ସଭାପତି ପଦରୁ ବିଦା ହେବେ ପ୍ରମୋଦ ! ନୋଟିସ୍ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିଃର  ସଭାପତି ପ୍ରମୋଦ କୁମାର ସାହୁ ନିଜର ଜଣେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବାପରେ ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ତାଙ୍କୁ ବହିଷ୍କାର ନୋଟିସ୍ ଜାରି କରାଯାଇଛି। ତାଙ୍କୁ କାହିଁକି ସୋସାଇଟିର ସଭ୍ୟ ଓ ସଭାପତି ପଦରୁ ବହିଷ୍କାର କରାନଯିବ ସେଥିପାଇଁ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା -୩୨ ଅନ୍ତର୍ଗତ ତାଙ୍କୁ ସୋସାଇଟିର ସମସ୍ତ କାର୍ଯ୍ୟରେ […]

tiop-1-750x430

tiop-1-750x430

Tapas Behera
  • Published: Monday, 04 November 2019
  • Updated: 04 November 2019, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିଃର  ସଭାପତି ପ୍ରମୋଦ କୁମାର ସାହୁ ନିଜର ଜଣେ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବାପରେ ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ତାଙ୍କୁ ବହିଷ୍କାର ନୋଟିସ୍ ଜାରି କରାଯାଇଛି। ତାଙ୍କୁ କାହିଁକି ସୋସାଇଟିର ସଭ୍ୟ ଓ ସଭାପତି ପଦରୁ ବହିଷ୍କାର କରାନଯିବ ସେଥିପାଇଁ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା -୩୨ ଅନ୍ତର୍ଗତ ତାଙ୍କୁ ସୋସାଇଟିର ସମସ୍ତ କାର୍ଯ୍ୟରେ ସାମିଲ ହେବା ଉପରେ କଟକଣା ଜାରି କରାଯାଇଥିବାବେଳେ ସୋସାଇଟିର ଉପସଭାପତିଙ୍କୁ ଅସ୍ଥାୟୀ ସଭାପତି ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସମବାୟ ରେଜିଷ୍ଟ୍ରାର ବିଭୂତି ଭୂଷଣ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ସମବାୟ ସୋସାଇଟି ସଭାପତି ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି କହିଛନ୍ତି ଯେ  ଗତ ୩ଦିନ ଧରି ବିଭିନ୍ନ ଗଣମାଧ୍ୟମରେ କେନ୍ଦ୍ରାପଡ଼ା କେଡ୍ରିଟ୍ କୋଅପରେଟିଭ ସୋସାଇଟି ଲିଃର ସଭାପତି ପ୍ରମୋଦ କୁମାର ସାହୁଙ୍କ ବିରୁଦ୍ଧରେ ନୈତିକ ଅଧପତନକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଏହା ସୋସାଟିର ଭାବମୂର୍ତ୍ତି ଓ ଏହାର ପରିଚାଳନା ଉପରେ ସୋସାଇଟିର ସଦସ୍ୟ , ସାଧାରଣ ଲୋକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ସୁଦୂର ପ୍ରସାରୀ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେଣୁ ଏହି କାରଣରୁ ସେ ସୋସାଇଟିର ସଦସ୍ୟ ଓ ସଭାପତି ପଦରେ ରହିବା ସୋସାଇଟିର ସ୍ୱାର୍ଥ ଅନୁକୂଳ ନୁହେଁ। ତେଣୁ ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା-୩୨ର ଉପଧାରା-୮ ଅନ୍ତର୍ଗତ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

ଏହାସହିତ ଶ୍ରୀ ସାହୁଙ୍କ ସୋସାଇଟିର ସଦସ୍ୟ ଓ ପରିଚାଳନା କମିଟିର ସଭାପତି ଭାବେ ସମସ୍ତ ପ୍ରକାରର ଅଫିସ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶ୍ରୀ ସାହୁଙ୍କୁ ପୁଲିସ୍ ଆଜି ଗିରଫ କରି ଜେଲ୍ ପଠାଇଛି।

ସୂଚନାଯୋଗ୍ୟ ଏହି ସୋସାଇଟି ବାଇ-ଲ’ ଅନୁସାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ତା’ର ସଭ୍ୟମାନଙ୍କଠୁ ଜମା ଓ ଋଣ ଦେବା କାର୍ଯ୍ୟରେ ନିୟୋଜିତ ଅଛି। ୨୦୧୬-୧୭ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍ ରିପୋର୍ଟ ଅନୁସାରେ ଏହି ସୋସାଇଟିର ସଭ୍ୟ ସଂଖ୍ୟା ୧ଲକ୍ଷ ୩ହଜାର ୩୭୨ ଥିଲା। ସୋସାଇଟିରେ ମୋଟ ୧୪୦କୋଟି ୮୮ଲକ୍ଷ ୩୨ହଜାର ୬୨୬ଟଙ୍କା ଜମା ଥିବାବେଳେ ଏଥିରୁ ସଦସ୍ୟମାନଙ୍କୁ ଋଣ ଆକାରରେ ୧୪୦କୋଟି ୭୨ଲକ୍ଷ ୩୬ହଜାର ୨୯୫ଜଟଙ୍କା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story