ବିଜେଡି ପ୍ରାର୍ଥୀଙ୍କ ପୁସିଂ କାର୍ଡରେ ଗୁରୁଚଣ୍ଡାଳ ତ୍ରୁଟି, ଜୁଲାଇ ୪ରେ ସ୍ୱାଧୀନତା ଦିବସ

ନବରଙ୍ଗପୁର (ନବଘନ ବିଷୋୟୀ): ଚଳିତବର୍ଷ ସ୍ୱାଧୀନତା ଦିବସ ଜୁଲାଇ ୪ ତାରିଖରେ ପଡିବ। ଏକଥା ଆମେ କହୁନାହୁଁ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁସିଂ କାର୍ଡ ଏପରି ଲେଖାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ କେତେକ ବଦ୍ଧିଜୀବୀ ଏହି କାର୍ଡ଼କୁ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଜୋନ୍‌-୨ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି ଭାନୁମତି ପୂଜାରୀ। ନିର୍ବାଚନ […]

BJD

Manoranjan Sial
  • Published: Saturday, 05 February 2022
  • , Updated: 05 February 2022, 07:07 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ଚଳିତବର୍ଷ ସ୍ୱାଧୀନତା ଦିବସ ଜୁଲାଇ ୪ ତାରିଖରେ ପଡିବ। ଏକଥା ଆମେ କହୁନାହୁଁ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁସିଂ କାର୍ଡ ଏପରି ଲେଖାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ କେତେକ ବଦ୍ଧିଜୀବୀ ଏହି କାର୍ଡ଼କୁ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଜୋନ୍‌-୨ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି ଭାନୁମତି ପୂଜାରୀ। ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ସେ ଡୋର୍‌ ଟୁ ଡୋର କ୍ୟାମ୍ପେନ୍‌ କରୁଛନ୍ତି। ଆଉ ଏହି ସମୟରେ ସାଥୀରେ ନେଇଥିବା ନିର୍ବାଚନୀ ପ୍ରଚାର ପତ୍ର(ପୁସିଂ କାର୍ଡ଼)କୁ ଭୋଟରକୁ ଦେଉଛନ୍ତି। ଭୋଟ୍‌ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି। ନିଜ ସପକ୍ଷରେ ମତଦାନ ନେବା ପାଇଁ ପ୍ରାର୍ଥୀ ପୁସିଂ କାର୍ଡ ବାଣ୍ଟିବା ଭଲ କଥା। ହେଲେ ସେହି ପୁସିଂ କାର୍ଡରେ ସେ ଗୁରୁଚଣ୍ଡାଳ ଭୁଲ୍‌ କରିଦେଇଥିବା ଦେଖିବାକୁ ମିଳିଛି।

ଭୋଟରଙ୍କୁ ବଣ୍ଟା ଯାଉଥିବା ପ୍ରଚାର କାର୍ଡର ସମ୍ମୁଖ ଭାଗରେ ଦଳୀୟ ନେତା ଓ ପ୍ରାର୍ଥୀଙ୍କ ଫଟୋ ରହିଛି। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପଛ ପାର୍ଶ୍ୱରେ ଇଂରାଜୀ କ୍ୟାଲେଣ୍ଡର ରହିଛି। ସେହି କ୍ୟାଲେଣ୍ଡରର ଛୁଟି ତାଲିକାରେ ଜୁଲାଇ ୪ ତାରିଖରେ ସ୍ଵାଧୀନତା ଦିବସ ପଡୁଥିବା ଉଲ୍ଲେଖ ରହିଛି। କାର୍ଡରେ ଏଭଳି ତ୍ରୁଟି ଦେଖି ଅନେକ ଏହାକୁ ନେବାଲାଗି ଅମଙ୍ଗ ହେଉଛନ୍ତି।

ଏପରି ଭୁଲ୍‌କୁ ନେଇ ବିଜେଡି ନେତା ପ୍ରଦୀପ ମାଝି କହିଛନ୍ତି-“ପ୍ରିଣ୍ଟିଂ ମିଷ୍ଟେକ୍‌ ହୋଇଥିବ। ପ୍ରିଣ୍ଟିଂବାଲାର ସବୁ ଦୋଷ। ଏଥିରେ ପ୍ରାର୍ଥୀଙ୍କ ସହିତ କିଛି ନେଣଦେଣ ନାହିଁ। ସେ ଶଙ୍ଖ ଚିହ୍ନର ଛିଡ଼ା ହୋଇଛନ୍ତି ଓ ଭୋଟ୍‌ ମାଗୁଛନ୍ତି। ପୁସିଂ କାର୍ଡରେ ଯଦି କିଛି ଅଡୁଆ ହୋଇଛି, ତାକୁ ଠିକ୍‌ କରି ଆଉଥରେ ବାଣ୍ଟିବୁ। ନିର୍ବାଚନୀ ବ୍ୟସ୍ତତା ଯୋଗୁ ହୁଏତ ସେ କାର୍ଡକୁ ଭଲ ଭାବେ ଦେଖିପାରିନଥିବେ।”

Related story