ରାଜା କହୁଥିବା କେଉଁ କାଗଜ ଖାଇଦେଲା ଭାଇନାଙ୍କ ଟିକେଟ ?

'ସମୀରଙ୍କ ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା, ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ବଦଳିଥିଲା।' 

Manoj Swain
  • Published: Wednesday, 24 April 2024
  • Updated: 24 April 2024, 01:09 PM IST

ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ତେବେ ଗତ ୨୦ ତାରିଖରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ଶଙ୍ଖ ଭବନକୁ ଡକାଯାଇ ଦିଲ୍ଲୀପଙ୍କୁ ସମର୍ଥନ କରିବାକୁ ଭର୍ଚୁଆଲ ବାର୍ତ୍ତାରେ କହିଥିଲେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତା’ସହିତ ବିଧାୟକ ସମୀର ରଞ୍ଜନ ଦାଶଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ, ସେ ବିଷୟରେ ରଣେନ୍ଦ୍ର ସ୍ୱାଇଁ କହିଥିଲେ, ଦିଲ୍ଲୀପଙ୍କୁ ତୁମେମାନେ ସାହାଯ୍ୟ କରିବା ଉଚିତ୍। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେବ। ସମୀର ଦାଶଙ୍କୁ ଆମେ ଟିକେଟ ଦେଇଥାଆନ୍ତୁ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀରଙ୍କ ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା, ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ବଦଳିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos