ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ବିଜେଡି ନେତା ନେତା ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ପାତ୍ର ଏବେ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ୮ଜଣିଆ ପ୍ୟାନେଲରେ ସଦସ୍ୟ ଅଛନ୍ତି । ଆଜି ବିଜେଡି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ପାତ୍ରଙ୍କୁ ରାଜ୍ୟସଭାରେ ଦଳର ନେତା ଭାବେ ନିଯୁକ୍ତି ମିଳିଥିବାବେଳେ ଚଳିତମାସରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିବା ସୁଲତା ଦେଓଙ୍କୁ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି । ଶ୍ରୀମତୀ ଦେଓ ପ୍ରଥମଥର ପାଇଁ ସାଂସଦ […]

sasmit-patra

sasmit-patra

Ordigital Desk
  • Published: Friday, 29 July 2022
  • Updated: 29 July 2022, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ବିଜେଡି ନେତା ନେତା ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ପାତ୍ର ଏବେ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ୮ଜଣିଆ ପ୍ୟାନେଲରେ ସଦସ୍ୟ ଅଛନ୍ତି ।
ଆଜି ବିଜେଡି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ପାତ୍ରଙ୍କୁ ରାଜ୍ୟସଭାରେ ଦଳର ନେତା ଭାବେ ନିଯୁକ୍ତି ମିଳିଥିବାବେଳେ ଚଳିତମାସରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିବା ସୁଲତା ଦେଓଙ୍କୁ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି । ଶ୍ରୀମତୀ ଦେଓ ପ୍ରଥମଥର ପାଇଁ ସାଂସଦ ହୋଇଥିବାବେଳେ ପୂର୍ବରୁ ତାଙ୍କର ବିଧାୟକ କିମ୍ବା ସାଂସଦ ଭାବେ କୌଣସି ଅଭିଜ୍ଞତା ନାହିଁ । ତଥାପି ବିଜେଡି ତାଙ୍କୁ ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି । ସେହିପରି ସସ୍ମିତଙ୍କ ପ୍ରଥମ ଦଫାରେ ୩ବର୍ଷିଆ କାର୍ଯ୍ୟକାଳ ଶେଷ ହେବାପରେ ଜୁଲାଇ ୧୮ରୁ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ ହୋଇଛି । ତେବେ ରାଜ୍ୟସଭାରେ ବିଜେଡି ନେତା ପଦବୀ ପାଇଁ ସାଂସଦ ଅମର ପଟ୍ଟନାୟକ ଜୋରଦାର ଲବି କରୁଥିଲେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଶାନ୍ତ ନନ୍ଦ ଓ ମୁନ୍ନା ଖାନଙ୍କ ଭଳି ଅଭିଜ୍ଞ ରାଜନେତାଙ୍କୁ ଦଳ ଅଣଦେଖା କରିଛି । ପୂର୍ବରୁ ରାଜ୍ୟସଭାରେ ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ନେତା ଥିଲେ। ତାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ଦାୟିତ୍ୱ ଖାଲି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos