ଶାସକ ଦଳକୁ ଜିତାଇବାର ଗଳାବାଟ ବାହାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିକୁ ଜିତାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଗଳାବାଟ ବାହାର କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଜାରି କରାଯାଇଥିବା ନିର୍ବାଚନ କମିଶନଙ୍କ ସର୍କୁଲାର-୨୧୫୬କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଛି। ଏହାସହିତ ଏହି ପ୍ରତିନିଧି ଦଳ ମଧ୍ୟ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ […]

samir-mohanty

Ordigital Desk
  • Published: Friday, 25 February 2022
  • , Updated: 25 February 2022, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିକୁ ଜିତାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଗଳାବାଟ ବାହାର କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଜାରି କରାଯାଇଥିବା ନିର୍ବାଚନ କମିଶନଙ୍କ ସର୍କୁଲାର-୨୧୫୬କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଛି। ଏହାସହିତ ଏହି ପ୍ରତିନିଧି ଦଳ ମଧ୍ୟ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ଭୋଟିଂ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦେଇଥିବା ସାର୍ଟିଫିକେଟ ଫର୍ମ-୧୧ରେ ଉଲ୍ଲେଖ ହୋଇଥିବା ସମୁଦାୟ ଭୋଟ ସଂଖ୍ୟା ଏବଂ ଭୋଟ ବାକ୍ସରୁ ବାହାରୁଥିବା ଭୋଟ ସଂଖ୍ୟାରେ ତାଳମେଳ ନ ରହିଲେ ଏହାକୁ କ’ଣ ଭୋଟ ଟାମ୍ପରିଂ କୁହାଯିବ ନାହିଁ ? ସେହିପରି ଯଦି, ଭୋଟ ବାକ୍ସରେ ବାହାରିଥିବା ବାଲାଟ୍ ପେପର ହିଁ ସିଦ୍ଧ, ତା’ହେଲେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) କେବଳ ଏକ ପ୍ରହସନ ଥିଲା କି ? ଏହାକୁ ନେଇ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିଥିଲେ । ଏଥି ସହ ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ଜାରି କରିଥିବା ଚିଠି ନମ୍ବର ୨୧୫୬କୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଆସନ୍ତା କାଲିଠୁ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବାକୁ ଥିବା ପଂଚାୟତ ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନେବା ଦାବି କରିଥିଲା ।

ଆଲୋଚନା ବେଳେ ନିର୍ବାଚନ କମିଶନ ନିଜ ତୃଟିକୁୁ ସ୍ୱୀକାର କରିବା ସହିତ ଯଥାଶୀଘ୍ର ସମସ୍ତ ବିଡିଓ ଏବଂ ଜିଲ୍ଲାପାଳଙ୍କ ସମେତ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନୂତନ ସଂଶୋଧିତ ସର୍କୁଲାର ପଠାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଜାରି କରାଯାଇଥିବା ନିର୍ବାଚନ କମିଶନଙ୍କ ସର୍କୁଲାର ସଂଖ୍ୟା- ୨୧୫୬କୁ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟୀ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଘୋଷଣା କରିବା ପରେ ନିର୍ବାଚନ କମିଶନ ନିଜ ତୃଟି ସୁଧାରି ନୂତନ ସଂଶୋଧିତ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହାଫଳରେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) ଅନୁଯାୟୀ ଭୋଟ ଗଣତି କରାଯିବ ।

ରାଜ୍ୟ ସଭାପତିଙ୍କ ସମେତ ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ସୁଦୀପ୍ତ ରାୟ, ରମାରଂଜନ ବଳିୟାର ସିଂହ, ଯତୀନ ମହାନ୍ତିି ଓ ଧୀରେନ ସେନାପତି, ସୁରଥ ବିଶ୍ୱାଳ, ଶଙ୍କର୍ଷଣ ପରିଡା ଓ ଜୟନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related story