‘ଓଡ଼ିଶା ମାଗିଥିଲା ପୁରୀ-ଡାଲମା, କେନ୍ଦ୍ର ଦେଲା ବୁନ୍ଦି-ରସଗୋଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ମାଗିଥିଲେ ପୁରୀ-ଡାଲ୍‌ମା। ହେଲେ କେନ୍ଦ୍ର ସରକାର ବୁନ୍ଦି-ରସଗୋଲାଠାରୁ ଆରମ୍ଭ କରି ସବୁକିଛି ଦେଇଦେଲେ। ଆଜି କଥା ଛଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି ସଭାପତି ସମୀର ରଞ୍ଜନ ମହାନ୍ତି। ରେଳ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ରେଳ ବଜେଟରେ ୭,୬୦୦ କୋଟି ଟଙ୍କା ମାଗିଥିଲେ। କିନ୍ତୁ କେନ୍ଦ୍ର ସରକାର ୯,୭୩୪ […]

Sameer Mohanty

Manoranjan Sial
  • Published: Thursday, 03 February 2022
  • , Updated: 03 February 2022, 06:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ମାଗିଥିଲେ ପୁରୀ-ଡାଲ୍‌ମା। ହେଲେ କେନ୍ଦ୍ର ସରକାର ବୁନ୍ଦି-ରସଗୋଲାଠାରୁ ଆରମ୍ଭ କରି ସବୁକିଛି ଦେଇଦେଲେ। ଆଜି କଥା ଛଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି ସଭାପତି ସମୀର ରଞ୍ଜନ ମହାନ୍ତି।

ରେଳ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ରେଳ ବଜେଟରେ ୭,୬୦୦ କୋଟି ଟଙ୍କା ମାଗିଥିଲେ। କିନ୍ତୁ କେନ୍ଦ୍ର ସରକାର ୯,୭୩୪ କୋଟି ଟଙ୍କା ଦେଇଛନ୍ତି। ଏହାର ଅର୍ଥ ରାଜ୍ୟ ସରକାର ପୁରୀ-ଡାଲମା ମାଗିଲା ବେଳେ କେନ୍ଦ୍ର ସରକାର ବୁନ୍ଦି-ରସଗୋଲାଠାରୁ ଆରମ୍ଭ କରି ସବୁ ଦେଇଛନ୍ତି। ଆଉ ଅବହେଳାର କଥା ନାହିଁ। ବର୍ତ୍ତମାନର ସମୟ ହେଉଛି ସବାକା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ୍‌। ଆମେ ସମସ୍ତେ ମିଶି ପ୍ରୟାସ କରି ଓଡ଼ିଶାର ଯେଉଁ ଅନୁନ୍ନତି ଜାଗା ପାଇଁ ବେଜେଟ୍‌ ହୋଇଛି, ତାକୁ କାର୍ଯ୍ୟକାରୀ କରିବା। ଜମି ଅଧିଗ୍ରହଣ ପାଇଁ ଜମି ଅଧିଗ୍ରହଣ ଅଧିକାରୀ ନିଯୁକ୍ତି କରିବା,  ଉନ୍ନୟନ କାର୍ଯ୍ୟର ତଦାରଖ କରିବା ଓ ସମସ୍ତଙ୍କ ସହଯୋଗ କାମନାକୁ ଆଗକୁ ନେବା ବୋଲି ସମୀର ମହାନ୍ତି କହିଛନ୍ତି।

ବଜେଟରେ  ୯୮.୭ କିମିର ଅନୁଗୋଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫ କୋଟି ଟଙ୍କା, ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ତାଳଚେର-ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଭଦ୍ରକ–ନିଗୃଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର- ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଟଙ୍କା, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି। ଠିକ୍‌ ସେହିପରି ଜୟପୁର–ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର- ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କା ଦିଆଯାଇଛି।  କହିଛନ୍ତି ।

Related story