Advertisment

ବେପାରୀଙ୍କ ହାତରେ ସ୍ୱାସ୍ଥ୍ୟସେବାକୁ ଟେକି ଦେଇଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଘରୋଇ ହସ୍ପିଟାଲର ମାଲିକଙ୍କୁ ମାଲେମାଲ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉଦ୍ଦେଶ୍ୟ ବୋଲି କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି

Congress, prasad harichandan

Congress, prasad harichandan

Advertisment

ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଏବେ ବେପାରୀଙ୍କ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବ୍ୟବସ୍ଥା ବେମାରିଆ ହୋଇଛି ଓ ସରକାର ବେପାରୁୱା ଭଳି ଆଚରଣ କରୁଛନ୍ତି। ଘରୋଇ ହସ୍ପିଟାଲର ମାଲିକଙ୍କୁ ମାଲେମାଲ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉଦ୍ଦେଶ୍ୟ ବୋଲି କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଏଭଳି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ସେବା ଚିନ୍ତାଜନକ ସ୍ଥିତିରେ ଅଛି। ଭିିତ୍ତିଭୂମିର ଅଭାବ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତର ଓ ଫାର୍ମାସଷ୍ଟଙ୍କ ଦ୍ୱାରା ପାଳିରେ ଚାଲିଛି ସ୍ୱାସ୍ଥ୍ୟ ସେବା ନଚେତ ଗ୍ରାମାଂଚଳରେ ଡାକ୍ତରଖାନାରେ ତାଲା ପଡ଼ୁଛି। ରାଜ୍ୟରେ ମୋଟ୍ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫୭୬୪  କିନ୍ତୁ କାର୍ଯ୍ୟ କରୁଛନ୍ତି ୯୩୨୦ଜଣ।

ଖାଲି ପଡ଼ିଥିବା ଡାକ୍ତରଙ୍କ ସଂଖ୍ୟା ୬୪୫୪ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ପ୍ରତି ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ନିୟୋଜିତ ହେବାକଥା। ଓଡ଼ିଶାର ଜନସଂଖ୍ୟା ୪ କୋଟି ୮୦ଲକ୍ଷକୁ ହିସାବକୁ ନେଲେ ଓଡ଼ିଶା ପାଇଁ ୪୮ ହଜାର ଡାକ୍ତର ଆବଶ୍ୟକ କିନ୍ତୁ ଅଛନ୍ତି ମାତ୍ର ୯୩୨୦। ସେହିପରି ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଷ୍ଟାଫ ନର୍ସ ସଂଖ୍ୟା ୨୮୨୮୫ କାର୍ଯ୍ୟ କରୁଛନ୍ତି ୧୦୯୨୭ଜଣ। ନିକଟରେ ନିଯୁକ୍ତି ପର୍ବରେ ୩୭୩୨ ଷ୍ଟାଫନର୍ସଙ୍କୁ ଚାକିରି ମିଳିଥିବାବେଳେ ୧୩୬୨୬ଟି ପଦବୀ ଖାଲି ପଡ଼ିଛି। ସେହିପରି ଭାବେ ଫାର୍ମାସିଷ୍ଟ ଲାବ୍ରୋଟୋରି ଟେକ୍ନିସିଆନ ଇତ୍ୟାଦିରେ ହଜାର ହଜାର ପଦବୀ ଖାଲି ରହିଛି।

Advertisment

ରାଜ୍ୟ ସରକାର ନିଜର ରାଜନୈତିକ ଫାଇଦା ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠି ଗଠନ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ପ୍ରତି ମାସରେ ୨୫୦ କୋଟି ଟଙ୍କା ଓ ପ୍ରତିବର୍ଷ ୩୦୦୦ କୋଟି ଟଙ୍କା ବ୍ୟୟ ହେଉଛି ବୋଲି ରାଜ୍ୟ ସରକାର ନିଜେ ବିଜ୍ଞାପନ ଦେଇ କହୁଛନ୍ତି। ଏହି ଯୋଜନା ମାଧ୍ୟମରେ ଦିଆଯାଉଥିବା ଅର୍ଥ ଦ୍ୱାରା ଘରୋଇ ଡାକ୍ତରଖାନା ମାଲିକମାନେ ହିଁ ମାଲେମାଲ୍ ହେଉଛନ୍ତି। ଏସବୁ ଅର୍ଥ ଟିକସଦାତାଙ୍କର, ଅତି ଚଂଚକତାର ସହ ଅର୍ଥ ଏହି ବେପାରୀଙ୍କ ପକେଟକୁ ଯାଉଛି। ପ୍ରତିବର୍ଷ ଏହି ୩୦୦୦ କୋଟି ଟଙ୍କା ଦ୍ୱାରା ରାଜ୍ୟର ଡାକ୍ତରଖାନା ମାନଙ୍କର ଭିତିଭୂମି ସୁଦୃଢ଼ କରାଗଲେ ରାଜ୍ୟବାସୀ ଉପକୃତ ହୁଅନ୍ତେ। ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ଓଡ଼ିଶା ହେଉଛି ରାଜସ୍ୱ ବଳାକ ରାଜ୍ୟ। କିନ୍ତୁ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ ନକରାଯାଇ କ'ଣ ପାଇଁ ଅଣଦେଖା କରାଯାଉଛି।

୮ଟି ନୂଆ କଲେଜ ହସପିଟାଲରେ ଓପିଡି ଓ ଆଇପିଡି ନାହିଁ, ପାଠପଢ଼ା ନାହିଁ । ପ୍ରାଟିକାଲ ହେଉଛି ଜିଲ୍ଲାର ସଦରମହକୁମା ହସପିଟାଲରେ, ବେଡ ନାହିଁକି ରୋଗୀ ସେବା ନାହିଁ, ପ୍ରଫେସର ଓ ଫ୍ୟାକଲଟିଙ୍କ ହାତରେ କାମ ନଥିବାରୁ ଘରୋଇ ଡାକ୍ତରଖାନାରେ ପ୍ରାଟିସ କରୁଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା କେବଳ ବିଜ୍ଞାପନ ସର୍ବସ୍ୱ।  ଗତ ୧୦ ବର୍ଷରେ ରାଜ୍ୟର ରୋଗୀ ସଂଖ୍ୟା ୨୦୦ ପ୍ରତିଶତ ବଢ଼ିଛି। ମୁଖ୍ୟମନ୍ତ୍ରୀ କହିଥିଲେ ୨୦୨୪ ମସିହା ସୁଦ୍ଧା ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ମେଡିକାଲ କଲେଜ କରିବେ ବୋଲି। କିନ୍ତୁ ବାସ୍ତବ ଚିତ୍ର ହେଉଛି ଏହି ମେଡିକାଲ କଲେଜରେ ବେଡରେ ରୋଗୀ ଯେତିକି ବାହାରେ ତିନିଗୁଣା ରୋଗୀ । ବେଡ୍ ଯୋଗାଇବାରେ ବିଫଳ ହୋଇଥିବା ସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବ କେମିତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe