳୀରେ ସବୁ ନେତାଙ୍କ ମଧ୍ୟରେ ଚାଲିଛି ଅଙ୍କକଷା।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନମଣ୍ଡଳୀ ପାତାଳୀ ଶ୍ରୀକ୍ଷେତ୍ର ଓ ବିନିକାର ପାପକ୍ଷୟ ଘାଟ ପାଇଁ ପ୍ରସିଦ୍ଧ। ଏହା ସାଂଗକୁ କଳା ଓ ସଂସ୍କୃତିର ମାଟି ବୀରମହାରାଜପୁରକୁ ହସ୍ତତନ୍ତ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଖାଲି ସେତିକି ନୁହେଁ ସ୍ୱାଦିଷ୍ଟ ମୁଗ ଓ ସରୁ ବାସମତି ଚାଉଳ ପାଇଁ ବୀରମହାରାଜପୁରର ବେଶ ପ୍ରସିଦ୍ଧି ରହିଛି। କୃଷି ହେଉଛି ଏଠିକା ଲୋକଙ୍କ ମୁଖ୍ୟ ଜୀବିକା। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ଆଠମଲ୍ଲିକ ଓ କିଶୋର ନଗର ରହିଥିବାବେଳେ ନିବାର୍ଚନ ମଣ୍ଡଳୀ ପୁନର୍ଗଠନ ପରେ ଏହି ଅଞ୍ଚଳରେ ସାମିଲ ହୋଇଛି ଜିଲ୍ଲାର ବିନିକା ବ୍ଲକ। ଏବେ ବୀରମହାରାଜପୁର, ଉଲୁଣ୍ଡା ଏବଂ ବିନିକା ବ୍ଲକର ୪୫ ପଞ୍ଚାୟତକୁ ନେଇ ଏହି ଆସନ ଗଠିତ।


ସମସ୍ୟା: ଉନ୍ନତ ଧାନଚାଷ,କପା ଓ ଡାଲି ଜାତୀୟ ଶସ୍ୟ ସହ ପନିପରିବା ପାଇଁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ବେଶ୍‌ ଜଣାଶୁଣା। ମହାନଦୀ,ଜିରା,ଅଂଗ,ହରିହର ଓ ସୁରୁବାଲି ପରି ନଦୀ ଏହି ନିର୍ବାଚନ ମଣ୍ଡଳୀରେ ଥିଲେ ମଧ୍ୟ ଏଯାଏଁ ହେଲେ ଏଅଂଚଳର ଚାଷୀଙ୍କୁ ମିଳିନାହିଁ ପର୍ଯ୍ୟାପ୍ତ ଜଳସେଚନର ସୁବିଧା।

ନିର୍ବାଚନ ମଣ୍ଡଳୀର ବିନିକା ହୀରାକୁଦ ସେଚାଞ୍ଚଳରେ ଥିଲେ ମଧ୍ୟ ତଳ ମୁଣ୍ଡର ପାଖାପାଖି ୫ଟି ପଞ୍ଚାୟତକୁ ଦୀର୍ଘ ୨ ଦଶନ୍ଧି ଧରି ଗ୍ରୀଷ୍ମ ଋତୁରେ ପାଣି ଆସୁନାହିଁ। ସେହିଭଳି ଉଲୁଣ୍ଡା ବ୍ଲକର ୪୦ ପ୍ରତିଶତ ଚାଷ ଜମିକୁ ହରିହର ଜଳସେଚନ ପ୍ରକଳ୍ପରୁ ଜଳସେଚନ ହେଉଥିବାବେଳେ ୬୦ ପ୍ରତିଶତ ଜମିର ଚାଷ ପାଇଁ ନିର୍ଭର କରିବାକୁ ପଡ଼େ ବର୍ଷା ଜଳ ଉପରେ।
ବୀରମହାରାଜପୁର ବ୍ଲକର ମାତ୍ର ୨ଟି ପଞ୍ଚାୟତକୁ ମାଡ଼ିପରୁଛି ହରିହର ଯୋର ଜଳସେଚନ ପ୍ରକଳ୍ପର ପାଣି। ଅଞ୍ଚଳର ଚାଷୀଙ୍କ ପାଇଁ ଜଳ ସେଚନ ଜରୁରୀ ଥିବାବେଳେ ଏହି ପ୍ରସଂଗକୁ ନେଇ ସବୁ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଉଠାଇଥାନ୍ତି ସ୍ୱର ଏବଂ ଦେଇଥାନ୍ତି ପ୍ରତିଶ୍ରୁତି।

