କଂଗ୍ରେସ ପାଇଁ ସ୍ୱାଧୀନ ପ୍ରାର୍ଥୀ କାଳ, ଫାଇଦା ନେବେ ହିମିରିକା

ରାୟଗଡ଼ା (ମନୋଜ ପାତ୍ର):  କୋରାପୁଟ ଲୋକସଭା ଆସନ ଅଧୀନରେ ରହିଛି ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ଆସନଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଅନେକ ବର୍ଷ ଧରି ଏହି ଆସନଟି କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ହାତମୁଠାରେ ଥିଲା। ହେଲେ ପ୍ରାୟ ଏକ ଦଶନ୍ଧି ହେବ ଏହା ବିଜେଡି ଅଧୀନକୁ ଆସିଛି। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିର ଲାଲବିହାରୀ ହିମିରିକା କ୍ରମାଗତ ଭାବେ ଏହି ଆସନରୁ ବିଜୟୀ ହୋଇ […]

RayaGAda-Pics

RayaGAda-Pics

Puspanjali Panda
  • Published: Wednesday, 27 March 2019
  • Updated: 27 March 2019, 06:09 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର):  କୋରାପୁଟ ଲୋକସଭା ଆସନ ଅଧୀନରେ ରହିଛି ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ଆସନଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଅନେକ ବର୍ଷ ଧରି ଏହି ଆସନଟି କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ହାତମୁଠାରେ ଥିଲା। ହେଲେ ପ୍ରାୟ ଏକ ଦଶନ୍ଧି ହେବ ଏହା ବିଜେଡି ଅଧୀନକୁ ଆସିଛି। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିର ଲାଲବିହାରୀ ହିମିରିକା କ୍ରମାଗତ ଭାବେ ଏହି ଆସନରୁ ବିଜୟୀ ହୋଇ ଆସୁଛନ୍ତି। ୨୦୧୯ ନିର୍ବାଚନ ପାଇଁ ଏଠାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ସରିଲାଣି।

ରାଜନୈତିକ ସ୍ଥିତି
ରାଜନୈତିକ ସ୍ଥିତିକୁ ଦେଖିଲେ ଜଣାପଡ଼େ ୧୯୫୧ରୁ ଏହି ଆସନଟି କଂଗ୍ରେସର ଶକ୍ତ ଗଡ଼ ଥିଲା। ୨୦୦୦ ନିର୍ବାଚନରେ ବିଜେଡିର ଲାଲ ବିହାରୀ ହିମିରିକା ଏହି ଆସନକୁ ଦଖଲ କରିଥିଲେ। ହେଲେ ୨୦୦୪ ନିର୍ବାଚନରେ ଏହା ପୁଣି ଚାଲି ଯାଇଥିଲା କଂଗ୍ରେସ ହାତକୁ। ତେବେ ୨୦୦୯ରୁ ବିଜେଡି ଏହି ଆସନକୁ ନିଜ କବ୍‌ଜାରେ ରଖିଛି। ୧୯୫୧ରୁ ୧୯୯୫ ମଧ୍ୟରେ ୧୯୭୧ରେ ମାତ୍ର ଥରକ ପାଇଁ ଏହି ଆସନ ଯାଇଥିଲା ସ୍ୱତନ୍ତ୍ର ଦଳ ହାତକୁ।

ମୁଖ୍ୟ ନିର୍ବାଚନୀ ଇସ୍ୟୁ
ଏଥର ନିର୍ବାଚନରେ ବିଜେଡି ମୁଖ୍ୟ ଇସ୍ୟୁ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଓ ବିକାଶକୁ। ଏହାକୁ ନେଇ ଦଳ ପ୍ରଚାର ପାଇଁ ବାହାରିଥିବା ବେଳେ ବିରୋଧୀ ପକ୍ଷରୁ ସ୍ଥାନୀୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମସ୍ୟାକୁ ଇସ୍ୟୁ କରାଯାଇଛି। ଏହା ବ୍ୟତୀତ ଝୋଡିଆ ସଂପ୍ରଦାୟକୁ ଏଯାଏଁ ଆଦିବାସୀ ମାନ୍ୟତା ମିଳିନଥିବାରୁ ଏହା ଚଳିତ ନର୍ବାଚନରେ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି।

