ରାହୁଲଙ୍କ ଗସ୍ତ ପରେ ପଶ୍ଚିମ ଓଡ଼ିଶା ରାଜନୀତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବରଗଡ଼ ଚାଷୀ ବଞ୍ଚାଅ ପଦଯାତ୍ରା ପରେ ଏବେ ପଶ୍ଚିମ ଓଡ଼ିଶାରେ ରାଜନୀତି ଜୋର ଧରିଛି । ପଶ୍ଚିମ ଓଡ଼ିଶାକୁ ପୁଣି ନିଜ ଗଡ଼ କରିବା ପ୍ରୟାସ ଚଳାଇଛି କଂଗ୍ରେସ। ସେପଟେ କଂଗ୍ରେସକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ଓ ବିଜେପି କି ରଣନୀତି ପ୍ରସ୍ତୁତ କରୁଛନ୍ତି ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଏବେ ୩ ରାଜନୈତିକ ଦଳଙ୍କ ଫେ।କସ ପଶ୍ଚିମ ଓଡ଼ିଶା ଉପରେ […]

c

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 03:41 PM IST

ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବରଗଡ଼ ଚାଷୀ ବଞ୍ଚାଅ ପଦଯାତ୍ରା ପରେ ଏବେ ପଶ୍ଚିମ ଓଡ଼ିଶାରେ ରାଜନୀତି ଜୋର ଧରିଛି । ପଶ୍ଚିମ ଓଡ଼ିଶାକୁ ପୁଣି ନିଜ ଗଡ଼ କରିବା ପ୍ରୟାସ ଚଳାଇଛି କଂଗ୍ରେସ। ସେପଟେ କଂଗ୍ରେସକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ଓ ବିଜେପି କି ରଣନୀତି ପ୍ରସ୍ତୁତ କରୁଛନ୍ତି ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଏବେ ୩ ରାଜନୈତିକ ଦଳଙ୍କ ଫେ।କସ ପଶ୍ଚିମ ଓଡ଼ିଶା ଉପରେ ରହିଛି ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ରେ ଚାଷୀ ବଞ୍ଚାଅ ପଦଯାତ୍ରା କରିବା ପରେ ଏବେ ସବୁଦଳର ଫେ।କସରେ ପଶ୍ଚିମ ଓଡ଼ିଶା। ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ଏବେ ପଶ୍ଚିମ ଓଡ଼ିଶାରେ ନିଜ ସ୍ଥିତି ମଜଭୁତ କରିବା ଚକ୍କରରେ ରହିଛି କଂଗ୍ରେସ। ଆରମ୍ଭ କରିଛି ମିଶନ୍ ୨୦୧୯। ସେପଟେ ଏବେ ବିଜେଡି ଓ ବିଜେପି ପାଇଁ କଂଗ୍ରେସକୁ କାଉଣ୍ଟର ଚିନ୍ତା ଘାରିଛି। ରାହୁଲ ପୂର୍ବରୁ ଯେବେ ବି ଓଡ଼ିଶା ଗସ୍ତରେ ଆସିଛନ୍ତି ତାଙ୍କ ଗସ୍ତ ପରେ ବିଜେଡି କିଛି ନା କିଛି କାର୍ଯ୍ୟକ୍ରମ କରିଛି। ୨୦୧୦ ଅଗଷ୍ଟ ୨୬ରେ ରହୁଲଙ୍କ ଲାଞ୍ଜିଗଡ଼ରେ ସମାବେଶ କରି ସେ ଆଦିବାସୀଙ୍କ ସିପାହୀ ବୋଲି କହିଲେ । ଏହାର ୭ ଦିନ ପରେ ସେହି ଲାଞ୍ଜିଗଡରେ ବିଜେଡି କଲା ଓଡ଼ିଶା ବଞ୍ଚାଅ ସମାବେଶ। ଫେବ୍ରୁୟାରୀ, ୯ରେ ସମ୍ୱଲପୁରରେ ଘଟିଲା ଡଙ୍ଗାଗୁଡି ଘଟଣା । ସେତେବେଳେ ଓଡିଶା ଗସ୍ତରେ ଥିବା ରାହୁଲ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ପରେ ପରେ ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ବି ପହଞ୍ଚି ଥିଲେ ସମ୍ୱଲପୁରରେ। ଏବେ ବରଗଡ଼ରେ ରାହୁଲଙ୍କ ଚାଷୀ ବଞ୍ଚାଅ ପଦଯାତ୍ରାକୁ ବିଜେଡି ଓ ବିଜେପି କିଭଳି କାଉଣ୍ଟର କରୁଛି ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।

ପଶ୍ଚିମ ଓଡ଼ିଶାର ରାଜନୈତିକ ଗଣିତ ଉପରେ ନଜର ପକାଇଲେ ପୂର୍ବରୁ କଂଗ୍ରେସର ଦୁର୍ଗ ଥିବା ଏହି ଅଞ୍ଚଳ ଏବେ ବିଜେଡି ଅଧୀନରେ ରହିଛି । ପଶ୍ଚିମ ଓଡ଼ିଶାରେ ୫ଟି ଲୋକସଭା ଆସନ ରହିଛି । ଏହା ଅଧୀନରେ ରହିଛି ୩୫ ବିଧାନସଭା ଆସନ। ୨୦୦୯ରେ ୫ ଲୋକସଭା ଆସନରୁ କଂଗ୍ରେସ ହାତକୁ ୪ଟି ଯାଇଥିବା ବେଳେ ବିଜେଡି ଜିତିଥିଲା ଗୋଟିଏ ଆସନରେ। ସେହିଭଳି ୩୫ ବିଧାନସଭାରୁ କଂଗ୍ରେସ ଜିତିଲା ୧୬, ବିଜେଡି ୧୪ ଓ ବିଜେପି ୪। ୨୦୧୪ରେ ପଶ୍ଚିମ ଓଡ଼ିଶାର ଲୋକସଭା ଆସନରେ ଖାତା ଖୋଲିପାରିଲାନି କଂଗ୍ରେସ। ସେହିଭଳି ବିଧାନସଭା ଆସନ ସଂଖ୍ୟା ୧୬ରୁ ଖସିଆସିଲା ୫କୁ। ସେପଟେ ବିଜେପି ଗୋଟିଏ ଲୋକସଭା ଆସନ ଓ ୮ ବିଧାନସଭା ଆସନକୁ ନେଇଥିଲା ନିଜ କବଜାକୁ। ବିଜେଡି ୪ ଲୋକସଭା ଓ ୨୦ ବିଧାନସଭା ଆସନରେ ଜିତିଲା। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି।

Related story