ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଗଣମାଧ୍ୟମରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କାଉଣ୍ଟର କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ସେ ଟ୍ୱିଟ୍ କରି ଲେଖିଛନ୍ତି, ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ଭାଇ ଦିଲ୍ଲୀରେ ଥାଇ ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି। ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣି ମତ ରଖିଥା’ନ୍ତି। ତୁମର ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରହି ସବୁ ଜାଣି ମଧ୍ୟ ମୁହଁ ନଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ରେ ଲେଖିଛନ୍ତି।
https://twitter.com/PrithivirajBJP/status/1506891882781036545?s=20&t=8Q9bs4hr6YTNN_wDs8AwmQ
ସେ ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୟାଗ କରି ଆହୁରି ଲେଖିଛନ୍ତି, ଓଡ଼ିଶାର ଲୋକ ହିଂସାକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତୁମ ଦଳର ନେତା ଓ ବିଧାୟକମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ। ନବୀନଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସହରରେ ଚାରି ଜଣଙ୍କ ହତ୍ୟା ହେଲା। ଏପର୍ଯ୍ୟନ୍ତ ପୁଲିସର ତଦନ୍ତ କେଉଁଠି ଅଛି? କେଉଁ ଅବସ୍ଥାରେ ଅଛି? କେବେ ତଦନ୍ତ ଶେଷ ହେବ? ଏଥିରୁ ସାରା ଓଡ଼ିଶାର ଆଇଶୃଙ୍ଖଳା କ’ଣ ହେବ, ଏଥିରୁ ଅନୁମେୟ ବୋଲି ପୃଥ୍ୱୀରାଜ ଲେଖିଛନ୍ତି।
https://twitter.com/PrithivirajBJP/status/1506891561799335937?s=20&t=8Q9bs4hr6YTNN_wDs8AwmQ
ପୂର୍ବରୁ ବାଣପୁର ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫେସ୍ବୁକ୍ ପୋଷ୍ଟରେ ଲେଖିଥିଲେ, ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କିଛି ଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା। ଏହି ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଇଥିଲା। ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥିଲା। ପୁଲିସ ପ୍ରଶାସନ ନିଜ ଆଡ଼ୁ ଏଫଆଇଆର୍ ରୁଜୁ କରିଥିଲେ। ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏହି ଏଫଆଇଆରରେ ଉଲ୍ଲେଖ ରହିଛି ବୋଲି ଧର୍ମେନ୍ଦ୍ର ଲେଖିଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ଏପରି ଆରୋପରେ ଜବାବ ଦେଇଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ଟ୍ୱିଟ୍ କରି ଲେଖିଥିଲେ, ୟୁପି ଓ ବିହାର ଭଳି ରାଜ୍ୟରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ। ଏମିତି ଓଡ଼ିଶା ଓ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ। ସବୁ ଘଟଣାରେ ଓଡ଼ିଶା ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ବୋଧେ ଆପଣଙ୍କୁ ଓଡ଼ିଶା ବିଜେପି ନେତାମାନେ ଉଚିତ ଭାବରେ ଅବଗତ କରୁନାହାନ୍ତି ବୋଲି ପ୍ରଣବ ଦାସ ଲେଖିଛନ୍ତି।
https://twitter.com/pranabpdas/status/1506700302375739393?s=20&t=8Q9bs4hr6YTNN_wDs8AwmQ
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ଶ୍ରୀ ଦାସ ଆହୁରି ଲେଖିଥିଲେ, “ଭାଇ, ଆପଣଙ୍କୁ ବୋଧେ ଓଡ଼ିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି। ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା। ଯେଉଁଥିପାଇଁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଜାଲିଆତିର ସଂଗୀନ ଦଫା ପୁଲିସ ରୁଜୁ କରିସାରିଛି।”
https://twitter.com/pranabpdas/status/1506700304867201027?s=20&t=8Q9bs4hr6YTNN_wDs8AwmQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।