ବିଜେଡି: ୨୦୦୯ ଓ ୧୪ ନିର୍ବାଚନରେ ୨ ଥର ଯାକ ଏହି ଆସନରୁ ଜିତି ଆସିଥିବା ବିଧାୟକ ଲାଲବିହାରୀ ହିମିରିକାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୨ ବର୍ଷ ମଧ୍ୟରେ ବିଜେଡି ଏଠାରେ ତାହାର ସ୍ଥିତି ଆହୁରି ମଜବୁତ କରିପାରିଛି। ହିମିରିକାଙ୍କ ପ୍ରତି ଦଳୀୟ କର୍ମୀଙ୍କ ସମର୍ଥନ ଥିବାରୁ ଏଥର ମଧ୍ୟ ଦଳ ଜିତିବ ବୋଲି ଆଶା ରଖିଛି।

କଂଗ୍ରେସ: କଂଗ୍ରେସ ତାର ଗଡ଼ ଫେରି ପାଇବାକୁ ଏଥର ଜୋରଦାର ଲାଗିଛି। ଏହି ଆସନରୁ ରାମଚନ୍ଦ୍ର ଉଲାକା ୧୯୭୪ରୁ ଲଗାତାର କଂଗ୍ରେସରୁ ଜିତି ଆସିଥିଲେ। ହେଲେ ରାମଚନ୍ଦ୍ର ଉଲାକାଙ୍କ ମୃତ୍ୟୁ ପରେ କଂଗ୍ରେସରେ ପ୍ରାର୍ଥୀ ସଙ୍କଟ ପଡ଼ିଥିଲା। ୨୦୧୪ରେ ଦଳ ମକରନ୍ଦ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ପ୍ରାୟ ୮ ହଜାର ଭୋଟରେ ହାରି ଯାଇଥିଲେ। ତେବେ ୨୦୧୯ ନିର୍ବାଚନ ପାଇଁ ଦଳ ଆପଲାସ୍ୱାମୀ କାଡ୍ରାକାଙ୍କୁ ପ୍ରାର୍ଥୀ କରିଛି। ଫଳରେ ଅସନ୍ତୁଷ୍ଟ ମକରନ୍ଦ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବ ଠିଆ ହୋଇଛନ୍ତି। କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ବିଜେପି: ବିଜେପି ପକ୍ଷରୁ ଦୁଇଜଣ ଆଶାୟୀଙ୍କ ମଧ୍ୟରୁ ଦଳ ଜଣଙ୍କୁ ଟିକଟ ଦେଇଛି। ବସନ୍ତ ଉଲାକା ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ଜିଲ୍ଲାରେ ବିଜେପିର ସ୍ଥିତି ଦୁର୍ବଳ। ଏଠାରେ ବିଜେଡି-କଂଗ୍ରେସ ଦୁଇ ପାରମ୍ପରିକ ବିରୋଧୀ। ଏଠାରେ ସବୁବେଳେ ଏହି ଦୁଇ ଦଳ ମଧ୍ୟରେ ଟକ୍କର ହୋଇଥାଏ । ହେଲେ ଏଥର କଂଗ୍ରେସ ବିଦ୍ରୋହୀ ମକରନ୍ଦ ମୁଦୁଲି ମଧ୍ୟ ଏହି ଟକ୍କରରେ ରହିଛନ୍ତି। ତେଣୁ ଏଥର ତ୍ରିମୁଖୀ ଲଢେଇ ହେବ। ତେବେ ଭୋଟର କାହାକୁ ବେଶି ପସନ୍ଦ କରୁଛନ୍ତି ତାହା ଆଗାମୀ ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story