ଜିଲ୍ଲାପାଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜିଲ୍ଲାରେ ଲଘୁ ଖଣିଜ ଉତ୍ସ ନିଲାମ ବେଳେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଆନୁଗତ୍ୟ ଦେଖାଇ ମାଲେମାଲ ହୋଇଥିବାର ସାଙ୍ଘାତିକ ଆରୋପ। କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ କହିଛନ୍ତି, ଜିଲ୍ଲାରେ ୭ଟି ଲଘୁ ଖଣିଜ […]

Pradeep Majhi

Pradeep Majhi

Manoranjan Sial
  • Published: Tuesday, 22 June 2021
  • Updated: 22 June 2021, 09:57 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜିଲ୍ଲାରେ ଲଘୁ ଖଣିଜ ଉତ୍ସ ନିଲାମ ବେଳେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଆନୁଗତ୍ୟ ଦେଖାଇ ମାଲେମାଲ ହୋଇଥିବାର ସାଙ୍ଘାତିକ ଆରୋପ। କ୍ଷମତାର ଦୁରୁପଯୋଗ କରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ।

ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ କହିଛନ୍ତି, ଜିଲ୍ଲାରେ ୭ଟି ଲଘୁ ଖଣିଜ ଉତ୍ସ ନିଲାମ ଲାଗି ଗତ ମାର୍ଚ୍ଚ ୨୦ ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ସରିଥିଲା। ହେଲେ ଟେଣ୍ଡର ବକ୍ସ ଏହାର ଦୁଇ ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ଗୋଟାଏ ୪୦ରେ ଟ୍ରେଜରୀ ଷ୍ଟ୍ରଙ୍ଗ ରୁମକୁ ଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଟ୍ରେଜରି ଷ୍ଟ୍ରଙ୍ଗ୍ ରୁମ୍‌ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଟେଣ୍ଡର ବକ୍ସ ପହଞ୍ଚିବାକୁ କଣ ପାଇଁ ୩ ଦିନ ଲାଗିଲା ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି।

ପ୍ରଦୀପ ଆହୁରି କହିଛନ୍ତି, ନିଲାମ ପାଇଥିବା ସିଏଚ୍ ବେନୁଗୋପାଳ ଟେଣ୍ଡର ଆବେଦନ ପାଇଁ ଯେଉଁ ସଲଭେନ୍ସି ଦେଇଛନ୍ତି, ସେଥିରେ ବି ଏପଟସେପଟ ହୋଇଛି। ସଲଭେନ୍ସିରେ ଦର୍ଶାଯାଇଥିବା ଘରର ମୂଲ୍ୟ ୪ କୋଟି ୯୮ ଲକ୍ଷ ଥିଲେ ମଧ୍ୟ ଏହାର ବାସ୍ତବ ମୂଲ୍ୟ ତା’ଠୁ ଯଥେଷ୍ଟ କମ୍। ସେହିଭଳି ଦୁଇଟି ଜମିର କିସମ ଅନୁସାରେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ଟଙ୍କା ହେଲା କିପରି ? ଏସବୁ ବାଦ ୭ଟି ପଥର ଖାଦାନର ମିନିମମ୍‌ ଗ୍ୟାରେଣ୍ଟି କ୍ୱାଣ୍ଟିଟି (MGQ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିଲେ ବି ମାତ୍ର କୋଟିଏ ଟଙ୍କାର ସଲଭେନ୍ସି ସାର୍ଟିଫିକେଟରେ ଲିଜ୍ ମିଳିଲା କେମିତି? ଟେଣ୍ଡର ମିଳିବା ପରଦିନ ଅର୍ଥାତ ମାର୍ଚ୍ଚ ୩୧ରେ ପଞ୍ଜୀକରଣ ହୋଇଥିବା ଏକ ଦାମୀ ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଛନ୍ତି। ସଂପୃକ୍ତ ଗାଡ଼ିଟି ଜଣେ ମହିଳାଙ୍କ ନାଁରେ କିଣାଯାଇଥିବାରୁ ଏହା ଜିଲ୍ଲାପାଳଙ୍କୁ ଟେଣ୍ଡର ପିକ୍ସିଂର ଭେଟି ବୋଲି ଅଭିଯୋଗ ଉଠାଇଛନ୍ତି ପ୍ରଦୀପ।

ପ୍ରଦୀପ ମାଝୀଙ୍କ ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାପାଳ ଡ. ଓ୍ୱାଇ. ବିଜୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଲେ- ପ୍ରଦୀପଙ୍କ ଅଭିଯୋଗ ଭିତ୍ତିହୀନ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି।

ଦାମୀ ଗାଡ଼ି ବ୍ୟବହାର ଅଭିଯୋଗ ନେଇ ସେ କହିଛନ୍ତି, ମୋ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲି। କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲି। ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଲି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story