ବିଶେଷକରି ହରିହର ଯୋର ଜଳସେଚନ ପ୍ରକଳ୍ପର ବାମପାର୍ଶ୍ୱ କେନାଲ ଓ ସୁରୁବାଲି ପ୍ରକଳ୍ପ ଦଶନ୍ଧି ଦଶନ୍ଧିଧରି ନିର୍ବାଚନୀ ଇସ୍ୟୁ ହୋଇ ରହିଥିଲେ ମଧ୍ୟ ଏଯାଏଁ ହୋଇନଥିବାରୁ ଅଂଚଳବାସୀଙ୍କ ମନରେ ରହିଛି କ୍ଷୋଭ।

ବିଜେଡି:୨୦୧୪ ନିର୍ବାଚନରେ ବୀରମହାରାଜପୁରରେ ତ୍ରିମୁଖି ଲଢେଇରେ ବିଜୟୀ ହୋଇଥିବା ବିଜେଡିର ପଦ୍ମନାଭ ବେହେରା ୨୦୦୯ରେ ମଧ୍ୟ ଏହି ଆସନରୁ ବିଜୟୀ ହୋଇଥିଲେ। ତେଣୁ ଏସିବର୍ଗ ପାଇଁ ସଂରକ୍ଷିତ ଏହି ଆସନରେ ଦଳ ଏଥର ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ଦେଇଛି। ତାଙ୍କ ସମୟରେ ଗ୍ରାମାଞ୍ଚଳର ରାସ୍ତାଘାଟର ଉନ୍ନତି ସହ ନୂଆ ସେତୁ, ବିଜୁଳି ସଂଯୋଗ, ଶିକ୍ଷା କ୍ଷେତ୍ରରେ ବିକାଶ ହୋଇଥିବା ସେ କହନ୍ତି। ତାଙ୍କର ବିକାଶ ମୂଳକ କାମରେ ସନ୍ତୁଷ୍ଟ ଅଛନ୍ତି ଭୋଟର। ତେଣୁ ତାଙ୍କର ଜିତିବା ଆଶା ଭଲ ବୋଲି ସେ କହନ୍ତି।

ବିଜେପି: ସେପଟେ ଜଣେ ସ୍ଥାନୀୟ ଯୁବ ଇଞ୍ଜିନିୟରଙ୍କୁ ଏଥର ମଇଦାନକୁ ଛାଡିଛି ବିଜେପି। ଏଣୁ ଶିକ୍ଷିତ ଓ ସ୍ଥାନୀୟ ପ୍ରାର୍ଥୀ ହିସାବରେ ବିଜେପିର ରଘୁନାଥ ଜଗଦଲାଙ୍କ ବିଜୟ ସୁନିଶ୍ଚିତ ବୋଲି ବିଜେପି ମହଲରେ ଏବେ ଜୋର ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସ: ସେହିଭଳି ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ରଙ୍କୁ ବୀରମହାରାଜପୁର ଆସନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ କରିଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ପାଇଁ ଲୋକଙ୍କ ଭୋଟ ଏବେ କଂଗ୍ରେସ ସପକ୍ଷରେ ଯିବବୋଲି ଆଶା ବାନ୍ଧିଛନ୍ତି ବିନୋଦ।

ସ୍ୱାଧୀନ: ଗତ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିବା ଆନନ୍ଦ ବାରିକଙ୍କୁ ଦଳ ଏଥର ଟିକେଟ ଦେଇନଥିବାରୁ ସେ ସ୍ୱାଧିନ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇଛନ୍ତି। ଦୀର୍ଘଦିନର ସଂଗଠନ ନିଶ୍ଚିତ ଭାବେ ତାଙ୍କୁ ବିଜୟୀ କରାଇବ ବୋଲି ସେ ଆଶା ବାନ୍ଧିଛନ୍ତି।
ଏଣୁ ଏହି ଆସନରେ ଏବେ ତ୍ରିମୁଖି ନୁହେଁ ବରଂ ଚତୁର୍ମୁଖି ଲଢେଇ ହେବାକୁଥିବାବେଳେ ଆଗକୁ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ଆଉ କିଏ ହେଉଛି ଏହି ଅଂଚଳର ଲୋକ ପ୍ରତିନିଧି ତାହା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos