ସମୀର ରହିବେ ବିଜେପି ସଭାପତି, ଘୁଚିଂଲା ବିଜେଡିର ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି କାର୍ଯ୍ୟ ଜାରି ରଖିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ମଧ୍ୟ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି । ବିଜେଡିର ସାଂଗଠନିକ ନିର୍ବାଚନ ଓ କାର୍ଯ୍ୟକାରିଣୀର ୩ବର୍ଷିଆ ଅବଧି ଚଳିତ ଫେବୃୟାରୀ ମାସରେ ଶେଷ ହେଉଛି। ମିଳିଥିବା ସୂଚନା ଅନୁସାରେ, ୨୦୨୦ ଫେବୃୟାରୀ ମାସରେ […]

Samir Mohanty

Samir Mohanty

Ordigital Desk
  • Published: Tuesday, 17 January 2023
  • Updated: 17 January 2023, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି କାର୍ଯ୍ୟ ଜାରି ରଖିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ମଧ୍ୟ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି । ବିଜେଡିର ସାଂଗଠନିକ ନିର୍ବାଚନ ଓ କାର୍ଯ୍ୟକାରିଣୀର ୩ବର୍ଷିଆ ଅବଧି ଚଳିତ ଫେବୃୟାରୀ ମାସରେ ଶେଷ ହେଉଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୦ ଫେବୃୟାରୀ ମାସରେ କ୍ରମାଗତ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ବିଜେଡି ସମ୍ବିଧାନ ଅନୁସାରେ ପ୍ରତି ୩ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ହେବାର ପ୍ରାବଧାନ ରହିଛି । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ଯୋଗୁ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ୨୦୨୦ ମସିହାରେ ହୋଇଥିଲା । ଚଳିତବର୍ଷ ଏହି ୩ବର୍ଷିଆ ଅବଧି ଶେଷ ହେଉଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏବେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିି ଆରମ୍ଭ ହୋଇସାରିଥିବାରୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ୨୦୨୫ ଜାନୁୟାରୀ-ଫେବୃୟାରୀ ମାସରେ ହେବ । ଦଳର ସମ୍ବିଧାନ ଅନୁସାରେ ବିଜେଡି ସଭାପତି ହିଁ ଏକାକୀ ସବୁକିଛି ସାଂଗଠନିକ ନିଷ୍ପତ୍ତି ନେଇପାରିବେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଏଠାରେ ଭଲ ପ୍ରଦର୍ଶନ କରୁଛି । ତେଣୁ ତାଙ୍କୁ ଏବେ ପରିବର୍ତ୍ତନ କରାଯିବାର ସମ୍ଭାବନା ନାହିଁ । ସେ ୨୦୨୪ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ସଭାପତି ଭାବେ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୦୨୪ ଜୁନ୍ ପର୍ଯ୍ୟନ୍ତ ନିଜର ପଦ ବଜାୟ ରଖିବେ ବୋଲି ଦଳର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story